Jump to content

ପ୍ରଣବ ପ୍ରକାଶ ଦାସ

ଉଇକିପିଡ଼ିଆ‌ରୁ
(Pranab Prakash Dasରୁ ଲେଉଟି ଆସିଛି)
ପ୍ରଣବ ପ୍ରକାଶ ଦାସ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୨୪
ପୂର୍ବ ଅଧିକାରୀପରମେଶ୍ୱର ସେଠୀ
ପର ଅଧିକାରୀସୁଜାତା ସାହୁ
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1972-06-28) ୨୮ ଜୁନ ୧୯୭୨ (ବୟସ ୫୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉଅଶୋକ କୁମାର ଦାସ (ବାପା)
ସନ୍ଧ୍ୟାରାଣୀ ଦାସ (ମାଆ)
ବୃତ୍ତିରାଜନୀତିଜ୍ଞ

ପ୍ରଣବ ପ୍ରକାଶ ଦାସ (ଜନ୍ମ: ୧୮ ଜୁନ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଣବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ଏବଂ ପୂର୍ବରୁ ଜଣେ ମନ୍ତ୍ରୀ ଭାବରେ ୨୦୧୪ ମସିହାରୁ ୨୦୧୭ ମସିହାଯାଏଁ କାର୍ଯ୍ୟ କରୁଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ପ୍ରଣବ ପ୍ରକାଶ ଦାସ ୧୯୭୨ ମସିହାର ଜୁନ ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଅଶୋକ କୁମାର ଦାସ, ଯିଏକି ଜଣେ ରାଜନେତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଏବଂ ଜଣେ ବିଧାୟକ ଭାବରେ ୬ ଥର କାର୍ଯ୍ୟ କରିଥିଲେ । ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ ୨୦୨୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।[] ପ୍ରଣବଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରଣବ ପ୍ରକାଶ ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୭୨,୩୨୬ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ୧,୧୯,୮୩୬ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[]

  1. ୧.୦ ୧.୧ ୧.୨ ୧.୩ "Shri Pranab Prakash Das". odishaassembly.nic.in. Odisha Assembly. Retrieved 18 November 2019.
  2. "କୋରେଇରେ ମା' ସନ୍ଧ୍ୟାରାଣୀ ଦାସ ଓ ସମ୍ବଲପୁରରେ ପୁଅ ପ୍ରଣବ ପ୍ରକାଶ ଦାସ ପଛରେ". Sambad (in ଆମେରିକୀୟ ଇଂରାଜୀ). 2024-06-04. Retrieved 2024-07-05.
  3. "2024 Indian General Election Results: Sambalpur (Odisha)". Election Commission of India. Retrieved 5 July 2024.