Jump to content

ଅଶୋକ କୁମାର ଦାସ

ଉଇକିପିଡ଼ିଆ‌ରୁ
ଅଶୋକ କୁମାର ଦାସ
ବିଧାୟକ: ୧୦ମ, ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୪
ପୂର୍ବ ଅଧିକାରୀରାମଚନ୍ଦ୍ର ଖୁଣ୍ଟିଆ
ପର ଅଧିକାରୀସଞ୍ଚିତା ମହାନ୍ତି
ନିର୍ବାଚନ ମଣ୍ଡଳୀକୋରାଇ
ବିଧାୟକ: ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୫
ପର ଅଧିକାରୀରାମଚନ୍ଦ୍ର ଖୁଣ୍ଟିଆ
ନିର୍ବାଚନ ମଣ୍ଡଳୀକୋରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-03-15)ମାର୍ଚ୍ଚ ୧୫, ୧୯୪୨
ମୃତ୍ୟୁ୩୧ ଡିସେମ୍ବର ୨୦୦୮(2008-12-31) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ (ସେକ୍ୟୁଲାର୍)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଜନତା, ଜନତା (ଏସ୍) ଚନ୍ଦ୍ର ସିଂହ, ଜନତା ଦଳ
ଜୀବନ ସାଥୀସନ୍ଧ୍ୟାରାଣୀ ଦାସ
ସନ୍ତାନପ୍ରଣବ ପ୍ରକାଶ ଦାସ
ବାପା/ବୋଉଅଦ୍ୱେତ ପ୍ରସାଦ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଅଶୋକ କୁମାର ଦାସ (୧୫ ମାର୍ଚ୍ଚ ୧୯୪୨ - ୩୧ ଡିସେମ୍ବର ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଅଶୋକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ଥର କାର୍ଯ୍ୟ କରିଛନ୍ତି । ୧୯୭୪, ୧୯୭୭, ୧୯୮୦, ୧୯୯୦, ୧୯୯୫, ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଅଶୋକ କୁମାର ଦାସ ୧୯୪୨ ମସିହାର ମାର୍ଚ୍ଚ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଅଦ୍ୱେତ ପ୍ରସାଦ ଦାସ ଏବଂ ପତ୍ନୀଙ୍କ ନାମ ସନ୍ଧ୍ୟାରାଣୀ ଦାସ ।[] ଅଶୋକଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[] ତାଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ଜଣେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସ ୨୦୨୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଅଶୋକ କୁମାର ଦାସ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ, ଜନତା, ଜନତା (ଏସ୍) ଚନ୍ଦ୍ର ସିଂହ, ଜନତା ଦଳ ଓ ଜନତା ଦଳ (ସେକ୍ୟୁଲାର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ୬ ଥର କାର୍ଯ୍ୟ କରିଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା କୋରାଇ ଉତ୍କଳ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ଜନତା
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଜନତା (ଏସ୍) ଚନ୍ଦ୍ର ସିଂହ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଜନତା ଦଳ (ସେକ୍ୟୁଲାର୍)
  1. ୧.୦ ୧.୧ ୧.୨ ୧.୩ ୧.୪ "Shri Ashok Kumar Das". odishaassembly.nic.in. Odisha Assembly. Retrieved 14 November 2019.
  2. "କୋରେଇରେ ମା' ସନ୍ଧ୍ୟାରାଣୀ ଦାସ ଓ ସମ୍ବଲପୁରରେ ପୁଅ ପ୍ରଣବ ପ୍ରକାଶ ଦାସ ପଛରେ". Sambad (in ଆମେରିକୀୟ ଇଂରାଜୀ). 2024-06-04. Retrieved 2024-07-05.