ସୁଜାତା ସାହୁ
ଦେଖଣା
ସୁଜାତା ସାହୁ | |
---|---|
ବିଧାୟିକା: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୫ ଜୁନ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ପ୍ରଣବ ପ୍ରକାଶ ଦାସ |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବୃତ୍ତି | ରାଜନୀତିଜ୍ଞ |
ସୁଜାତା ସାହୁ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ସୁଜାତା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି ।[୧] ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୬,୦୪୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଗୌତମ ରାୟଙ୍କୁ ୨,୫୬୪ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ "बीजद ने जाजपुर विधानसभा सीट के लिए मिशन शक्ति नेता को उतारा". newindianexpress.com. TNIE. Retrieved 16 June 2024.
- ↑ "General Election to Jajpur (Odisha)". Election Commission of India. Retrieved 11 June 2024.