Jump to content

ଫେନ‌କ୍ସିମିଥାଇଲପେନିସିଲିନ

ଉଇକିପିଡ଼ିଆ‌ରୁ
(Phenoxymethylpenicillinରୁ ଲେଉଟି ଆସିଛି)
ଫେନ‌କ୍ସିମିଥାଇଲପେନିସିଲିନ
Clinical data
Trade namesVeetids, others
Synonymspenicillin phenoxymethyl, penicillin V
AHFS/Drugs.commonograph
MedlinePlusa685015
data
Pregnancy
category
  • US: B (No risk in non-human studies)
    Routes of
    administration
    by mouth
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability60%
    Protein binding80%
    Metabolismliver
    Elimination half-life30–60 min
    Excretionkidney
    Identifiers
    • 3,3-Dimethyl-7-oxo-6-(2-phenoxyacetamido)-4-thia-1-azabicyclo[3.2.0]heptane-2-carboxylic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.001.566 Edit this at Wikidata
    Chemical and physical data
    FormulaC16H18N2O5S
    Molar mass350.39 g/mol
    3D model (JSmol)
    Melting point120–128 °C (248–262 °F)
    • CC1([C@@H](N2[C@H](S1)[C@@H](C2=O)NC(=O)COC3=CC=CC=C3)C(=O)O)C
    • InChI=1S/C16H18N2O5S/c1-16(2)12(15(21)22)18-13(20)11(14(18)24-16)17-10(19)8-23-9-6-4-3-5-7-9/h3-7,11-12,14H,8H2,1-2H3,(H,17,19)(H,21,22)/t11-,12+,14-/m1/s1 checkY
    • Key:BPLBGHOLXOTWMN-MBNYWOFBSA-N checkY
      (verify)

    ଫେନ‌କ୍ସିମିଥାଇଲପେନିସିଲିନ (ଇଂରାଜୀ ଭାଷାରେ Phenoxymethylpenicillin, ଅନ୍ୟ ନାମ ପେନିସିଲିନ ଭି/penicillin V), ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ସଂଖ୍ୟକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବ‌ହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ସ୍ଟ୍ରେପ ଥ୍ରୋଟ, ମଧ୍ୟକର୍ଣ୍ଣ ପ୍ରଦାହସେଲ୍ୟୁଲାଇଟିସ୍ ରୋଗମାନଙ୍କରେ ଦିଆଯାଏ । ରିଉମାଟିକ ଜ୍ୱରରେ ଓ ପ୍ଲୀହା କାଢ଼ିଦେବା ପରେ ସଂକ୍ରମଣ ପ୍ରତିରୋଧ ନିମନ୍ତେ ମଧ୍ୟ ଏହା ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ ।[]

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ ଓ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reaction) ହୋଇପାରେ । ପେନିସିଲିନ ଆଲର୍ଜି (penicillin allergy) ଥିବା ଲୋକମାନଙ୍କୁ ଏହା ଦେବାକୁ ମନା ଥାଏ ।[] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ।[] ଏହା ପେନିସିଲିନ (penicillin) ଓ ବିଟାଲାକ୍ଟମ (beta lactam) ଶ୍ରେଣୀର ଔଷଧ । ଏହି ଔଷଧ ଦେବା ଫଳରେ ଜୀବାଣୁ ମୃତ୍ୟୁ (bacterial death) ହୁଏ ।[]

    ସନ ୧୯୪୮ରେ ପ୍ରଥମେ ଫେନ‌କ୍ସିମିଥାଇଲପେନିସିଲିନ ପ୍ରସ୍ତୁତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନର ଖର୍ଚ୍ଚ ୦.୦୫ରୁ ୦.୯୬ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷର ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାର ।[]

    1. 1 2 WHO Model Formulary 2008 (PDF). World Health Organization. 2009. p. X. ISBN 9789241547659. Retrieved 8 December 2016.
    2. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 95. ISBN 9781284057560.
    3. 1 2 "Penicillin V". The American Society of Health-System Pharmacists. Retrieved 8 December 2016.
    4. Greenwood, David (2008). Antimicrobial Drugs: Chronicle of a Twentieth Century Medical Triumph (in ଇଂରାଜୀ). OUP Oxford. p. 121. ISBN 9780199534845.
    5. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    6. "Penicillin, Phenoxymethyl". International Drug Price Indicator Guide. Retrieved 8 December 2016.[permanent dead link]