ଆଖି ଦୋଳନ

ଉଇକିପିଡ଼ିଆ‌ରୁ
(Nystagmusରୁ ଲେଉଟି ଆସିଛି)
Nystagmus
Dancing eyes[୧]
Horizontal optokinetic nystagmus, a normal (physiological) form of nystagmus
ବିଭାଗNeurology, ophthalmology
ଲକ୍ଷଣInvoluntary, rapid, rhythmic eye movements[୨]
କାରଣBPPV, multiple sclerosis, head injury, brain tumors, metabolic disorder, medication side effects, hyperventilation, alcohol or other drugs, infantile nystagmus, normal response to certain events[୨][୩]
ସଠିକ ରୋଗ ନିର୍ଣ୍ଣୟSaccades, oscillations, oculogyric crises, ocular bobbing[୨]
ଔଷଧMemantine, gabapentin, clonazepam[୩]
ଚିକିତ୍ସାBased on underlying cause[୩]
ପୁନଃପୌନିକ24 per 10,000[୪]

ଆଖି ଦୋଳନ ବା ନିଷ୍ଟାଗମସ୍ (ଇଂରାଜୀ ଭାଷାରେ Nystagmus) ରୋଗରେ ସାଧାରଣତଃ ଡୋଳାର ଏକ ଅନିଚ୍ଛାକୃତ, ଦ୍ରୁତ ଏବଂ ଲୟବଦ୍ଧ ଗତି ହୁଏ | [୨] ଗତିଗୁଡ଼ିକ ପାର୍ଶ୍ୱରୁ ପାର୍ଶ୍ୱ , ଉପର ତଳ କିମ୍ବା ଘୂର୍ଣ୍ଣାୟମାନ ହୋଇପାରେ | [୪] ଏହା କ୍ରମାଗତ ଭାବରେ ଉପସ୍ଥିତ ହୋଇପାରେ କିମ୍ବା ନିର୍ଦ୍ଦିଷ୍ଟ ଦିଗକୁ ଦେଖିଲେ କିମ୍ବା କିଛି ଗତିବିଧିକୁ ଅନୁସରଣ କଲେ ହୋଇପାରେ | [୨] ଏହା ସ‌ହିତ ମୁଣ୍ଡବୁଲା ମଧ୍ୟ ହୋଇପାରେ | [୨] ରୋଗ ଜଟିଳ ହେଲେ ଦୃଷ୍ଟିହାନି, ଗଭୀରତା ଧାରଣା ବା ଖରାପ ସମନ୍ୱୟ ହୋଇପାରେ | [୨]

ମସ୍ତିଷ୍କରେ ଥିବା କର୍ଟେକ୍ସ, ସାମନା ଭିଜୁଆଲ ଟ୍ରାକ୍ଟ , ବ୍ରେନସ୍ଟେମ, ସେରେବେଲମ ବା ପେରିଫେରାଲ ଭେସ୍ଟିବୁଲାର ଆପାରାଟସ ଇତ୍ୟାଦିରେ କୌଣସି ରୋଗ ହେଲେ ଆଖି ଦୋଳନ ହୁଏ | [୨] ନିର୍ଦ୍ଦିଷ୍ଟ କାରଣଗୁଡ଼ିକ ମଧ୍ୟରେ ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ, ମଲ୍ଟିପ୍ଲ ସ୍କ୍ଲେରୋସିସ୍, ମୁଣ୍ଡରେ ଆଘାତ, ମସ୍ତିଷ୍କ ଅର୍ବୁଦ, ମେଟାବୋଲିକ୍ ରୋଗ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା, ହାଇପରଭେଣ୍ଟିଲେସନ, ଶୈଶବ ନିସ୍ଟାଗମସ, ଏବଂ ମଦ୍ୟପାନ ଯୋଗୁ ହୋଇପାରେ | [୨] [୩] ଏହା କେତେକ ଉତ୍ତେଜକର ସାଧାରଣ ପ୍ରତିକ୍ରିୟା ଭାବରେ ମଧ୍ୟ ହୋଇପାରେ | [୨] ଚକ୍ଷୁ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ । [୫]

ମୂଳ କାରଣ ଅନୁସନ୍ଧାନ ସ‌ହିତ ନିଷ୍ଟାଗମସର ଗତି ମନ୍ଥର କରିବାକୁ କିମ୍ବା ଦୃଷ୍ଟି ଶକ୍ତି ସମସ୍ୟାକୁ ହ୍ରାସ କରିବାକୁ ଚିକିତ୍ସା କରାଯାଏ | [୩] ଔଷଧ, ଚଷମା କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଏ ।[୩] ମେମାଣ୍ଟାଇନ, ଗାବାପେଣ୍ଟିନ୍ କିମ୍ବା କ୍ଲୋନାଜେପାମ ଇତ୍ୟାଦି ଔଷଧ ଦିଆଯାଏ । [୩] ଅନ୍ତର୍ନିହିତ ରୋଗ ହେତୁ ପ୍ରାୟ ୧୦,୦୦୦ ବୟସ୍କଙ୍କ ମଧ୍ୟରେ ୨୪ ଜଣଙ୍କର ନିଷ୍ଟାଗମସ୍ ଥାଏ ଓ ପ୍ରାୟ ୧୦,୦୦୦ ପିଲାଙ୍କ ମଧ୍ୟରେ ୧୭ ଜଣଙ୍କର ଶୈଶବ ନିଷ୍ଟାଗମସ୍ ଥାଏ । [୪]  

ଆଧାର[ସମ୍ପାଦନା]

  1. Weil A (2013). "Dealing with dancing eyes". Weil Lifestyle, LLC. Retrieved 2014-04-16. Note however that "dancing eyes" is also a common term for opsoclonus myoclonus syndrome.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Sekhon, RK; Rocha Cabrero, F; Deibel, JP (January 2020). "Nystagmus Types". PMID 30969533. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Thurtell, MJ (October 2015). "Treatment of Nystagmus". Seminars in neurology. 35 (5): 522–6. doi:10.1055/s-0035-1563575. PMID 26444397.
  4. ୪.୦ ୪.୧ ୪.୨ "Nystagmus - EyeWiki". eyewiki.org. Retrieved 28 November 2020.
  5. "Nystagmus". www.aoa.org (in ଇଂରାଜୀ). Retrieved 28 November 2020.