ଆଖି ଦୋଳନ
Nystagmus | |
---|---|
Dancing eyes[୧] | |
ବିଭାଗ | Neurology, ophthalmology |
ଲକ୍ଷଣ | Involuntary, rapid, rhythmic eye movements[୨] |
କାରଣ | BPPV, multiple sclerosis, head injury, brain tumors, metabolic disorder, medication side effects, hyperventilation, alcohol or other drugs, infantile nystagmus, normal response to certain events[୨][୩] |
ସଠିକ ରୋଗ ନିର୍ଣ୍ଣୟ | Saccades, oscillations, oculogyric crises, ocular bobbing[୨] |
ଔଷଧ | Memantine, gabapentin, clonazepam[୩] |
ଚିକିତ୍ସା | Based on underlying cause[୩] |
ପୁନଃପୌନିକ | 24 per 10,000[୪] |
Patient UK | Nystagmus |
ଆଖି ଦୋଳନ ବା ନିଷ୍ଟାଗମସ୍ (ଇଂରାଜୀ ଭାଷାରେ Nystagmus) ରୋଗରେ ସାଧାରଣତଃ ଡୋଳାର ଏକ ଅନିଚ୍ଛାକୃତ, ଦ୍ରୁତ ଏବଂ ଲୟବଦ୍ଧ ଗତି ହୁଏ | [୨] ଗତିଗୁଡ଼ିକ ପାର୍ଶ୍ୱରୁ ପାର୍ଶ୍ୱ , ଉପର ତଳ କିମ୍ବା ଘୂର୍ଣ୍ଣାୟମାନ ହୋଇପାରେ | [୪] ଏହା କ୍ରମାଗତ ଭାବରେ ଉପସ୍ଥିତ ହୋଇପାରେ କିମ୍ବା ନିର୍ଦ୍ଦିଷ୍ଟ ଦିଗକୁ ଦେଖିଲେ କିମ୍ବା କିଛି ଗତିବିଧିକୁ ଅନୁସରଣ କଲେ ହୋଇପାରେ | [୨] ଏହା ସହିତ ମୁଣ୍ଡବୁଲା ମଧ୍ୟ ହୋଇପାରେ | [୨] ରୋଗ ଜଟିଳ ହେଲେ ଦୃଷ୍ଟିହାନି, ଗଭୀରତା ଧାରଣା ବା ଖରାପ ସମନ୍ୱୟ ହୋଇପାରେ | [୨]
ମସ୍ତିଷ୍କରେ ଥିବା କର୍ଟେକ୍ସ, ସାମନା ଭିଜୁଆଲ ଟ୍ରାକ୍ଟ , ବ୍ରେନସ୍ଟେମ, ସେରେବେଲମ ବା ପେରିଫେରାଲ ଭେସ୍ଟିବୁଲାର ଆପାରାଟସ ଇତ୍ୟାଦିରେ କୌଣସି ରୋଗ ହେଲେ ଆଖି ଦୋଳନ ହୁଏ | [୨] ନିର୍ଦ୍ଦିଷ୍ଟ କାରଣଗୁଡ଼ିକ ମଧ୍ୟରେ ବିନାଇନ ପାରୋକସିସମାଲ ପୋଜିସନାଲ ଭର୍ଟାଇଗୋ, ମଲ୍ଟିପ୍ଲ ସ୍କ୍ଲେରୋସିସ୍, ମୁଣ୍ଡରେ ଆଘାତ, ମସ୍ତିଷ୍କ ଅର୍ବୁଦ, ମେଟାବୋଲିକ୍ ରୋଗ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା, ହାଇପରଭେଣ୍ଟିଲେସନ, ଶୈଶବ ନିସ୍ଟାଗମସ, ଏବଂ ମଦ୍ୟପାନ ଯୋଗୁ ହୋଇପାରେ | [୨] [୩] ଏହା କେତେକ ଉତ୍ତେଜକର ସାଧାରଣ ପ୍ରତିକ୍ରିୟା ଭାବରେ ମଧ୍ୟ ହୋଇପାରେ | [୨] ଚକ୍ଷୁ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଇପାରେ । [୫]
ମୂଳ କାରଣ ଅନୁସନ୍ଧାନ ସହିତ ନିଷ୍ଟାଗମସର ଗତି ମନ୍ଥର କରିବାକୁ କିମ୍ବା ଦୃଷ୍ଟି ଶକ୍ତି ସମସ୍ୟାକୁ ହ୍ରାସ କରିବାକୁ ଚିକିତ୍ସା କରାଯାଏ | [୩] ଔଷଧ, ଚଷମା କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଏ ।[୩] ମେମାଣ୍ଟାଇନ, ଗାବାପେଣ୍ଟିନ୍ କିମ୍ବା କ୍ଲୋନାଜେପାମ ଇତ୍ୟାଦି ଔଷଧ ଦିଆଯାଏ । [୩] ଅନ୍ତର୍ନିହିତ ରୋଗ ହେତୁ ପ୍ରାୟ ୧୦,୦୦୦ ବୟସ୍କଙ୍କ ମଧ୍ୟରେ ୨୪ ଜଣଙ୍କର ନିଷ୍ଟାଗମସ୍ ଥାଏ ଓ ପ୍ରାୟ ୧୦,୦୦୦ ପିଲାଙ୍କ ମଧ୍ୟରେ ୧୭ ଜଣଙ୍କର ଶୈଶବ ନିଷ୍ଟାଗମସ୍ ଥାଏ । [୪]
ଆଧାର
[ସମ୍ପାଦନା]- ↑ Weil A (2013). "Dealing with dancing eyes". Weil Lifestyle, LLC. Retrieved 2014-04-16.
Note however that "dancing eyes" is also a common term for opsoclonus myoclonus syndrome.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Sekhon, RK; Rocha Cabrero, F; Deibel, JP (January 2020). "Nystagmus Types". PMID 30969533.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Thurtell, MJ (October 2015). "Treatment of Nystagmus". Seminars in neurology. 35 (5): 522–6. doi:10.1055/s-0035-1563575. PMID 26444397.
- ↑ ୪.୦ ୪.୧ ୪.୨ "Nystagmus - EyeWiki". eyewiki.org. Retrieved 28 November 2020.
- ↑ "Nystagmus". www.aoa.org (in ଇଂରାଜୀ). Retrieved 28 November 2020.