ନରେନ ପଲେଇ
ନରେନ ପଲେଇ | |
---|---|
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ପ୍ରଫୁଲ୍ଲ ସାମଲ |
ପର ଅଧିକାରୀ | ଯୁଗଳ କିଶୋର ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୭ ମଇ ୧୯୬୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ନିର୍ମଳା ପଲେଇ |
ବାପା/ବୋଉ | କାହ୍ନୁ ଚରଣ ପଲେଇ (ବାପା) |
ସମ୍ପର୍କୀୟ | ବିରେନ ପଲେଇ (ଭାଇ) |
ବୃତ୍ତି | ରାଜନୀତିଜ୍ଞ |
ନରେନ ପଲେଇ (ଜନ୍ମ: ୧୭ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ନରେନ ପଲେଇ ୧୯୬୫ ମସିହାର ମଇ ମାସ ୧୭ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ କାହ୍ନୁଚରଣ ପଲେଇ ।[୩] ସେ ନିର୍ମଳା ପଲେଇଙ୍କୁ ବିବାହ କରିଥିଲେ ।[୩] ରାଜନେତା ବିରେନ ପଲେଇ ନରେନଙ୍କର ଭାଇ ଥିଲେ । ବିରେନ ୧୨ଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ବିରେନ ପଲେଇ ଭଦ୍ରକ ପୌରପାଳିକାର ଅଧକ୍ଷ ଭାବରେ ୨୦୦୨ ମସିହାରୁ ୨୦୦୩ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨] ଏହାପରେ ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୦,୦୧୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୩]
ଏହାପରେ ୨୦୦୯ ଓ ୨୦୧୪ ମସିହାରେ ନରେନ ପଲେଇ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ହେଁ ଯଥାକ୍ରମେ ୫୩,୮୬୬ ଓ ୫୬,୯୯୫ ଖଣ୍ଡ ଭୋଟ ପାଇ ଯୁଗଳ କିଶୋର ପଟ୍ଟନାୟକଙ୍କଠାରୁ ପରାସ୍ତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Bhadrak Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-05-04.
- ↑ ୨.୦ ୨.୧ "MLA Naren Pallai Profile | BHADRAK Constituency". naveenpatnaik.com. Archived from the original on 2017-10-26. Retrieved 2019-05-06.
- ↑ ୩.୦ ୩.୧ ୩.୨ "MLA Naren Pallai Profile | BHADRAK Constituency". odishahelpline.com. Retrieved 2019-05-06.
- ↑ "Sitting Congress MLA died in road accident in Bhubneshwar". Zee News (in ଇଂରାଜୀ). 2001-03-03. Retrieved 2019-05-05.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ନରେନ ପଲେଇ-ସମ୍ପର୍କିତ ମିଡ଼ିଆ