Jump to content

ନିଦ୍ରାବେଶ

ଉଇକିପିଡ଼ିଆ‌ରୁ
(Narcolepsyରୁ ଲେଉଟି ଆସିଛି)
ନିଦ୍ରାବେଶ
The neuropeptide orexin-A delivered to be reduced in the neurons of people with narcolepsy
ଉଚ୍ଚାରଣ
  • /ˈnɑːrkəˌlɛpsi/
ବିଭାଗSleep medicine
ଆଇସିଡ଼ି-୧୦G47.4
ଆଇସିଡ଼ି-୯-ସିଏମ୍347
ଓଏମ୍‌ଆଇଏମ୍161400
ରୋଗ ଡାଟାବେସ8801
ମେଡ଼ିସିନ-ପ୍ଲସ000802
ଇ-ମେଡ଼ିସିନneuro/522
MeSHD009290

ନିଦ୍ରାବେଶ ବା ନାର୍କୋଲେପ୍ସି (ଇଂରାଜୀ ଭାଷାରେ Narcolepsy) ଏକ ଦୀର୍ଘକାଳୀନ ସ୍ନାୟୁଗତ ବେମାରୀ (neurological disorder) ଯେଉଁଥିରେ ନିଦ୍ରା-ଜାଗ୍ରତ ଚକ୍ରର (circadian rhythm) ନିୟନ୍ତ୍ରଣ କମିଯାଏ । [] ଦିନରେ ପ୍ରବଳ ନିଦ୍ରା ଆସେ ଯାହା କିଛି ସେକେଣ୍ଡରୁ କିଛି ମିନିଟ ପର୍ଯ୍ୟନ୍ତ ରହେ ଓ ଯେ କୌଣସି ସମୟରେ ନିଦ୍ରା ଆସିପାରେ । ଏହି ରୋଗୀଙ୍କ ମଧ୍ୟରୁ ପ୍ରାୟ ୭୦% ଲୋକଙ୍କର ହଠାତ୍ ମାଂସପେଶୀ ଶକ୍ତି କ୍ଷୟ ହୁଏ ଯାହାକୁ କାଟାପ୍ଲେକ୍ସି (cataplexy) କୁହାଯାଏ । ଅତ୍ୟଧିକ ଆବେଗ ହେଲେ ଏହି ନିଦ୍ରାବେଶ ଅବଧି (spell) ଆରମ୍ଭ ହୋଇଯାଏ । ଅଳ୍ପ କେତେକ କ୍ଷେତ୍ରରେ ବିଭିନ୍ନ ଛବିର ସ୍ୱପ୍ନ ଆସେ ବା ନିଦ୍ରା ପାରାଲିସିସ (inability to move for a period of time during falling asleep or upon waking-up) ହୁଏ; ନିଦ୍ରା ସମୟରେ ବା ନିଦ୍ରାରୁ ଉଠିବା ପରେ କିଛି ସମୟ ନିମନ୍ତେ ଏହି ପାରାଲିସିସ ହୁଏ । ସମୁଦାୟ ନିଦ୍ରା ସମୟ କିନ୍ତୁ ଅପରିବର୍ତ୍ତିତ ରହେ ।[]

ନିଦ୍ରାବେଶର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ପ୍ରାୟ ୧୦% କେଶ୍‌ରେ ପରିବାରରେ ଏହି ରୋଗ ଇତିହାସ ଥାଏ । ରୋଗାକ୍ରାନ୍ତ ଲୋକଙ୍କର ହାଇପୋକ୍ରେଟିନ (hypocretin), ଏକ ପ୍ରକାର ନିଉରୋଟ୍ରାନ୍ସମିଟରର (neurotransmitter), ସ୍ତର କମ ଥାଏ ଯାହା ଅଟୋଇମ୍ମ୍ୟୁନ (autoimmune disorder) ବେମାରୀ ଯୋଗୁ ହୋଇପାରେ । ଆଘାତ, କେତେକ ସଂକ୍ରମଣ, ଟକ୍ସିନ ବା ମାନସିକ ଚାପର ଭୂମିକା ଥାଇପାରେ । ସମ୍ଭାବ୍ୟ କାରଣମାନଙ୍କ ମଧ୍ୟରୁ ବାଛି, ଲକ୍ଷଣ ଓ ନିଦ୍ରା ଅନୁଶୀଳନ (sleep studies) କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଅତ୍ୟଧିକ ଦିବା ନିଦ୍ରାବେଶ ନିମନ୍ତେ ଅନ୍ୟାନ୍ୟ କାରଣ ଥାଇପାରେ ଯେପରିକି ନିଦ୍ରା ଶ୍ୱାସରୋଧ, ପ୍ରମୁଖ ଅବସାଦ ବେମାରୀ, ଆନିମିଆ, ହୃଦ୍‌ପାତ, ମଦ୍ୟପାନ ଓ ନିଦ୍ରା ଅଭାବ । କାଟାପ୍ଲେକ୍ସିକୁ ଭୂଲ କ୍ରମେ ଅପସ୍ମାର (seizures) ଭାବିହୁଏ ।[]

ନିଦ୍ରାବେଶ ରୋଗ ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ ଓ ଔଷଧଦ୍ୱାରା ଉପକାର ହୁଏ । ଦିନରେ କିଛି ସମୟ ଶୟନ ଓ ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene) ପାଳନ କରି ଜୀବନ‌ଚର୍ଯ୍ୟା ପରିବର୍ତ୍ତନ କରାଯାଏ । ବ୍ୟବ‌ହାର ଉପ‌ଯୋଗୀ ଔଷଧମାନଙ୍କର ନାମ: ମୋଡାଫିନିଲ (modafinil), ସୋଡ଼ିଅମ ଅକ୍ସିବେଟ (sodium oxybate), ଓ ମିଥାଇଲଫେନିବେଟ (methylphenidate) । ପ୍ରଥମରୁ କିଛି ଉପକାର ମିଳେ । ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (Tricyclic antidepressants) ଓ ସିଲେକ୍ଟିଭ ସିରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitors/SSRIs) ସାହାଯ୍ୟରେ କାଟାପ୍ଲେକ୍ସିରେ ଉପକାର ମିଳେ । []

ପ୍ରତି ଏକ ଲକ୍ଷ ଲୋକରେ ପ୍ରାୟ ୦.୨ରୁ ୬୦୦ ଜଣ ଏହି ରୋଗାକ୍ରାନ୍ତ ହୁଅନ୍ତି ।[] ଏହି ରୋଗ ପ୍ରାୟ ପିଲାବେଳୁ ଆରମ୍ଭ ହୁଏ । ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଚିକିତ୍ସା ନ ହେଲେ ଗାଡ଼ି ଧକ୍କା ଓ ଦୁର୍ଘଟଣା ଜନିତ ପତନ ହୋଇପାରେ ।[] ନାର୍କୋଲେପ୍ସି ଶବ୍ଦଟି ଫରାସୀ narcolepsie ଶବ୍ଦରୁ ନିଆଯାଇଛି । ସନ ୧୮୮୦ରେ ଜିନ-ପାପଟିସ୍ଟେ-ଏଡ଼ୱାର୍ଡ଼ ଗେଲିନୋଙ୍କ (Jean-Baptiste-Édouard Gélineau) ପ୍ରଥମ ବ୍ୟବ‌ହୃତ ଏହି ଫରାସୀ ଶବ୍ଦ νάρκη (narkē)ର ଅର୍ଥ କାଲୁଆ ("numbness") ଓ λῆψις (lepsis) ଅର୍ଥ ଆକ୍ରମଣ ("attack") ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Narcolepsy Fact Sheet". NINDS. April 6, 2016. Archived from the original on 27 July 2016. Retrieved 19 August 2016.
  2. "NINDS Narcolepsy Information Page". NINDS. April 6, 2016. Archived from the original on 21 February 2014. Retrieved 19 August 2016.
  3. Goswami, Meeta; Thorpy, Michael J.; Pandi-Perumal, S. R. (2016). Narcolepsy: A Clinical Guide (in ଇଂରାଜୀ) (2 ed.). Springer. p. 39. ISBN 9783319237398.
  4. Harper, Douglas (2010). "Narcolepsy". Dictionary.com. Online Etymology Dictionary. Retrieved 19 August 2016.