ନିଦ୍ରାବେଶ

ଉଇକିପିଡ଼ିଆ‌ରୁ
ନିଦ୍ରାବେଶ
1R02 crystallography.png
The neuropeptide orexin-A delivered to be reduced in the neurons of people with narcolepsy
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˈnɑːrkəˌlɛpsi/
ସ୍ପେଶାଲିଟିSleep medicine
ଆଇସିଡ଼ି-୧୦G47.4
ଆଇସିଡ଼ି-୯-ସିଏମ୍347
ଓଏମ୍‌ଆଇଏମ୍161400
ରୋଗ ଡାଟାବେସ8801
ମେଡ଼ିସିନ-ପ୍ଲସ000802
ଇ-ମେଡ଼ିସିନneuro/522
MeSHD009290

ନିଦ୍ରାବେଶ ବା ନାର୍କୋଲେପ୍ସି (ଇଂରାଜୀ ଭାଷାରେ Narcolepsy) ଏକ ଦୀର୍ଘକାଳୀନ ସ୍ନାୟୁଗତ ବେମାରୀ (neurological disorder) ଯେଉଁଥିରେ ନିଦ୍ରା-ଜାଗ୍ରତ ଚକ୍ରର (circadian rhythm) ନିୟନ୍ତ୍ରଣ କମିଯାଏ । [୧] ଦିନରେ ପ୍ରବଳ ନିଦ୍ରା ଆସେ ଯାହା କିଛି ସେକେଣ୍ଡରୁ କିଛି ମିନିଟ ପର୍ଯ୍ୟନ୍ତ ରହେ ଓ ଯେ କୌଣସି ସମୟରେ ନିଦ୍ରା ଆସିପାରେ । ଏହି ରୋଗୀଙ୍କ ମଧ୍ୟରୁ ପ୍ରାୟ ୭୦% ଲୋକଙ୍କର ହଠାତ୍ ମାଂସପେଶୀ ଶକ୍ତି କ୍ଷୟ ହୁଏ ଯାହାକୁ କାଟାପ୍ଲେକ୍ସି (cataplexy) କୁହାଯାଏ । ଅତ୍ୟଧିକ ଆବେଗ ହେଲେ ଏହି ନିଦ୍ରାବେଶ ଅବଧି (spell) ଆରମ୍ଭ ହୋଇଯାଏ । ଅଳ୍ପ କେତେକ କ୍ଷେତ୍ରରେ ବିଭିନ୍ନ ଛବିର ସ୍ୱପ୍ନ ଆସେ ବା ନିଦ୍ରା ପାରାଲିସିସ (inability to move for a period of time during falling asleep or upon waking-up) ହୁଏ; ନିଦ୍ରା ସମୟରେ ବା ନିଦ୍ରାରୁ ଉଠିବା ପରେ କିଛି ସମୟ ନିମନ୍ତେ ଏହି ପାରାଲିସିସ ହୁଏ । ସମୁଦାୟ ନିଦ୍ରା ସମୟ କିନ୍ତୁ ଅପରିବର୍ତ୍ତିତ ରହେ ।[୧]

ନିଦ୍ରାବେଶର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ପ୍ରାୟ ୧୦% କେଶ୍‌ରେ ପରିବାରରେ ଏହି ରୋଗ ଇତିହାସ ଥାଏ । ରୋଗାକ୍ରାନ୍ତ ଲୋକଙ୍କର ହାଇପୋକ୍ରେଟିନ (hypocretin), ଏକ ପ୍ରକାର ନିଉରୋଟ୍ରାନ୍ସମିଟରର (neurotransmitter), ସ୍ତର କମ ଥାଏ ଯାହା ଅଟୋଇମ୍ମ୍ୟୁନ (autoimmune disorder) ବେମାରୀ ଯୋଗୁ ହୋଇପାରେ । ଆଘାତ, କେତେକ ସଂକ୍ରମଣ, ଟକ୍ସିନ ବା ମାନସିକ ଚାପର ଭୂମିକା ଥାଇପାରେ । ସମ୍ଭାବ୍ୟ କାରଣମାନଙ୍କ ମଧ୍ୟରୁ ବାଛି, ଲକ୍ଷଣ ଓ ନିଦ୍ରା ଅନୁଶୀଳନ (sleep studies) କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଅତ୍ୟଧିକ ଦିବା ନିଦ୍ରାବେଶ ନିମନ୍ତେ ଅନ୍ୟାନ୍ୟ କାରଣ ଥାଇପାରେ ଯେପରିକି ନିଦ୍ରା ଶ୍ୱାସରୋଧ, ପ୍ରମୁଖ ଅବସାଦ ବେମାରୀ, ଆନିମିଆ, ହୃଦ୍‌ପାତ, ମଦ୍ୟପାନ ଓ ନିଦ୍ରା ଅଭାବ । କାଟାପ୍ଲେକ୍ସିକୁ ଭୂଲ କ୍ରମେ ଅପସ୍ମାର (seizures) ଭାବିହୁଏ ।[୧]

ନିଦ୍ରାବେଶ ରୋଗ ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ ଓ ଔଷଧଦ୍ୱାରା ଉପକାର ହୁଏ । ଦିନରେ କିଛି ସମୟ ଶୟନ ଓ ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene) ପାଳନ କରି ଜୀବନ‌ଚର୍ଯ୍ୟା ପରିବର୍ତ୍ତନ କରାଯାଏ । ବ୍ୟବ‌ହାର ଉପ‌ଯୋଗୀ ଔଷଧମାନଙ୍କର ନାମ: ମୋଡାଫିନିଲ (modafinil), ସୋଡ଼ିଅମ ଅକ୍ସିବେଟ (sodium oxybate), ଓ ମିଥାଇଲଫେନିବେଟ (methylphenidate) । ପ୍ରଥମରୁ କିଛି ଉପକାର ମିଳେ । ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (Tricyclic antidepressants) ଓ ସିଲେକ୍ଟିଭ ସିରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitors/SSRIs) ସାହାଯ୍ୟରେ କାଟାପ୍ଲେକ୍ସିରେ ଉପକାର ମିଳେ । [୧]

ପ୍ରତି ଏକ ଲକ୍ଷ ଲୋକରେ ପ୍ରାୟ ୦.୨ରୁ ୬୦୦ ଜଣ ଏହି ରୋଗାକ୍ରାନ୍ତ ହୁଅନ୍ତି ।[୩] ଏହି ରୋଗ ପ୍ରାୟ ପିଲାବେଳୁ ଆରମ୍ଭ ହୁଏ । ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଚିକିତ୍ସା ନ ହେଲେ ଗାଡ଼ି ଧକ୍କା ଓ ଦୁର୍ଘଟଣା ଜନିତ ପତନ ହୋଇପାରେ ।[୧] ନାର୍କୋଲେପ୍ସି ଶବ୍ଦଟି ଫରାସୀ narcolepsie ଶବ୍ଦରୁ ନିଆଯାଇଛି । ସନ ୧୮୮୦ରେ ଜିନ-ପାପଟିସ୍ଟେ-ଏଡ଼ୱାର୍ଡ଼ ଗେଲିନୋଙ୍କ (Jean-Baptiste-Édouard Gélineau) ପ୍ରଥମ ବ୍ୟବ‌ହୃତ ଏହି ଫରାସୀ ଶବ୍ଦ νάρκη (narkē)ର ଅର୍ଥ କାଲୁଆ ("numbness") ଓ λῆψις (lepsis) ଅର୍ଥ ଆକ୍ରମଣ ("attack") ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Narcolepsy Fact Sheet". NINDS. April 6, 2016. Retrieved 19 August 2016.
  2. "NINDS Narcolepsy Information Page". NINDS. April 6, 2016. Retrieved 19 August 2016.
  3. Goswami, Meeta; Thorpy, Michael J.; Pandi-Perumal, S. R. (2016). Narcolepsy: A Clinical Guide (in ଇଂରାଜୀ) (2 ed.). Springer. p. 39. ISBN 9783319237398.
  4. Harper, Douglas (2010). "Narcolepsy". Dictionary.com. Online Etymology Dictionary. Retrieved 19 August 2016.