ମୃଣାଲିନୀ ସରାଭାଇ

ଉଇକିପିଡ଼ିଆ‌ରୁ
(Mrinalini Sarabhaiରୁ ଲେଉଟି ଆସିଛି)
ମୃଣାଲିନୀ ସରାଭାଇ
୨୦୦୮ରେ ମୃଣାଲିନୀ ସରାଭାଇ‌
Born(1918-05-11)୧୧ ମଇ ୧୯୧୮
କେରଳ, ବ୍ରିଟିଶ ଇଣ୍ଡିଆ British India
Died୨୧ ଜାନୁଆରୀ ୨୦୧୬(2016-01-21) (ବୟସ ୯୭)
Nationalityଭାରତୀୟ
Occupation(s)ନାଚ, ନାଚ ନିର୍ଦ୍ଦେଶନା,
ଦର୍ପଣ ଏକାଡେମୀ ଅଫ ପରଫର୍ମିଙ୍ଗ ଆର୍ଟସ (Darpana Academy of Performing Arts) ସଂସ୍ଥାର ସ୍ଥାପୟିତା ।
Spouseବିକ୍ରମ ସରାଭାଇ Vikram Sarabhai
Childrenମଲ୍ଲିକା ସରାଭାଇ (କନ୍ୟା)
କାର୍ତ୍ତିକେୟ ସରାଭାଇ Kartikeya Sarabhai (ପୁତ୍ର)

ମୃଣାଲିନୀ ସରାଭାଇ (ଇଂରାଜୀ ଭାଷାରେ Mrinalini Vikram Sarabhai - ୧୧ ମଇ ୧୯୧୮ – ୨୧ ଜାନୁଆରୀ ୨୦୧୬) ଜଣେ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ, ନାଟ୍ୟ ନିର୍ଦ୍ଦେଶିକା ଓ ପ୍ରଶିକ୍ଷିକା ଥିଲେ । ଅହମଦାବାଦରେ ଅବସ୍ଥିତ ଦର୍ପଣ ଏକାଡେମୀ ଅଫ ପରଫର୍ମିଙ୍ଗ ଆର୍ଟସ (Darpana Academy of Performing Arts) ସଂସ୍ଥାର ସ୍ଥାପୟିତା ଥିଲେ ଯେଉଁଠାରେ ନାଚ, ନାଟକ, ସଙ୍ଗୀତ ଓ କଣ୍ଢେଇ ନାଚର ଶିକ୍ଷା ଦିଆଯାଉଥିଲା ।[୧] କଳା ନିମନ୍ତେ ତାଙ୍କର ଅବଦାନର ସ୍ୱୀକୃତି ସ୍ୱରୂପ ସେ ଅନେକ ପୁରସ୍କାର ଓ ପ୍ରଶଂସାପତ୍ର ପାଇଥିଲେ । ସେ ପ୍ରାୟ ୧୮,୦୦୦ ଛାତ୍ର ଛାତ୍ରୀଙ୍କୁ ଭାରତନାଟ୍ୟମ (Bharatnatyam) ଓ କଥାକଲୀ (Kathakali) ନୃତ୍ୟ ଶିକ୍ଷା ଦେଇଥିଲେ ।

ଜୀବନୀ[ସମ୍ପାଦନା]

ପ୍ରାକ୍ ଜୀବନ ଓ ଶିକ୍ଷା[ସମ୍ପାଦନା]

ଏବେକାର କେରଳରେ ମୃଣାଲିନୀ ୧୧ ମଇ ୧୯୧୮ରେ ଜନ୍ମ ଗ୍ରହଣ କରିଥିଲେ । Mrinalini was born in present-day Kerala on 11 May 1918,[୨] ତାଙ୍କ ପିତା ସୁବ୍ବରାମ ସ୍ୱାମୀନାଥନ ଜଣେ ଓକିଲ ଥିଲେ ଯିଏ ମାଡ୍ରାସ ହାଇକୋର୍ଟରେ କ୍ରିମିନାଲ ଲ ପ୍ରାକ୍ଟିସ କରୁଥିଲେ ଓ ମାଆ ଏ ଭି ଅମ୍ମୁକୁଟ୍ଟୀ, ଅନ୍ୟ ନାମ ଅମ୍ମୁ ସ୍ୱାମୀନାଥନ ଜଣେ ସ୍ୱାଧୀନ ସାମାଜିକ କର୍ମୀ ଥିଲେ । ମୃଣାଲିନୀଙ୍କ ବାଲ୍ୟକାଳ ସୁଇଜରଲ୍ୟାଣ୍ଡରେ କଟିଥିଲା ଓ ସେଠାକାର ଡାଲକ୍ରୋଜ ସ୍କୁଲରେ (Dalcroze) ସେ ପଶ୍ଚିମ ନାଚ ଟେକନିକର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । [୩] ଶାନ୍ତିନିକେତନରେ (Shantiniketan) ସେ ରବୀନ୍ଦ୍ରନାଥ ଠାକୁରଙ୍କ ଦିଗ୍‌ଦର୍ଶନରେ ଶିକ୍ଷା ଲାଭ କରିଥିଲେ ଓ ତାଙ୍କର ସତ୍ୟ ଆହ୍ୱାନ ଅନୁଭବ କରିଥିଲେ । ତା'ପରେ ସେ ସ୍ୱଳ୍ପ କାଳ ନିମନ୍ତେ ସଂଯୁକ୍ତ ରାଷ୍ଟ୍ରକୁ ଯାଇ ଆମେରିକାନ ଏକାଡେମୀ ଅଫ ଡ୍ରାମାଟିକ ଆର୍ଟସ (American Academy of Dramatic Arts) ସଂସ୍ଥାରେ ନାମ ଲେଖାଇଥିଲେ । ସେଠାରୁ ଫେରି ସେ ମୀନାକ୍ଷୀ ସୁନ୍ଦରମ ପିଲ୍ଲାଇଙ୍କଠାରୁ ଭାରତନାଟ୍ୟମ (Bharatanatyam) ଶାସ୍ତ୍ରୀୟ ନୃତ୍ୟ ଓ କିମ୍ବଦନ୍ତୀ ଗୁରୁ ଥାକାନି କୁଞ୍ଚୁ କୁରୁପଙ୍କଠାରୁ (Kunchu Kurup) କଥାକଲୀ (‌Kathakali) ନୃତ୍ୟ-ନାଟ୍ୟ ଶିକ୍ଷା କରିଥିଲେ । [୪]

ବିବାହ ଓ ପରବର୍ତ୍ତୀ କାଳ[ସମ୍ପାଦନା]

ବିକ୍ରମ ଓ ମୃଣାଲିନୀ ସରାଭାଇ‌ - ୧୯୪୮

ସନ ୧୯୪୨ରେ ଭାରତୀୟ ଅନ୍ତରୀକ୍ଷ ପ୍ରୋଗ୍ରମର ପିତା କୁହାଯାଉଥିବା ପଦାର୍ଥ ବିଜ୍ଞାନୀ ବିକ୍ରମ ସରାଭାଇଙ୍କୁ ମୃଣାଲିନୀ ବିବାହ କରିଥିଲେ । ତାଙ୍କର କାର୍ତ୍ତିକେୟ ସରାଭାଇ Kartikeya Sarabhai ନାମକ ଏକ ପୁତ୍ର ଓ ମଲ୍ଲିକା ସରାଭାଇ ନାମକ ଏକ କନ୍ୟା
ଜାତ ହୋଇଥିଲେ ଯିଏ ନୃତ୍ୟ ଓ ନାଟକରେ ଖ୍ୟାତି ଲାଭ କରିଥଲେ । ସନ ୧୯୪୮ରେ ସେ ଅହମଦାବାଦରେ ଦର୍ପଣ ଏକାଡେମୀ ଅଫ ପରଫର୍ମିଙ୍ଗ ଆର୍ଟସ (Darpana Academy of Performing Arts) ନାମକ ଏକ ସଂସ୍ଥା ସ୍ଥାପନ କରିଥିଲେ । ଏକ ବର୍ଷ ପରେ ସେ ପ୍ୟାରିସର ଥିଏଟେ ନ୍ୟାସନାଲ ଡି ଚାଇଲୋଟରେ (Théâtre national de Chaillot) ନୃତ୍ୟ କରି ବ‌ହୁତ ସମାଲୋଚକ ପ୍ରଶଂସା ପାଇଥିଲେ ।

ବିକ୍ରମ ଓ ମୃଣାଲିନୀ ସରାଭାଇ‌ଙ୍କ ବୈବାହିକ ଜୀବନ ଅଶାନ୍ତ ଥିଲା । ଜୀବନୀ ଲେଖକ ଅମ୍ରିତ ଶାହ ଅନୁସାରେ ବିକ୍ରମଙ୍କ ବ୍ୟକ୍ତିଗତ ଜୀବନରେ ବ‌ହୁତ ଶୁନ୍ୟତା ଥିଲା ଓ ତାହାକୁ ପୂରଣ କରିବାକୁ ସେ 'ସମାଜ ମଙ୍ଗଳ ନିମନ୍ତେ ବିଜ୍ଞାନ'ରେ ନିଜକୁ ସମର୍ପିତ କରିଦେଇଥିଲେ । [୫]

ଆଧାର[ସମ୍ପାଦନା]

  1. Indira Gandhi Memorial Trust (1993). Challenges of the twenty-first century: Conference 1991. Taylor & Francis. p. 375. ISBN 81-224-0488-X.
  2. Debra Craine and Judith Mackrell (2010). The Oxford Dictionary of Dance. Oxford: University Press. p. 396. ISBN 0199563446.
  3. "First step, first love". Indian Express. 9 December 2002. Archived from the original on 22 April 2004.
  4. "Mrinalini & Sanjay: Children Of Indian Spring, Masters Of Global Bloom". www.outlookindia.com/. Retrieved 11 May 2018.
  5. Amrita Shah (2007) Vikram Sarabhai: A Life. Penguin Viking. ISBN 0-670-99951-2