Jump to content

ମଞ୍ଜୁଳା ସ୍ୱାଇଁ

ଉଇକିପିଡ଼ିଆ‌ରୁ
(Manjula swainରୁ ଲେଉଟି ଆସିଛି)
ମଞ୍ଜୁଳା ସ୍ୱାଇଁ
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଦେବରାଜ ମହାନ୍ତି
ପର ଅଧିକାରୀସରୋଜ କୁମାର ପାଢ଼ୀ
ନିର୍ବାଚନ ମଣ୍ଡଳୀଆଦିକା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଲଡ଼ୁ କିଶୋର ସ୍ୱାଇଁ
ଘରକବିସୂର୍ଯ୍ୟ ନଗର, ଗଞ୍ଜାମ
ବୃତ୍ତିରାଜନୀତିଜ୍ଞ

ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ସେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ, ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମଞ୍ଜୁଳାଙ୍କ ସ୍ୱାମୀ, ଲଡ଼ୁ କିଶୋର ସ୍ୱାଇଁ ଜଣେ ପୂର୍ବତନ ବିଧାୟକ ଏବଂ ସାଂସଦ ଥିଲେ । ମଞ୍ଜୁଳା ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି ।

ରାଜନୈତିକ ଜୀବନ

[ସମ୍ପାଦନା]

ମଞ୍ଜୁଳା ଓଡ଼ିଶା ରାଜ୍ଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ମଞ୍ଜୁଳା ପଞ୍ଚାୟତ ଚେୟାରମ୍ୟାନ ଥିଲେ ।[] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୭,୨୩୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[] ଏହି ବିଧାନ ସଭାରେ, ସେ ୨୦୧୯ ମସିହାରୁ ୨୦୨୪ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୧,୦୨୪ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସରୋଜ କୁମାର ପାଢ଼ୀଙ୍କ ଠାରୁ ୮,୦୫୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

  1. www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25. {{cite web}}: Missing or empty |title= (help)[permanent dead link]
  2. "Assembly Election 2019 - Election Commission of India". results.eci.gov.in. Retrieved 2019-06-25.
  3. "General Election to Assembly Constituencies 2024: Aska (Odisha)". Election Commission of India. Retrieved 11 June 2024.