ମନିଷା ମିଶ୍ର

ଉଇକିପିଡ଼ିଆ‌ରୁ
(Manisha Mishraରୁ ଲେଉଟି ଆସିଛି)
ମନିଷା ମିଶ୍ର
Occupation(ଓଡ଼ିଆ) ଅଭିନେତ୍ରୀ
Years active୧୯୯୬ରୁ - ଏବେଯାଏଁ
Childrenଅନନ୍ୟା ମିଶ୍ର (ଝିଅ)

ମନିଷା ମିଶ୍ର ଜଣେ ଭାରତୀୟ‌-ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ ଆଦିରେ ଅଭିନୟ କରନ୍ତି । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ପୁଅ ମୋର ଭୋଳାଶଙ୍କରରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ସୁପରଷ୍ଟାର, ମୁଁ ଦିୱାନା ତୋ' ପାଇଁ, ଧର୍ମ, ଗଡ୍‌ଫାଦର୍, ବିନ୍ଦାସ ରୋମିଓ, ତୋ ପ୍ରେମରେ ପଡ଼ିଲା ପରେ, ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ମଞ୍ଜରୀ ଟିଭିରେ ପ୍ରସାରିତ ଧାରାବାହିକ ରକ୍ତ ସମ୍ପର୍କରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ମନିଷା ମିଶ୍ର ତୋ'ର ମୋର ପ୍ରେମ କାହାଣୀ ନାମକ ଏକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକର ମାଆ ଭୂମିକାରେ ଅଭିନୟ କରିଥିଲେ, ଯାହାକି ମୁକ୍ତିଲାଭ କରିନଥିଲା ।[୧] ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଗାଁର ନାଁ ଗାଲୁଆପୁରରେ ସେ ଅଭିନୟ କରିଥିଲେ ।[୨][୩] ୨୦୨୩ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବାଜିବଲୋ ସାହାନାଇ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଆଶୁତୋଷ ମହାପାତ୍ର[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୬ ପୁଅ ମୋର ଭୋଳାଶଙ୍କର ଗୌରୀ
୨୦୧୩ ସୁପରଷ୍ଟାର
ମୁଁ ଦିୱାନା ତୋ' ପାଇଁ ପ୍ରମିଳା
ଧର୍ମ
ମିତ ବସିଛି ମୁଁ ଭୂତ ସାଥିରେ
୨୦୧୫ ବିନ୍ଦାସ ରୋମିଓ
୨୦୧୭ ଗଡ୍‌ଫାଦର୍
ମୁଁ ଖାଣ୍ଟି ଓଡ଼ିଆ ଝିଅ
୨୦୧୮ ଭାଇଜାନ୍
୨୦୧୯ ବୈଶାଳୀ
୨୦୨୧ ଗାଁର ନାଁ ଗାଲୁଆପୁର
୨୦୨୩ ବାଜିବଲୋ ସାହାନାଇ

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ଚେନାଲ୍
୨୦୨୦ ରକ୍ତ ସମ୍ପର୍କ ମଞ୍ଜରୀ ଟିଭି

ଆଧାର[ସମ୍ପାଦନା]

  1. "ନୂଆ ନାୟକଙ୍କର ଓଲିଉଡର ଜଣାଶୁଣା ନାୟିକାଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନସର ଅନୁଭୂତି | Sambad" (in ଆମେରିକୀୟ ଇଂରାଜୀ). 2017-11-12. Archived from the original on 2021-09-10. Retrieved 2021-09-10.
  2. "Shooting of Gaanra Naa Gaaluapur going on - Times of India". The Times of India (in ଇଂରାଜୀ). Retrieved 2021-09-10.
  3. "Mahurat of Odia film 'Ganra Na Galua-pura' held". KalingaTV (in ଆମେରିକୀୟ ଇଂରାଜୀ). 2020-01-17. Retrieved 2021-09-10.
  4. "Shooting of Bajiba Lo Shahanai at last stage - Times of India". The Times of India (in ଇଂରାଜୀ). Retrieved 2021-09-10.

ଅଧିକ ତଥ୍ୟ[ସମ୍ପାଦନା]