ମହମ୍ମଦ ହନିଫ
ମହମ୍ମଦ ହନିଫ | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ନିତ୍ୟାନନ୍ଦ ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୬ ଅକ୍ଟୋବର ୧୯୬୭ |
ନାଗରିକତା | ବ୍ରିଟିଶ ଭାରତ, ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବୃତ୍ତି | ରାଜନୀତିଜ୍ଞ |
ମହମ୍ମଦ ହନିଫ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]ହନିଫ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୩] ସେ ଅବକାରୀ ବିଭାଗରୁ ଚାକିରି ଛାଡ଼ି ଦେଶ ସେବାରେ ନିୟୋଜିତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।[୩] ୨୦୧୮ ମସିହାରେ ୧୮ଶ ଭଦ୍ରକ ପୁସ୍ତକ ମେଳାରେ ମହମ୍ମଦ ହନିଫଙ୍କର ୫୧ତମ ଶ୍ରାଦ୍ଧ ବାର୍ଷିକ ପାଳନ ହେବା ସହ ତାଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ସଂଗ୍ରାମୀ ହନିଫ ଉନ୍ମୋଚିତ ହୋଇଥିଲା, ଯାହାର ରଚନା କରିଥିଲେ ଅଟକ ବିହାରୀ ନାୟକ ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ମହମ୍ମଦ ହନିଫ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।
୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫][୬] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୭]
୧ମ ଓଡ଼ିଶା ବିଧାନ ସଭାରେ ହନିଫ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୪] ଏଥି ସହ ସେ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।[୪]
ମୃତ୍ୟୁ
[ସମ୍ପାଦନା]ମହମ୍ମଦ ହନିଫ ୧୯୬୭ ମସିହାର ସେପ୍ଟେମ୍ବର ମାସ ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ୪ ଡିସେମ୍ବର ୧୯୬୭ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Late Mahamad Hanif". odishaassembly.nic.in. Odisha Assembly. Retrieved 2 May 2019.
- ↑ "ଜିଲ୍ଲା ସମ୍ବନ୍ଧରେ | ଭଦ୍ରକ ଜିଲ୍ଲା, ଓଡ଼ିଶା ସରକାର" (in od). Retrieved 2019-05-02.
{{cite web}}
: CS1 maint: unrecognized language (link) - ↑ ୩.୦ ୩.୧ "ଭଦ୍ରକ ପୁସ୍ତକ ମେଳାର ୫ମ ସନ୍ଧ୍ୟା : ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୧ତମ ଶ୍ରାଦ୍ଧ ଉପଲକ୍ଷେ ସମର୍ପିତ - Odia Pua". DailyHunt (in ଇଂରାଜୀ). Archived from the original on 2019-05-02. Retrieved 2019-05-02.
- ↑ ୪.୦ ୪.୧ ୪.୨ Dharitri. "ଭଦ୍ରକ ପୁସ୍ତକ ମେଳା: 'ସଂଗ୍ରାମୀ ମହମ୍ମଦ ହନିଫ ଭଦ୍ରକର ଗର୍ବ ଓ ଗୌରବ ଥିଲେ'". Dharitri.com (in ଇଂରାଜୀ). Retrieved 2019-05-02.
- ↑ "Mahamad Hanif, Bhadrak Assembly Elections 1951 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-05-02.
- ↑ "MLA Late Mahamad Hanif Profile | BHADRAK Constituency". naveenpatnaik.com. Archived from the original on 2017-10-26. Retrieved 2019-05-02.
- ↑ "MLA Late Mahamad Hanif Profile | BHADRAK Constituency". odishahelpline.com. Retrieved 2019-05-02.