Jump to content

ମହୁଲ

ଉଇକିପିଡ଼ିଆ‌ରୁ
(Madhuca longifoliaରୁ ଲେଉଟି ଆସିଛି)

ମହୁଲ
Scientific classification
Kingdom:
(unranked):
(unranked):
Eudicots
(unranked):
Asterids
Order:
Ericales
Family:
Sapotaceae
Genus:
Madhuca
Species:
M. longifolia
Binomial name
Madhuca longifolia
ଓଡ଼ିଶା ଜଙ୍ଗଲର ମହୁଲ ଫୁଲ

ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l [] ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ ।[] ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜିଗୁଡ଼ିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l

ଅନ୍ୟନାମ

[ସମ୍ପାଦନା]
  • ଉଦ୍ଭିଦ ବିଜ୍ଞାନରେ ଅନ୍ୟ ନାମ: Bassia longifolia L., B. latifolia Roxb., Madhuca indica J. F. Gmel., M. latifolia (Roxb.) J.F.Macbr., Illipe latifolia (Roxb.) F.Muell., Illipe malabrorum (Engl.)
  • କିସମ :
    • M. longifolia var. latifolia (Roxb.) A.Chev. (=B. latifolia (Roxb))
    • M. longifolia var. longifolia
  • ଅନ୍ୟାନ୍ୟ ବିଦେଶୀ ଭାଷାରେ ନାମ :
    • ଇଁରାଜୀ: honey tree, butter tree
    • ଫ୍ରେଞ୍ଚ: illipe, arbre à beurre, bassie, madhuca
    • ଭାରତ: ମୋହା, ମୋହୁଆ, ମଧୁକା, ଇଲୁପ୍ପାଇ, କୁଲିଙ୍ଗମ, ମଡୁରଗମ, ମାଭାଗାମ, ନଟ୍ଟିଲୁପାଇ, ଟିଟିନାମ, ମହୱା, ମହୁଆ, ମୋଆ, ମୋଆରା
    • ଶ୍ରୀଲଙ୍କା: mi, illuppai, kulilgam, maduragam, mavagam, nattiluppai, tittinam
  • ଅନ୍ୟ ଭାରତୀୟ ଭାଷାରେ ନାମ ମହୁଆ and ମୋହୱା ହିନ୍ଦୀଭାଷାଭାଷୀ ଅଞ୍ଚଳରେ, ମହୱା, ମହୁଲମଉଲ ବଙ୍ଗାଳୀଭାଷାରେ, ମହୱାମୋହୱରୋ ମହାରାଷ୍ଟ୍ରରେ, ମହୁଦା ଗୁଜରାଟରେ, ଇପ୍ପା (ఇప్ప) ଆନ୍ଧ୍ର ପ୍ରଦେଶରେ, ଇପ୍ପେ ବା ହିପ୍ପେ କର୍ଣ୍ଣାଟକରେ (କନ୍ନଡ଼), ଇଲ୍ଲୁପେଇ ବା இலுப்பை ତାମିଲରେ, ପୂନମଇଲୁପା କେରଳରେ (ମାଲାୟାଲାମ) ଓ ମହୁଲ, ମୋହା ତଥା ମୋଡଗୀ ଓଡ଼ିଶାରେ (ଓଡ଼ିଆ).[]

ବ୍ୟବହାର

[ସମ୍ପାଦନା]

ମହୁଲରୁ ବିଭିନ୍ନ ଉପାୟରେ ମହୁଲି ପ୍ରସ୍ତୁତି କରାଯାଏ l [] କେତେକ ଅଞ୍ଚଳରେ ମହୁଲକୁ ରାନ୍ଧିଖିଆ ଯାଏ l ମହୁଲ ଫଳର ମଞ୍ଜିରୁ ତେଲ ବାହାର କରାଯାଇ ବ୍ୟବହାର କରାଯାଇଥାଏ l

ଆହୁରି ଦେଖନ୍ତୁ

[ସମ୍ପାଦନା]

ଔଷଧୀୟ ଗଛଲତାମାନଙ୍କର ତାଲିକା

  1. Pankaj Oudhia, Robert E. Paull. Butter tree Madhuca latifolia Roxb. Sapotaceae p827-828. Encyclopedia of Fruit and Nuts - 2008, J. Janick and R. E. Paull -editors, CABI, Wallingford, United Kingdom
  2. ୨.୦ ୨.୧ "Product profile, Mahuwa, Trifed, Ministry of Tribal Affairs, Government of India". Trifed.nic.in. Archived from the original on 2009-06-19. Retrieved 2013-11-21.
  3. Mark Duell (2012-11-07). "Trunk and disorderly! Herd of 50 drunken elephants ransack village after gulping down 500 LITRES of alcohol in shop". London: Dailymail.co.uk. Retrieved 2013-11-21.