ମହୁଲି

ଉଇକିପିଡ଼ିଆ‌ରୁ

ମହୁଲି ଏକ ନିଶାଯୁକ୍ତ ପାନୀୟ ଯାହାକୁ ମୁଖ୍ୟତଃ ଓଡ଼ିଶାର ଉତ୍ତର ଓ ପଶ୍ଚିମାଞ୍ଚଳରେ ତଥା ଛତିଶଗଡ଼,ଝାଡ଼ଖଣ୍ଡ ଓ ଉତ୍ତର ମହାରାଷ୍ଟ୍ରର ଜନଜାତିମାନେ ବିଭିନ୍ନ ଉତ୍ସବରେ ପାନ କରିଥାନ୍ତି । ମହୁଲ ଗଛର ଫୁଲରୁ ସ୍ୱତନ୍ତ୍ର କିଣ୍ୱନ ପ୍ରକ୍ରିୟାଦ୍ୱାରା ଏହାକୁ ତିଆରି କରାଯାଏ । ସାଧାରଣତଃ ଏଥିରେ ଆଲକହଲ ପ୍ରତିଶତ ୨୫-୪୫ ମଧ୍ୟରେ ରହିଥାଏ ।[୧]

ମହୁଲି ପାତନ ପାଇଁ ବ୍ୟବହୃତ ପାତ୍ର ।

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

  • ୫ଲି. ମହୁଲିର ପ୍ରସ୍ତୁତି ପାଇଁ ପ୍ରଥମେ ୧ କେ.ଜି ମହୁଲ ଫୁଲ ଏବଂ ୫0 ଲି. ଗୁଡକୁ ମିଶାଇ ୫ ଦିନ ପାଇଁ ଏକ ପାତ୍ରରେ ରଖାଯାଏ।
  • ଏହାକୁ ଏକ ବାଉଁଶର ତାଟିରେ ଘୋଡାଇ କିଣ୍ୱନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଏ।
  • ଯେତେବେଳେ ଏହି ମିଶ୍ରଣ ପୂରାପୂରି ପିତା ହେଇଯାଏ, ତେବେ ପାଗ ପ୍ରସ୍ତୁତ ବୋଲି ଧରାଯାଏ।
  • ଏହି ମିଶ୍ରଣକୁ ହାଣ୍ଡିଦ୍ୱାରା ନିଆଁ ଉପରେ ରଖି ଗରମ କରାଯାଏ ଏବଂ ବାଷ୍ପକୁ ପାତନ ପଦ୍ଧତିରେ ସଂଗ୍ରହ କରି ଥଣ୍ଡା କରା ଯାଏ ।
  • ଏହି ସଂଗ୍ରହୀତ ବାଷ୍ପ ଥଣ୍ଡା ହେଲା ପରେ ମହୁଲି ଭାବରେ ବ୍ୟବହୃତ ହୁଏ।

ଆଧାର[ସମ୍ପାଦନା]

  1. India. Office of the Registrar General (1972). Census of India, 1961: Orissa. Manager of Publications. Retrieved 8 July 2012.