ଡକ୍ସିସାଇକ୍ଲିନ
| Clinical data | |
|---|---|
| Pronunciation | /ˌdɒksiˈsaɪklin/ |
| Trade names | ଡୋରିକ୍ସ, ଡୋକ୍ସିହେକ୍ସାଲ, ଡକ୍ସିଲିନ ଇତ୍ୟାଦି । |
| AHFS/Drugs.com | monograph |
| MedlinePlus | a682063 |
| data |
|
| Pregnancy category | |
| Routes of administration | ପାଟି, ଶୀରାରେ[୧] |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | ୧୦୦ % |
| Metabolism | ଯକୃତ |
| Excretion | ପରିସ୍ରା (୪୦ %) |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.008.429 |
| Chemical and physical data | |
| Formula | C22H24N2O8 |
| Molar mass | 444.43 g/mol |
| 3D model (JSmol) | |
| |
| |
| | |
ଡକ୍ସିସାଇକ୍ଲିନ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁ ଓ ଏକ କୋଷି ଜୀବ ସଂକ୍ରମଣରେ ବ୍ୟବହାର କରାଯାଏ । ଜୀବାଣୁ ନିମୋନିଆ, ବ୍ରଣ, କ୍ଲାମିଡିଅ ସଂକ୍ରମଣ, ଲାଇମ ରୋଗ ଆରମ୍ଭରେ, କଲେରା ଓ ସିଫିଲିସ ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ବ୍ୟବହାର କରାଯାଏ । ମ୍ୟାଲେରିଆ ଚିକିତ୍ସା କଲାବେଳେ କୁଇନାଇନ ସହିତ ଡକ୍ସିସାଇକ୍ଲିନ ଦିଆଯାଏ ଓ ମ୍ୟାଲେରିଆ ପ୍ରତିରୋଧ ନିମନ୍ତେ ମଧ୍ୟ ଦିଆଯାଏ । ଡକ୍ସିସାଇକ୍ଲିନ ପାଟିରେ ଖାଇବାକୁ ଦିଆଯାଏ ବା ଶୀରା ମାଧ୍ୟମରେ ଦିଆଯାଏ । [୧]
ତରଳ ଝାଡ଼ା, ଅଇ, ବାନ୍ତି, ଲାଲ ରାସ ଓ ଆତପଦାହ/ସନ୍ବର୍ଣ୍ଣ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା । ଗର୍ଭାବସ୍ଥା ଓ ଅଳ୍ପ ବୟସର ପିଲା ଏହାକୁ ବ୍ୟବହାର କଲେ ଦାନ୍ତର ରଙ୍ଗ ପରିବର୍ତ୍ତନ ସହ ସ୍ଥାୟୀ ସମସ୍ୟା ଦେଖାଯାଏ । ସ୍ତନ୍ୟପାନ ସମୟରେ ଆପାତତଃ ଏହା ବିପଦମୁକ୍ତ ।[୧] ଡକ୍ସିସାଇକ୍ଲିନ ଏକ ବ୍ରଡ଼-ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ଯାହା ଟେଟ୍ରାସାଇକ୍ଲିନ ଶ୍ରେଣୀର ଅନ୍ତର୍ଭୁକ୍ତ ।[୧]ଜୀବାଣୁର ପ୍ରୋଟିନ ତିଆରି ପନ୍ଥାକୁ ଏହି ଔଷଧ ରୋକିଦିଏ । [୧][୨]
ସନ ୧୯୬୭ରେ ପ୍ରଥମ ଥର ନିମନ୍ତେ ଡକ୍ସିସାଇକ୍ଲିନ ବ୍ୟବହାର କରାଗଲା ।[୩]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [୧][୫]ପୃଥିବୀର ଅଧିକାଂଶ ସ୍ଥାନରେ ଏହାର ମୂଲ୍ୟ ବଟିକା ପିଛା ୦.୦୧ରୁ ୦.୦୪ ଆମେରିକୀୟ ଡଲାର ।[୬] ଆମେରିକାରେ ଏହାର ୧୦ ଦିନ ଚିକିତ୍ସାର ମୂଲ୍ୟ ୧୪ ଆମେରିକୀୟ ଡଲାର ।[୧][୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Doxycycline calcium". The American Society of Health-System Pharmacists. Retrieved Aug 18, 2015.
- ↑ Nelson, ML; Levy, SB (December 2011). "The history of the tetracyclines". Annals of the New York Academy of Sciences. 1241: 17–32. PMID 22191524.
- ↑ Corey, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 406. ISBN 9781118354469.
- ↑ "WHO Model List of Essential Medicines" (PDF). World Health Organization. April 2015. Retrieved 2 June 2015.
- ↑ Hamilton, Richard J. (2011). Tarascon pharmacopoeia (2011 library ed., 2011 ed., 12th ed. ed.). Sudbury, MA: Jones & Bartlett Learning. p. 79. ISBN 9781449600679.
{{cite book}}:|edition=has extra text (help) - ↑ "Doxycycline". International Drug Price Indicator Guide. Retrieved 18 August 2015.[permanent dead link]
- ↑ "Officials Question the Rising Costs of Generic Drugs". New York Times. Oct 7, 2014. Retrieved 22 September 2015.