ଲିମ୍ଫୋଗ୍ରାନୁଲୋମା ଭେନେରିଅମ

ଉଇକିପିଡ଼ିଆ‌ରୁ
Lymphogranuloma venereum
Climatic bubo,[୧] Durand–Nicolas–Favre disease,[୧] Poradenitis inguinale,[୧] Lymphogranuloma inguinale, Strumous bubo[୧]
Lymphogranuloma venereum in a young adult who experienced acute onset of tender, enlarged lymph nodes in both groins.
ବିଭାଗInfectious disease
ଲକ୍ଷଣGenital ulcer, large lymph nodes in the groin[୨]
ଆକ୍ରାନ୍ତ ସମୟ3 to 12 days post exposure[୩]
କାରଣCertain types of Chlamydia trachomatis[୨]
ବିପଦ କାରକMen who have sex with men, HIV/AIDS[୩]
ରୋଗ ନିର୍ଣ୍ଣୟ ପଦ୍ଧତିCulture, PCR[୨]
ସଠିକ ରୋଗ ନିର୍ଣ୍ଣୟHerpes, syphilis, chancroid, granuloma inguinale, HIV/AIDS[୩]
ଚିକିତ୍ସାDoxycycline, erythromycin[୨]
PrognosisFair if treated[୩]
ପୁନଃପୌନିକUncommon[୩]

ଲିମ୍ଫୋଗ୍ରାନୁଲୋମା ଭେନେରିଅମ (ଇଂରାଜୀ ଭାଷାରେ Lymphogranuloma venereum/ LGV ) ଏକ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ରୋଗ ଯାହା କେତେକ ପ୍ରକାର କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁ‌ଯୋଗୁ ସୃଷ୍ଟି ହେଉଥିବା ଏକ ସଂକ୍ରମଣ । ଲକ୍ଷଣ: ଏକ ଛୋଟ ଯନ୍ତ୍ରଣାହୀନ ଯୌନାଙ୍ଗ ଘାଆ ଓ ଗୋଟିଏ ପାଖର ଉଋସନ୍ଧିରେ ବଡ଼ ଲସିକା ଗ୍ରନ୍ଥି ଦେଖାଯାଏ । [୨] [୩] ମଳାଶୟ ଖୋଲିଲେ ଯନ୍ତ୍ରଣା ହୁଏ ଓ ସ୍ରାବ ଦେଖାଯାଇପାରେ | [୨] ସଂସ୍ପର୍ଶରେ ଆସିବାର ସାଧାରଣତ ୩ରୁ ୧୨ ଦିନ ପରେ ରୋଗ ଆରମ୍ଭ ହୁଏ | [୩] ରୋଗ ଜଟିଳ ହେଲେ ମଳଦ୍ୱାର ସଙ୍କୁଚିତ ହୋଇଯାଏ ବା ଆନାଲ ଫିସ୍ଚୁଲା ବା ଭଗନ୍ଦର ହୋଇପାରେ ।[୩]

କ୍ଲାମିଡିଆ ଟ୍ରାକୋମାଟିସର ଏଲ୧, ଏଲ୨ ଏବଂ ଏଲ୩ ସେରୋଟାଇପଦ୍ୱାରା ଏହି ରୋଗ ହୁଏ | [୨] ଏହା ଯେକୌଣସି ପ୍ରକାର ଯୌନ ସଙ୍ଗମରେ ବିସ୍ତାର ଲାଭ କରେ । [୩] ଏଚ୍.ଆଇ.ଭି. ସଂକ୍ରମିତ ପୁରୁଷ ସ‌ହିତ ଏନ୍ୟ ଏକ ପୁରୁଷର ସଙ୍ଗମରୁ ମଧ୍ୟ ରହି ରୋଗ ସଂକ୍ରମିତ ହୋଇଥାଏ ।[୩] ଲସିକା ପ୍ରଣାଳୀକୁ ଏହି ରୋଗ ସଂକ୍ରମିତ କରିଥାଏ ।[୩] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ କଲଚର ତ‌ଥା ପିସିଆର ପରୀକ୍ଷା କରି ନିଶ୍ଚିତ କରାଯାଏ । [୨]

ଡକ୍‌ସିସାଇକ୍ଲିନ୍ ଔଷଧ ତିନି ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ ଓ ବିକଳ୍ପ ଭାବରେ ଏରିଥ୍ରୋମାଇସିନ ଦିଆଯାଇପାରେ ।[୨] ବଡ଼ ଲସିକା ଗ୍ରନ୍ଥିଗୁଡ଼ିକର ଛେଦନ ଓ ନିଷ୍କାସନ ଆବଶ୍ୟକ ହୋଇପାରେ ।[୨] ବିଗତ ୬୦ ଦିନ ମଧ୍ୟରେ ଯୌନ ସମ୍ପର୍କ ହୋଇଥିବା ଲୋକଙ୍କର ମଧ୍ୟ ପରୀକ୍ଷା କରାଯାଇ ଚିକିତ୍ସା କରାଯିବା ଉଚିତ୍ | [୨] ଚିକିତ୍ସା ଫଳାଫଳଗୁଡିକ ଭଲ ଅଟେ | [୩]

ଲିମ୍ଫୋଗ୍ରାନୁଲୋମା ଭେନେରିଅମ ଏକ ସାଧାରଣ ରୋଗ ନୁହେଁ କିନ୍ତୁ ଟ୍ରପିକାଲ୍ ଅଞ୍ଚଳରେ ଅଧିକ ଦେଖାଯାଏ ।[୩] ଏହା ସାଧାରଣତଃ ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ଘଟିଥାଏ। [୩] ଯଦିଓ ଏହା ଉଭୟ ଲିଙ୍ଗରେ ସମାନ ଭାବରେ ଦେଖାଯାଏ ଓ ପୁରୁଷମାନଙ୍କର ଅଧିକ ରୋଗ ନିର୍ଣ୍ଣୟ ହୁଏ । [୩] ଏହା ବିକଶିତ ଦେଶର ୨୦୦୩ ମସିହା ପୂର୍ବରୁ ବିରଳ ଥିଲା ତ‌ଥାପି ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଅନେକ ଥର ବିସ୍ଫୋଟ ଘଟିଛି । [୪] ଏହି ରୋଗ ପ୍ରଥମେ ୧୮୩୩ ମସିହାରେ ୱାଲେସ ବର୍ଣ୍ଣନା କରିଥିଲେ ଓ ପୁନର୍ବାର ୧୯୧୩ ମସିହାରେ ଡୁରାଣ୍ଡ, ନିକୋଲାସ୍ ଏବଂ ଫାଭ୍ରେଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୫] [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Lymphogranuloma Venereum (LGV) - 2015 STD Treatment Guidelines". www.cdc.gov (in ଆମେରିକୀୟ ଇଂରାଜୀ). 2019-01-11. Retrieved 24 May 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Rawla, P; Thandra, KC; Limaiem, F (January 2021). "Lymphogranuloma Venereum". PMID 30726047. {{cite journal}}: Cite journal requires |journal= (help)
  4. Richardson D; Goldmeier D (January 2007). "Lymphogranuloma venereum: an emerging cause of proctitis in men who have sex with men". International Journal of STD & AIDS. 18 (1): 11–4, quiz 15. doi:10.1258/095646207779949916. PMID 17326855.
  5. Parish, Lawrence C.; Gschnait, Friedrich (2012-12-06). Sexually Transmitted Diseases: A Guide for Clinicians (in ଇଂରାଜୀ). Springer Science & Business Media. p. 90. ISBN 978-1-4612-3528-6.
  6. Durand N.J.; Nicolas J.; Favre M. (January 1913). "Lymphogranulomatose inguinale subaiguë d'origine génitale probable, peut-être vénérienne". Bulletin de la Société des Médecins des Hôpitaux de Paris. 35: 274–288.