Jump to content

ସାରନାଥ ଅଶୋକ ସ୍ତମ୍ଭ

ଉଇକିପିଡ଼ିଆ‌ରୁ
(Lion Capital of Ashokaରୁ ଲେଉଟି ଆସିଛି)
ସାରନାଥ ଅଶୋକ ସ୍ତମ୍ଭ

ସାରନାଥ ଅଶୋକ ସ୍ତମ୍ଭ ଏକ ପ୍ରସ୍ତର ସ୍ତମ୍ଭ, ଯାହାକି ବର୍ତ୍ତମାନ ଏକ ରାଷ୍ଟ୍ରୀୟ ଚିହ୍ନ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଅଛି ।[] ଏହି ସ୍ତମ୍ଭଟି ସାରନାଥରେ ରାଜା ଅଶୋକଙ୍କଦ୍ୱାରା ନିର୍ମିତ ଏକ ପ୍ରମୁଖ ବୌଦ୍ଧସ୍ତୁପଠାରେ ରହିଛି ।[]

ସ୍ଥାପତ୍ୟ ଇତିହାସ

[ସମ୍ପାଦନା]
ଅଶୋକ ସ୍ତମ୍ଭ ଉପରେ ଖୋଦିତ ଏକ ଦୌଡୁଥିବା ଅଶ୍ୱ

ଅଶୋକ ସ୍ତମ୍ଭ ମାତ୍ର ଗୋଟିଏ ଚିକ୍କଣ ବାଲିପଥରରେ ତିଆରି ହୋଇଛି । ଉପରଭାଗରେ ଚାରୋଟି ଏସୀୟ ବାଘମୂର୍ତ୍ତି ଚତୁଃଦିଗକୁ ମୁହାଁଇ ରହିଛନ୍ତି । ତା'ତଳେ ଥିବା ପଥର ଖଣ୍ଡରେ ହାତୀ, ଦୌଡିବା ଭଙ୍ଗୀରେ ଥିବା ଘୋଡ଼ା, ଷଣ୍ଢ ଏବଂ ସିଂହର ମୂର୍ତ୍ତି ଖୋଦିତ ହୋଇଛି । ବର୍ତ୍ତମାନର ଅଶୋକ ସ୍ତମ୍ଭରେ ମୋଟ ସାତୋଟି ପଶୁମୂର୍ତ୍ତି ଅଛି ।[][] ସମସ୍ତ ପଶୁମୂର୍ତ୍ତି ନିର୍ଦ୍ଧିଷ୍ଟ ବ୍ୟବଧାନରେ ଅଛନ୍ତି ଏବଂ ପ୍ରତ୍ୟେକଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ଅଶୋକ ଚକ୍ର ରହିଛି । ଏହି ପଶୁମୂର୍ତ୍ତିଙ୍କୁ ଭାରତୀୟ ପ୍ରସ୍ତରକଳାର ପ୍ରାରମ୍ଭିକ ସମୂହ ବୋଲି ଗ୍ରହଣ କରାଯାଏ ।

ସାଞ୍ଚିସ୍ଥିତ ସାତବାହନଙ୍କଦ୍ୱାରା ନିର୍ମିତ ସ୍ତମ୍ଭଦ୍ୱୟରେ ମଧ୍ୟ ସାରନାଥ ସ୍ତମ୍ଭର ସିଂହମୂର୍ତ୍ତି ସଦୃଶ ସିଂହମୂର୍ତ୍ତି ଦେଖାଯାଏ ।

୧୯୦୪-୦୫ ମସିହାର ଛବିରେ ସାରନାଥର ଅଶୋକ ସ୍ତମ୍ଭ

ପୁନରାବିଷ୍କାର

[ସମ୍ପାଦନା]

ଜଣେ ମଧ୍ୟଯୁଗୀୟ ତୀର୍ଥଯାତ୍ରୀଙ୍କ ଲେଖାରୁ ପ୍ରମାଣ ମିଳିଥିଲା ଯେ ସାରନାଥ ସ୍ତମ୍ଭର ବର୍ତ୍ତମାନ କୌଣସି ଚିହ୍ନବର୍ଣ୍ଣ ନାହିଁ । କିନ୍ତୁ ଜଣେ ଭାରତୀୟ ସିଭିଲ ଇଂଞ୍ଜିନିଅର ୧୯୦୪-୦୫ ମସିହାରେ ଯାଇ ସେ ସ୍ଥାନର ଖନନ କରିଥିଲେ ସେ ପ୍ରଥମେ ମୁଖ୍ୟ ସାରନାଥ ସ୍ତୁପର ଗୁପ୍ତ ସ୍ତୁପର ସନ୍ଧାନ ପାଇଲେ ତାର ପଶ୍ଚିମଦିଗରେ ସେ ସାରନାଥ ସ୍ତମ୍ଭର ନିମ୍ନଭାଗର ଭଗ୍ନାବଶେଷ ପାଇଥଲେ । ଅନ୍ୟ ଅଂଶଗୁଡ଼ିକ ତିନୋଟି ଭିନ୍ନ ସ୍ଥାନରେ ମିଳିଥିଲା । ଆବିସ୍କୃତ ବସ୍ତୁଗୁଡିକ ଏତେ ଅଧିକ ଲୋକପ୍ରିୟ ହେଲାଯେ ସରକାରଙ୍କୁ ସେହି ସ୍ଥାନରେ ଏକ ସଂଗ୍ରହାଳୟ ତିଆରି କରିବାକୁ ପଡ଼ିଥିଲା ।[]

ଭାରତ ସ୍ୱାଧୀନତା ପରର ଦ୍ୱିତୀୟ ପୋଷ୍ଟାଲ ଷ୍ଟାମ୍ପ[][]

ଆଧ୍ୟାତ୍ମିକ ବୈଶିଷ୍ଠ୍ୟ

[ସମ୍ପାଦନା]

ଚାରୋଟି ସିଂହ ଲାଗିଲାଗି ରହିଥିବାରୁ ଏହା କୌଣସି ଚାରୋଟି ଜିନିଷର ସମାନ ମହତ୍ତ୍ୱ ଥିବାର ବୁଝାଇଥାଏ । ସିଂହକୁ ଅନେକ ସମୟରେ ବୁଦ୍ଧଙ୍କର ପ୍ରତୀକରୂପେ ଗ୍ରହଣ କରାଯାଏ । ଏପରିକି ସ୍ତମ୍ଭର ତଳଭାଗରେ ଖୋଦିତ ପଶୁମାନଙ୍କର ମଧ୍ୟ ବୌଦ୍ଧଧର୍ମରେ ନିର୍ଦ୍ଧିଷ୍ଟ ଅର୍ଥ ରହିଛି ।[]
ପୁନଶ୍ଚ ଅଶୋକ ସ୍ତମ୍ଭର ଚାରିପଟେ ଷଣ୍ଢ, ଘୋଡ଼ା, ସିଂହ ଏବଂ ହାତୀ ଚଳମାନ ଅବସ୍ଥାରେ ଥିବାରୁ ଏହା ସୂଚିତ କରେ ଯେ ଏହି ପଶୁମାନେ ହିଁ ଚକ୍ରକୁ ଚଳାଉଛନ୍ତି । ଷଣ୍ଢ, ଘୋଡ଼ା, ସିଂହ, ହାତୀ ଏବଂଏକଯୋଡ଼ା ପାଦକୁ ବୁଦ୍ଧଙ୍କ ପ୍ରତୀକଭାବେ ଗ୍ରହଣ କରାଯାଏ ବୋଲି ଏକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଜଣାପଡେ ।

ସରକାରୀ ନିୟମ

[ସମ୍ପାଦନା]

ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ ନିୟମ - ୨୦୦୫ ଅନୁସାରେ କୌଣସି ସରକାର କିମ୍ବା ସରକାରୀ ସଂସ୍ଥା ରାଷ୍ଟ୍ରୀୟ ପ୍ରତୀକର ବ୍ୟବହାର କଲେ, ତାହାର ତଳେ ସତ୍ୟମେବ ଜୟତେ ଲେଖିବା ବାଧ୍ୟତାମୂଳକ କରାଯାଇଛି ।[]

  1. http://www.india.gov.in/knowindia/national_symbols.php?id=9 State Emblem], Know India india.gov.in
  2. http://www.bbc.co.uk/ahistoryoftheworld/objects/acRBNzquSrOA5ZYNmLWA_g
  3. Himanshu Prabha Ray. The Return of the Buddha: Ancient Symbols for a New Nation. Routledge. p. 123.
  4. Rebecca M. Brown, Deborah S. Hutton. A Companion to Asian Art and Architecture. John Wiley & Sons. p. 423-429.
  5. ୫.୦ ୫.୧ Allen, Chapter 15
  6. India Postage Stamps 1947-1988.(1989) Philately branch, Department of Posts, India.
  7. Souvenir sheet of the Independence series of stamps, Indian Posts, 1948
  8. "Has Telangana government got the emblem wrong?". The Economic Times. Retrieved 2 October 2014.

ଆହୁରି ଦେଖିପାରିବେ

[ସମ୍ପାଦନା]