ଅଶୋକ ଚକ୍ର

ଉଇକିପିଡ଼ିଆ‌ରୁ
ଜାତୀୟ ପତାକାରେ ଚିତ୍ରିତ ଅଶୋକ ଚକ୍ର
ଅଶୋକ ଚକ୍ରର ଚବିଶଟି ବାଡ଼ିକୁ ପ୍ରତିନିଧିତ୍ୱ କରୁଥିବା ଚବିଶଟି ଜୈନ ତୀର୍ଥାଙ୍କରା

ଅଶୋକ ଚକ୍ର ଧର୍ମଚକ୍ରର ୨୪ଗୋଟି ଦଣ୍ଡର ଚିତ୍ରଣ । ଅଶୋକଙ୍କ ପ୍ରଦତ୍ତ ଅଧ୍ୟାଦେଶ ସଂଖ୍ୟା ମଧ୍ୟ ଚବିଶ ହୋଇଥିବାରୁ ଚକ୍ରଟିର ନାମ ଅଶୋକ ଚକ୍ର ଦିଆଯାଇଛି । ଭାରତୀୟ ଜାତୀୟ ପତାକାର ମଧ୍ୟଭାଗରେ ଅଛି ମାତ୍ର ସ୍ୱାଧୀନତାପୂର୍ବରୁ ସେ ସ୍ଥାନରେ ଚରଖାର ଚିତ୍ର ଥିଲା ।

ପ୍ରତୀକାତ୍ମକ ଇତିହାସ[ସମ୍ପାଦନା]

ଗୋଟିଏ ଗବେଷଣାରୁ ଜଣାଯାଏ ଯେ, ଅଶୋକ ଚକ୍ରର ଚବିଶଟି ଅର ଚବିଶଜଣ ତୀର୍ଥାଙ୍କରଙ୍କୁ ପ୍ରତିନିଧିତ୍ୱ କରିଥାଏ ।[୧] ବୌଦ୍ଧଗୟାରେ ସିଦ୍ଧିପ୍ରାପ୍ତ କରିବାପରେ ଗୌତମ ବୁଦ୍ଧ ବାରାଣସୀ ନିକଟସ୍ଥ ସାରନାଥ ଅଞ୍ଚଳକୁ ଆସିଥିଲେ । ସେଠାରେ ବୁଦ୍ଧଙ୍କୁ ପୂର୍ବରୁ ପରିତ୍ୟାଗ କରିଥିବା ଆସାଜୀ, ମହାନାମ, କୋନ୍ଦନ୍ନା, ଭଦ୍ଡିୟା ଏବଂ ଭାପ୍ପା ଆଦି ଶିଷ୍ୟ ତାଙ୍କୁ ଭେଟିଲେ । ସେହିମାନଙ୍କୁ ହିଁ ଗୌତମ ବୁଦ୍ଧ ଧର୍ମଚକ୍ରର ପ୍ରବର୍ତ୍ତନ[୨] କରି ପ୍ରଥମ ଶିକ୍ଷା ପ୍ରଦାନ କରିଥିଲେ । ପ୍ରଥମ ବାରଟି ଅର ଯନ୍ତ୍ରଣାର ବାରଟି ସ୍ଥରକୁ ବୁଝାଇଥାଏ ପର ବାରଟି ନୋ କଜ ନୋ ଇଫେଣ୍ଟ ତଥା କାରଣଶୂନ୍ୟତା-ପ୍ରଭାବଶୂନ୍ୟତାକୁ ବୁଝାଏ । ବୌଦ୍ଧିକ ଜାଗରଣ ଫଳରେ ମାନସିକ ଅନୁକୂଳତା ଶେଷ ହୁଏ ପ୍ରଥମ ବାରଟି ପ୍ରତୀକ ହେଉଛନ୍ତି:

  1. ଅବିଦ୍ୟା (ଅଜ୍ଞାନତା)
  2. ସଂସ୍କାର (ସୂକ୍ଷ୍ମରେ ବିଭିନ୍ନ କୁଦିଗକୁ ବୌଦ୍ଧିକ ଅନୁକୂଳତା)
  3. ବିଜ୍ଞାନ (ଚେତନା)
  4. ନାମରୂପ (ପରିଚୟ ଏବଂ ଶରୀର)
  5. ଷଳାୟତନ (ଛଅଟି ଇନ୍ଦ୍ରିୟ)
  6. ସ୍ପର୍ଶ
  7. ବେଦନା
  8. ତନହା (ଅସନ୍ତୋଷତା)
  9. ଉପାଦାନ (ଲାଳସା)
  10. ଭବ (ଭବିଷ୍ୟତ)
  11. ଜାତି (ଜନ୍ମଗ୍ରହଣ)
  12. ଜରାମରଣ (ବୃଦ୍ଧାବସ୍ଥା ଏବଂ ମୃତ୍ୟୁ)

ଏହାର ଓଲଟାକ୍ରମରେ ଥିବା ଅନ୍ୟ ବାରଟି ମିଶି ମୋଟ ଚବିଶଟି ପ୍ରତୀକ ରହିଛି ।

ଅଶୋକ ଚକ୍ର ଯଦିଓ ତୃତୀୟ ଶତାବ୍ଦୀରେ ପ୍ରସ୍ତୁତ ହୋଇଥିଲା, ଭାରତ ସ୍ୱାଧୀନତାର କିଛି ଦିନ ପୂର୍ବରୁ ଅର୍ଥାତ ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଏହାକୁ ଜାତୀୟ ପତାକାରେ ସ୍ଥାନିତ କରାଗଲା । ଐତିହାସିକ ବୈଶିଷ୍ଠ୍ୟ ଏବଂ ଜାତୀୟ ପତାକାକୁ ଭାରତୀୟ ଜାତୀୟ କଂଗ୍ରେସରୁ ଭିନ୍ନ କରିବାପାଇଁ ପୂର୍ବରୁ ଥିବା ଗାନ୍ଧୀ ଚରଖାକୁ ବଦଳ କରାଗଲା ।[୩] ଅଶୋକ ଚକ୍ର ମଧ୍ୟ ଭାରତର ପ୍ରତୀକରୂପେ ଗୃହୀତ ସାରନାଥ ଅଶୋକ ସ୍ତମ୍ଭର ନିମ୍ନଦେଶରେ ଦେଖାଯାଏ ଚକ୍ର ମୁଖ୍ୟତଃ ଗତିକୁ ବୁଝାଯାଏ । ଏଣୁ ଅଶୋକ ଚକ୍ର ସମୟକ୍ରମେ ଭାରତର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିକୁ ସୂଚିତ କରେ ।[୪]

ଆଧାର[ସମ୍ପାଦନା]

  1. "Emperor Ashoka - Jain A Study". www.speakingtree.in. Retrieved 14 August 2018.
  2. "Logopie". Logopie. 19 March 2015. Retrieved 14 August 2018.
  3. http://www.easternpanorama.in/index.php?option=com_content&view=article&id=1101:the-ashoka
  4. https://www.queryhome.com/gk/8605/what-is-the-meaning-of-ashok-chakra-in-indian-national-flag

ଆହୁରି ଦେଖିପାରିବେ[ସମ୍ପାଦନା]