ଲାମିଭୁଡିନ/ଜିଡୋଭୁଡିନ
| Combination of | |
|---|---|
| Lamivudine | Nucleoside analogue reverse transcriptase inhibitor |
| Zidovudine | Nucleoside analogue reverse transcriptase inhibitor |
| Clinical data | |
| Trade names | Combivir |
| AHFS/Drugs.com | FDA Professional Drug Information |
| MedlinePlus | a601066 |
| Pregnancy category |
|
| Routes of administration | by mouth |
| ATC code | |
| Legal status | |
| Legal status | |
| Identifiers | |
| PubChem CID | |
| ChemSpider | |
| NIAID ChemDB | |
| (verify) | |
ଲାମିଭୁଡିନ/ଜିଡୋଭୁଡିନ (ଇଂରାଜୀ ଭାଷାରେ Lamivudine/zidovudine, ବିକ୍ରୟ ନାମ କୋମ୍ବିଭିର) ଔଷଧ ଏଚଆଇଭି/ଏଡସ ରୋଗରେ ଦିଆଯାଏ । ଏଥିରେ ଦୁଇଟି ନିର୍ଦ୍ଦିଷ୍ଟ ମାତ୍ରାର ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medications) ଥାଏ ଯାହାର ନାମ ଲାମିଭୁଡିନ ଓ ଜିଡୋଭୁଡିନ । ଏହି ଔଷଧଦ୍ୱୟ ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ମଧ୍ୟ ଦିଆଯାଏ । ଦିନକୁ ଦୁଇ ଥର ଏହି ଔଷଧ ପାଟିରେ ଦିଆଯାଏ । [୧][୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଥକ୍କା ଅନୁଭବ, ଅଇ, ତରଳ ଝାଡ଼ା ଓ ଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ରୋଧନ (bone marrow suppression), ମାଂସପେଶୀ କ୍ଷତି (muscle damage), ପୂର୍ବରୁ ହେପାଟାଇଟିସ ବି ଥିଲେ ଅଧିକ ସାଂଘାତିକ ହେବା, ରକ୍ତ ଲାକ୍ଟେଟ ଅଧିକ ରହିବା (high blood lactate) ଓ ଯକୃତ ବୃଦ୍ଧି (en:liver enlargement) ହେବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧][୩] ଗର୍ଭାବସ୍ଥାରେ ଏହା ଚିକିତ୍ସାର ଏକ ଅଂଶ ହୋଇପାରେ । ଏହି ଔଷଧଦ୍ୱୟ ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (nucleoside reverse transcriptase inhibitor ବା NRTI) ଶ୍ରେଣୀର ଔଷଧ ।[୧] ପ୍ରଜନନ ନିମନ୍ତେ ଆବଶ୍ୟକ ହେଉଥିବା ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (reverse transcriptase) ଏଞ୍ଜାଇମର (enzyme) କାମକୁ ଏହି ଔଷଧ ଅବରୋଧ କରେ । [୨]
ସନ ୧୯୯୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଲାମିଭୁଡିନ/ଜିଡୋଭୁଡିନ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ମାସର ହୋଲସେଲ ମୂଲ୍ୟ ପ୍ରାୟ ୬.୯ରୁ ୨୯.୬୪ ଆମେରିକୀୟ ଡଲାର ।[୫] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।[୩]
ଆଧାର
[ସମ୍ପାଦନା]- 1 2 3 WHO Model Formulary 2008 (PDF). World Health Organization. 2009. pp. 157, 161. ISBN 9789241547659. Retrieved 8 December 2016.
- 1 2 3 "Combivir - FDA prescribing information, side effects and uses". www.drugs.com. Retrieved 10 December 2016.
- 1 2 3 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 59. ISBN 9781284057560.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Lamivudine + Zidovudine". International Drug Price Indicator Guide. Archived from the original on 5 March 2017. Retrieved 8 December 2016.