କରୁଣାକର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
(Karunakar Panigrahiରୁ ଲେଉଟି ଆସିଛି)
କରୁଣାକର ପାଣିଗ୍ରାହୀ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଉତ୍ତର ବାଲେଶ୍ୱର ସଦର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପାଳ
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଚୈତନ୍ୟ ପ୍ରସାଦ ସେଠୀ
ପର ଅଧିକାରୀହରପ୍ରସାଦ ମହାପାତ୍ର
ନିର୍ବାଚନ ମଣ୍ଡଳୀସୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1899-01-01)୧ ଜାନୁଆରୀ ୧୮୯୯
ମୃତ୍ୟୁ୪ ମଇ ୧୯୭୧(1971-05-04) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁମୁଦିନୀ ଦେବୀ
ସନ୍ତାନ୩ ଝିଅ
ବାପା/ବୋଉବ୍ରଜ ମୋହନ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

କରୁଣାକର ପାଣିଗ୍ରାହୀ (୧ ଜାନୁଆରୀ ୧୯୮୯ - ୪ ମଇ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି କାରାବରଣ କରିଥିଲେ । ଭାରତ ସ୍ୱାଧୀନ ହେବା ହେବା ଆଗରୁ ସେ ୨ୟ ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସ୍ୱାଧୀନ ହେବାପରେ ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ସ୍ୱାଧୀନ ଭାରତର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୬୧ ମସିହାରେ ସୋରୋ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

କରୁଣାକର ପାଣିଗ୍ରାହୀ ୧୮୯୯ ମସିହାର ଜାନୁଆରୀ ମାସ ୧ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ବ୍ରଜମୋହନ ପାଣିଗ୍ରାହୀ । ତାଙ୍କ ପତ୍ନୀଙ୍କ ନାମ ଥିଲା କୁମୁଦିନୀ ଦେବୀ ।[୩]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

କରୁଣାକର ୧୯୨୧ ମସିହାରେ କଲେଜ ପଢ଼ା ଛାଡ଼ି ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ଯୋଗ ଦେଇଥିଲେ ।[୩] ୧୯୩୦ ମସିହାରେ ଏବଂ ୧୯୩୨ ମସିହାରେ ଲବଣ ସତ୍ୟାଗ୍ରହ ସମୟରେ କରୁଣାକର ଦୁଇଥର ଧରାପଡ଼ି କାରାବରଣ କରିଥିଲେ ।[୨] ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ କରୁଣାକର ତିନିବର୍ଷ ନଜର ବନ୍ଦୀ ଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

କରୁଣାକର ଭାରତ ସ୍ୱାଧୀନ ହେବା ପୂର୍ବରୁ ଗଠିତ ହୋଇଥିବା ୨ୟ ଓଡ଼ିଶା ବିଧାନ ସଭାରେ ଉତ୍ତର ବାଲେଶ୍ୱର ସଦରରୁ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୪୬ ମସିହାରୁ ୧୯୫୨ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାରେ ଗଠିତ ୧ମ ଓଡ଼ିଶା ବିଧାନ ସଭାକୁ କରୁଣାକର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।


ଏହାପରେ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରତିନିଧି ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

କରୁଣାକର ପାଣିଗ୍ରାହୀ ୧୯୭୧ ମସିହାର ମଇ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Late Chaitanya Karunakar Panigrahi". odishaassembly.nic.in. Odisha Assembly. Retrieved 9 May 2019.
  2. ୨.୦ ୨.୧ "MLA Karunakar Panigrahi Profile | SORO Constituency". naveenpatnaik.com. Archived from the original on 2017-10-29. Retrieved 2019-05-11.
  3. ୩.୦ ୩.୧ ୩.୨ "MLA Karunakar Panigrahi Profile | SORO Constituency". www.odishahelpline.com. Retrieved 2019-05-11.
  4. "Soro Elections Results 2014, Current MLA, Candidate List of Assembly Elections in Soro, Orissa". www.elections.in. Retrieved 2019-05-11.