କାର୍ତ୍ତିକ ମହାପାତ୍ର

ଉଇକିପିଡ଼ିଆ‌ରୁ
(Kartika Mahapatraରୁ ଲେଉଟି ଆସିଛି)
କାର୍ତ୍ତିକ ମହାପାତ୍ର
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୬
ପୂର୍ବ ଅଧିକାରୀଯଦୁନାଥ ଦାସ ମହାପାତ୍ର
ପର ଅଧିକାରୀଇନ୍ଦୁରାଣୀ ମହାପାତ୍ର
ନିର୍ବାଚନ ମଣ୍ଡଳୀସୋର
ସାଂସଦ: ୧୧ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୬ – ୧୯୯୮
ପୂର୍ବ ଅଧିକାରୀକାର୍ତ୍ତିକେଶ୍ୱର ପାତ୍ର
ପର ଅଧିକାରୀଖାରବେଳ ସ୍ୱାଇଁ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଇନ୍ଦୁରାଣୀ ମହାପାତ୍ର
ପର ଅଧିକାରୀସୁରେନ୍ଦ୍ର ପ୍ରସାଦ ପରମାଣିକ
ନିର୍ବାଚନ ମଣ୍ଡଳୀସୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-06-02)୨ ଜୁନ ୧୯୫୨
ମୃତ୍ୟୁ୧୨ ଜୁଲାଇ ୨୦୧୫(2015-07-12) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଇନ୍ଦୁରାଣୀ ମହାପାତ୍ର
ସନ୍ତାନ୧ ପୁଅ ୩ ଝିଅ
ବାପା/ବୋଉଜଗମୋହନ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

କାର୍ତ୍ତିକ ମହାପାତ୍ର (୨ ଜୁନ ୧୯୫୨ - ୧୨ ଜୁଲାଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । କାର୍ତ୍ତିକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

କାର୍ତ୍ତିକ ମହାପାତ୍ର ୧୯୫୨ ମସିହାର ଜୁନ ମାସ ୨ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଜଗମୋହନ ମହାପାତ୍ର । ସେ କଳାରେ ସ୍ନାତକ କରିଥିଲେ । କାର୍ତ୍ତିକ ଇନ୍ଦୁରାଣୀ ମହାପାତ୍ରଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ତିନୋଟି ଝିଅ ଅଛନ୍ତି । ତାଙ୍କ ପତ୍ନୀ ଇନ୍ଦୁମଣି ୧୯୯୬ ମସିହାରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

କାର୍ତ୍ତିକ ସୋରର ଉପେନ୍ଦ୍ର ନାରାୟଣ କଲେଜରେ ପଢ଼ୁଥିବାବେଳେ ୧୯୭୧ ମସିହାରେ ସଭାପତି ଥିଲେ ।[୧] ୧୯୭୨ ମସିହାରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ଏବଂ ପରେ ୧୯୮୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[୩][୪] ୧୯୮୩ ମସିହାରୁ ୧୯୮୪ ଯାଏଁ ସେ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୮୪ ମସିହାରୁ ୧୯୯୦ ମସିହାଯାଏଁ ସେ ସୋର ପଞ୍ଚାୟତ ସମିତିର ଅଧକ୍ଷ ଥିଲେ ।[୧]

୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନଗୁଡ଼ିକରେ ସେ ବିଜୟୀ ହୋଇ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

୧୯୯୬ ମସିହାରେ କାର୍ତ୍ତିକ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ ।[୪] ୧୪ ଜାନୁଆରୀ ୧୯୯୬ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସରକାରରେ ସେ ରାଜସ୍ୱ ମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୧୦ ଜୁନ ୧୯୯୬ ଯାଏଁ ସେ ଏହି ପଦରେ ରହି କାର୍ଯ୍ୟ କରିଥିଲେ ।[୧]

୧୯୯୬ ମସିହାରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

କାର୍ତ୍ତିକ ୨୦୧୫ ମସିହାର ଜୁଲାଇ ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।[୬] ୧୮ ଅଗଷ୍ଟ ୨୦୧୫ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ସଭାର ଆୟୋଜନ କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Late Kartik Mahapatra". odishaassembly.nic.in. Odisha Assembly. Retrieved 14 May 2019.
  2. "MLA Kartik Mahapatra Profile | SORO Constituency". naveenpatnaik.com. Archived from the original on 2019-05-08. Retrieved 2019-05-15.
  3. ୩.୦ ୩.୧ "MLA Kartik Mahapatra Profile | SORO Constituency". www.odishahelpline.com. Retrieved 2019-05-15.
  4. ୪.୦ ୪.୧ ୪.୨ ୪.୩ ୪.୪ Bureau, Odisha Sun Times. "Former Odisha minister Kartik Mohapatra passes away | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-05-15.
  5. "Soro Elections Results 2014, Current MLA, Candidate List of Assembly Elections in Soro, Orissa". www.elections.in. Retrieved 2019-05-15.
  6. "Former Soro MLA Kartik Mohapatra passes away | OTV". odishatv.in (in ଆମେରିକୀୟ ଇଂରାଜୀ). Retrieved 2019-05-15.