ହାଇପୋକାଲେମିଆ

ଉଇକିପିଡ଼ିଆ‌ରୁ
(Hypokalemiaରୁ ଲେଉଟି ଆସିଛି)
ହାଇପୋକାଲେମିଆ
ଇଂରାଜୀ ପ୍ରତିଶବ୍ଦ - hypopotassaemia, hypopotassemia
An ECG in a person with a potassium level of 1.1 meq/l showing the classical changes of ST segment depression, inverted T waves, large U waves, and a slightly prolonged PR interval
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCritical care medicine
ଆଇସିଡ଼ି-୧୦E87.6
ଆଇସିଡ଼ି-୯-ସିଏମ୍276.8
ରୋଗ ଡାଟାବେସ6445
ମେଡ଼ିସିନ-ପ୍ଲସ000479
ଇ-ମେଡ଼ିସିନarticle/242008 emerg/273
Patient UKହାଇପୋକାଲେମିଆ
MeSHD007008

ହାଇପୋକାଲେମିଆ (ଇଂରାଜୀ ଭାଷାରେ Hypokalemia ବା hypokalaemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) ପୋଟାସିଅମ potassium (K+) ସ୍ତର କମିଯାଏ ।[୧] ପୋଟାସିଅମ ସ୍ତର ସାଧାରଣତଃ ୩.୫ରୁ ୫.୦ ମିମୋ/ଲି (୩.୫ରୁ ୫.୦ ମିଇକ୍ୟି/ଲି ଥାଏ ଓ ୩.୫ ମିମୋ/ଲି ସ୍ତରରୁ କମ ଥିଲେ ହାଇପୋକାଲେମିଆ ନାମ ଦିଆଯାଏ ।[୧][୨] ସାମାନ୍ୟ କମ ସ୍ତର ଥିଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[୩] ଥକ୍କାଣ (feeling tired), ଗୋଡ଼ କ୍ରାମ୍ପ, ଦୁର୍ବଳତା, ଓ କୋଷ୍ଠକାଠିନ୍ୟ constipation ଆଦି ଲକ୍ଷଣ ଦେଖାଯାଏ ।[୧] ହାଇପୋକାଲେମିଆ ହେଲେ ଅନିୟମିତ ହୃତ୍ ସ୍ପନ୍ଦନ (abnormal heart rhythm) ଯେପରିକି ବ୍ରାଡିକାର୍ଡ଼ିଆ (bradycardia) ଓ ହୃଦ୍‌ରୋଧ (cardiac arrest) ରୋଗ ସଙ୍କଟ ବଢ଼ିଯାଏ ।[୧][୩]

ହାଇପୋକେଲେମିଆର ମୂଖ୍ୟ କାରଣମାନଙ୍କର ନାମ ଯଥାକ୍ରମେ ତରଳ ଝାଡ଼ା (diarrhea), ଡାଏବେଟିସ ଇନସିପିଡସ (diabetes insipidus), ହାଇପରଆଲଡୋସ୍ଟିରୋନିଜ୍ମ (hyperaldosteronism), ହାଇପୋମାଗନେସେମିଆ (hypomagnesemia), ଖାଦ୍ୟରେ ଅଳ୍ପ ପୋଟାସିଅମ ଓ କେତେକ ଔଷଧ ଯେପରିକି ଫୁରୋସେମାଇଡ (furosemide) ଓ ସ୍ଟିରଏଡ (steroid) । ପୋଟାସିଅମ ସ୍ତର ୨.୫ ମିମୋ/ଲିରୁ କମିଗଲେ ସାଂଘାତିକ ହାଇପୋକାଲେମିଆ ନାମ ଦିଆଯାଏ । ଅଳ୍ପ ସ୍ତର ଥିଲେ ଇସିଜିଦ୍ୱାରା (electrocardiogram) (ECG) ମଧ୍ୟ ଏହି ରୋଗ ଚିହ୍ନଟ କରାଯାଇପାରେ । ପୋଟାସିଅମ ସ୍ତର ଅଧକ ହୋଇଥିଲେ ହାଇପରକାଲେମିଆ ନାମ ଦିଆଯାଏ । [୧]

ଲକ୍ଷଣ ତ‌ଥା ଇସିଜି ପରିବର୍ତ୍ତନ ଥିବା ଓ ନ ଥିବା ଉପରେ ପୋଟାସିଅମ ଭରଣା ନିର୍ଭର କରେ ।[୧] ସାମାନ୍ୟ କମ ଥଲେ ଖାଦ୍ୟରେ ପରିବର୍ତ୍ତନ କରି ଠିକ କରିଦିଆଯାଏ । ପୋଟାସିଅମ ପାଟିରେ ବା ଶୀରାଭ୍ୟନ୍ତରରେ ଦିଆଯାଏ ।[୩] ଶୀରାଭ୍ୟନ୍ତରରେ ଦେଲେ ସାଧାରଣତଃ ଏକ ଘଣ୍ଟାରେ ୨୦ମିମୋଲରୁ କମ ପୋଟାସିଅମ ଦିଆଯାଏ ।[୧] ସମ୍ଭବ ହେଲେ ସେଣ୍ଟ୍ରାଲ ଲାଇନରେ (central line) ଗାଢ଼ ଦ୍ରବଣ (>୪୦ମିମୋଲ/ଲି) ଦେବା ଉଚିତ ।[୩] ମ୍ୟାଗନେସିଅମ (Magnesium) ଭରଣା କରିବା ମଧ୍ୟ ଆବଶ୍ୟକ ହୋଇପାରେ ।[୧]

ହାଇପୋକାଲେମିଆ ଏକ ସାଧାରଣ ବିଦ୍ୟୁତ ବିଶ୍ଳେଷ୍ୟ ଅସନ୍ତୁଳନ (water–electrolyte imbalance) । ଡାକ୍ତରଖାନାରେ ଆଡମିଶନ ହୋଇଥିବା ଲୋକଙ୍କ ମଧ୍ୟରୁ ୨୦% ଲୋକଙ୍କର ଏହି ସମସ୍ୟା ହୁଏ ।[୪] ହାଇପୋ ଅର୍ଥ ଅଧୀନରେ (under) ଓ କାଲିଅମ ଅର୍ଥ ରକ୍ତର ଅବସ୍ଥା, ଏହି ଦୁଇ ଶବ୍ଦ ମିଶି ହାଇପୋକାଲେମିଆ ଶବ୍ଦ ହୋଇଛି ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. PMID 20956045.
  2. Pathy, M.S. John (2006). Principles and practice of geriatric medicine (4. ed. ed.). Chichester [u.a.]: Wiley. p. Appendix. ISBN 9780470090558. {{cite book}}: |edition= has extra text (help)
  3. ୩.୦ ୩.୧ ୩.୨ ୩.୩ Zieg, J; Gonsorcikova, L; Landau, D (July 2016). "Current views on the diagnosis and management of hypokalaemia in children". Acta paediatrica (Oslo, Norway : 1992). 105 (7): 762–72. PMID 26972906.
  4. Marx, John; Walls, Ron; Hockberger, Robert (2013). Rosen's Emergency Medicine - Concepts and Clinical Practice (in ଇଂରାଜୀ) (8 ed.). Elsevier Health Sciences. p. 1639. ISBN 1455749877.
  5. Herlihy, Barbara (2014). The Human Body in Health and Illness (in ଇଂରାଜୀ). Elsevier Health Sciences. p. 487. ISBN 9781455756421.