Jump to content

ଡାଏବେଟିସ ଇନସିପିଡସ

ଉଇକିପିଡ଼ିଆ‌ରୁ
ଡାଏବେଟିସ ଇନସିପିଡସ
ବିଭାଗଅନ୍ତଃସ୍ରାବୀ ବିଜ୍ଞାନ (Endocrinology) ପ୍ରତିଶବ୍ଦ- ପିଟୁଇଟାରି ଡାଏବେଟିସ ଇନସିପିଡସ (Pituitary diabetes insipidus)
ଲକ୍ଷଣପ୍ରଚୁର ପରମାଣର ପତଳା (dilute) ପରିସ୍ରା, ଅତ୍ୟଧିକ ଭୋକ []
ଆକ୍ରାନ୍ତ ସମୟଯେ କୌଣସି ବୟସ[][]
କାରଣପ୍ରକାର ଉପରେ ନିର୍ଭର[]
ରୋଗ ନିର୍ଣ୍ଣୟ ପଦ୍ଧତିପରିସ୍ରା ପରୀକ୍ଷା (Urine tests), ରକ୍ତ ପରୀକ୍ଷା blood tests, ଫ୍ଲୁଇଡ ଡେପ୍ରିଭେସନ ଟେଷ୍ଟ (fluid deprivation test)[]
ସଠିକ ରୋଗ ନିର୍ଣ୍ଣୟଭେଦାତ୍ମକ ନିର୍ଣ୍ଣୟ - ମଧୁମେହ []
ଔଷଧଡେସମୋପ୍ରେସିନ, ଥିଆଜାଇଡସ (thiazides), ଆସ୍ପିରିନ []
ଚିକିତ୍ସାପ୍ରଚୁର ଜଳ ପାନ []
Prognosisଚିକିତ୍ସାରେ ଉନ୍ନତି ହୁଏ । []
ପୁନଃପୌନିକଏକ ଲକ୍ଷ ଲୋକରେ ବାର୍ଷିକ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[]
Patient UKଡାଏବେଟିସ ଇନସିପିଡସ

ଡାଏବେଟିସ ଇନସିପିଡସ ବା ଡିଆଇ (ଇଂରାଜୀ ଭାଷାରେ Diabetes insipidus ବାDI) ଏକ ପ୍ରକାର ରୋଗ (condition) ଯେଉଁଥିରେ ପଲିୟୁରିଆ ବା ପ୍ରଚୁର ପରିମାଣର ପତଳା ପରିସ୍ରା (large amounts of dilute urine) ହୁଏ ଓ ପଲିଡିପସିଆ ବା ଅତ୍ୟଧିକ ଶୋଷ (increased thirst) ହୁଏ ।[] ଏହି ପରିସ୍ରାର ପରିମାଣ ଦୈନିକ ୨୦ ଲିଟର ପର୍ଯ୍ୟନ୍ତ ହୋଇପାରେ ।[] ପରିସ୍ରାର ସାନ୍ଦ୍ରତା ଉପରେ ତରଳ ପଦାର୍ଥ କମ କଲେ ମଧ୍ୟ କୌଣସି ପ୍ରଭାବ ପଡ଼େନାହିଁ ।[] ରୋଗ ଜଟିଳ ହେଲେ ନିର୍ଜଳନ (dehydration) ବା ଅପସ୍ମାର ବାତ ହୋଇପାରେ । []

ଚାରି ପ୍ରକାର ଡିଆଇ ରୋଗ ଦେଖାଯାଏ । [] ଯଥେଷ୍ଟ ଭାସୋପ୍ରେସିନ (vasopressin) ବା ଆଣ୍ଟିଡାଇୟୁରେଟିକ ହରମୋନ (antidiuretic hormone) ଅଭାବ ଯୋଗୁ କେନ୍ଦ୍ରୀୟ ବା ସେଣ୍ଟ୍ରାଲ ଡିଆଇ ରୋଗ ହୁଏ ।[] ହାଇପୋଥାଲାମସ (hypothalamus) ବା ପିଟୁଇଟାରି ଗ୍ରନ୍ଥି (pituitary gland) ଆଘାତ ଯୋଗୁ ବା ଜେନେଟିକ (genetics) କାରଣ ଯୋଗୁ ଏହି ରୋଗ ହୁଏ ।[] ଭାସୋପ୍ରେସିନ ହରମୋନ‌କୁ ବୃକ୍‌କ ସଠିକ ଭାବରେ ନ‌କଲେ ନେଫ୍ରୋଜେନିକ ଡିଆଇ (Nephrogenic diabetes insipidus ବା (NDI) ହୁଏ ।[] ହାଇପୋଥାଲାମସରେ ଶୋଷ (thirst) ମେକାନିଜ୍ମରେ ତୃଟି ରହିଲେ ଡିପସୋଜେନିକ ଡିଆଇ ହୁଏ ଓ ଗର୍ଭାବସ୍ଥାରେ ଜେସ୍ଟେସନାଲ ଡିଆଇ ରୋଗ ହୁଏ ।[] ପରିସ୍ରା ପରୀକ୍ଷା (urine tests), ରକ୍ତ ପରୀକ୍ଷା (blood tests) ଓ ଫ୍ଲୁଇଡ ଡେପ୍ରାଇଭେସନ (fluid deprivation test) ଟେଷ୍ଟ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ମଧୁମେହ ବା ଡାଏବେଟିସ ମେଲାଇଟସ ଏକ ପୃଥକ ରୋଗ ଯେଉଁଥିରେ ଡିଆଇ ରୋଗ ଭଳି ପ୍ରଚୁର ପରିସ୍ରା ହୁଏ ।[]

ଏହି ରୋଗରେ ନିର୍ଜଳନରୁ ରକ୍ଷା କରିବା ନିମନ୍ତେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ।[] ରୋଗର ପ୍ରକାର ଅନୁସାରେ ଅନ୍ୟାନ୍ୟ ଚିକିତ୍ସା କରାଯାଏ ।[] ସେଣ୍ଟ୍ରାଲ ଓ ଜେସ୍ଟେସନାଲ ଡିଆଇରେ ଡେସମୋପ୍ରେସିନ ଦିଆଯାଏ ।[] ନେଫ୍ରୋଜେନିକ ରୋଗରେ ଅନ୍ତର୍ନିହିତ ରୋଗ ଅନୁସାରେ ବା ଥିଆଜାଇଡ (thiazide), ଆସ୍ପିରିନ ବା ଆଇବୁପ୍ରୋଫେନ୍ ଦିଆଯାଏ ।[] ପ୍ରତି ୧୦୦,୦୦୦ ଲୋକରେ ବାର୍ଷିକ ୩ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ଦଶରୁ କୋଡ଼ିଏ ବର୍ଷ ବୟସ ମଧ୍ୟରେ ସେଣ୍ଟ୍ରାଲ ଡିଆଇ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ଆକ୍ରମଣ କରେ ।[] ନେଫ୍ରୋଜେନିକ ଡିଆଇ ଯେକୋଣସି ବୟସରେ ଆରମ୍ଭ ହୋଇପାରେ ।[] ଡାଏବେଟି ଶବ୍ଦଟି ଏକ ଗ୍ରୀକ ଶବ୍ଦରୁ ନିଆଯାଇଛି ଯାହାର ଇଂରାଜୀ ପ୍ରତିଶବ୍ଦ ସାଇଫନ (siphon) ।[]

  1. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 "Diabetes Insipidus". National Institute of Diabetes and Digestive and Kidney Diseases. October 2015. Archived from the original on 13 May 2017. Retrieved 28 May 2017.
  2. 1 2 "Central Diabetes Insipidus". NORD (National Organization for Rare Disorders). 2015. Archived from the original on 21 February 2017. Retrieved 28 May 2017.
  3. 1 2 "Nephrogenic Diabetes Insipidus". NORD (National Organization for Rare Disorders). 2016. Archived from the original on 19 February 2017. Retrieved 28 May 2017.
  4. 1 2 Saborio P, Tipton GA, Chan JC (2000). "Diabetes Insipidus". Pediatrics in Review. 21 (4): 122–129. doi:10.1542/pir.21-4-122. PMID 10756175.
  5. Rubin, Alan L. (2011). Diabetes For Dummies (in ଇଂରାଜୀ) (3 ed.). John Wiley & Sons. p. 19. ISBN 9781118052488. Archived from the original on 2017-09-08.