Jump to content

ହୃଦାନନ୍ଦ ମଲ୍ଲିକ

ଉଇକିପିଡ଼ିଆ‌ରୁ
(Hrudananda Mallickରୁ ଲେଉଟି ଆସିଛି)
ହୃଦାନନ୍ଦ ମଲ୍ଲିକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦  ୧ ମାର୍ଚ୍ଚ ୧୯୯୦
ପୂର୍ବ ଅଧିକାରୀଜଗନ୍ନାଥ ରାଉତ
ପର ଅଧିକାରୀମାନସ ରଞ୍ଜନ ମଲ୍ଲିକ
ନିର୍ବାଚନ ମଣ୍ଡଳୀଧାମନଗର
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧  ୧୯୮୦
ପୂର୍ବ ଅଧିକାରୀସତ୍ୟଭାମା ଦେଇ
ପର ଅଧିକାରୀଜଗନ୍ନାଥ ରାଉତ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-08-01)୧ ଅଗଷ୍ଟ ୧୯୨୭
ମୃତ୍ୟୁ୧ ମାର୍ଚ୍ଚ ୧୯୯୦(1990-03-01) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀଅନ୍ନପୂର୍ଣ୍ଣା ମଲ୍ଲିକ
ସନ୍ତାନମାନସ ରଞ୍ଜନ ମଲ୍ଲିକ
ସଞ୍ଜୀବ ମଲ୍ଲିକ
ବୃତ୍ତିରାଜନୀତିଜ୍ଞ

ହୃଦାନନ୍ଦ ମଲ୍ଲିକ (୧ ଅଗଷ୍ଟ ୧୯୨୭ - ୧ ମାର୍ଚ୍ଚ ୧୯୯୦) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଏବଂ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][]

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ହୃଦାନନ୍ଦ ମଲ୍ଲିକ ୧୯୨୭ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ଥିଲା ।[] ସେ ଅନ୍ନପୂର୍ଣ୍ଣା ମଲ୍ଲିକଙ୍କୁ ବିବାହ କରିଥିଲେ ।[] ଏହି ଦମ୍ପତ୍ତିଙ୍କର ୪ ପୁଅ ଓ ୨ ଝିଅ ଥିଲେ । ହୃଦାନନ୍ଦ ମଲ୍ଲିକଙ୍କର ପୁଅ ମାନସ ରଞ୍ଜନ ମଲ୍ଲିକ ଜଣେ ରାଜନୀତିଜ୍ଞ ଥିଲେ, ଯିଏକି ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ତାଙ୍କର ଅନ୍ୟତମ ପୁତ୍ର ସଞ୍ଜୀବ ମଲ୍ଲିକ ୧୬ଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

[ସମ୍ପାଦନା]

୧୯୪୨ ମସିହାରେ ହୃଦାନନ୍ଦ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।[] ସେ ୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲାରେ ଛାତ୍ରମେଳୀ କରି ଉତ୍ତର ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ବଢ଼ାଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ହୃଦାନନ୍ଦ ୧୯୬୨ ମସିହାରେ ପଞ୍ଚାୟତ ସମିତି ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[] ସେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[]

୧୯୭୧, ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ୧୦ମ ବିଧାନ ସଭାରେ ସେ ବିଧାୟକ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।[] ଏହାପରେ ଏହି ଆସନରେ ଉପ-ନିର୍ବାଚନ ହୋଇଥିଲା, ଯେଉଁଥିରେ ତାଙ୍କ ବଡ଼ ପୁଅ ମାନସ ବିଜୟୀ ହୋଇଥିଲେ ।[][]

ମୃତ୍ୟୁ

[ସମ୍ପାଦନା]

ହୃଦାନନ୍ଦ ମଲ୍ଲିକ ୧୯୯୦ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ୧୯ ମାର୍ଚ୍ଚ ୧୯୯୦ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭାରେ ଶୋକ ପାଳନ କରାଯାଇଥିଲା ।[]

  1. "Dhamnagar Assembly Constituency Election Result - Legislative Assembly Constituency". Result University. Retrieved 26 January 2021.
  2. 1 2 3 4 5 6 7 "Late Hrudananda Mallick". odishaassembly.nic.in. Odisha Assembly. Retrieved 19 April 2019.
  3. 1 2 3 "MLA Hrudananda Mallick Profile | DHAMNAGAR Constituency". odishahelpline.com. Retrieved 2019-04-19.
  4. "Ex-MLA Mallik dead". The New Indian Express. 10 October 2012. Retrieved 26 January 2021.
  5. "ଧାମନଗର ନିର୍ବାଚନ ମଣ୍ଡଳୀ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ | Sambad". ସମ୍ବାଦ. sambad.in. 15 April 2019. Retrieved 26 January 2021.
  6. 1 2 "MLA Hrudananda Mallick Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-19.
  7. "Former Odisha MLA dies". Business Standard India. 10 October 2012. Retrieved 26 January 2021.
  8. "Former Odisha MLA dies". Zee News (in ଇଂରାଜୀ). 10 October 2012. Retrieved 26 January 2021.