ସତ୍ୟଭାମା ଦେଇ

ଉଇକିପିଡ଼ିଆ‌ରୁ
ସତ୍ୟଭାମା ଦେଇ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀମୂରଲୀଧର ଜେନା
ପର ଅଧିକାରୀହୃଦାନନ୍ଦ ମଲ୍ଲିକ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-04-03)୩ ଅପ୍ରେଲ ୧୯୩୨
ମୃତ୍ୟୁ୪ ମଇ ୨୦୧୭(2017-05-04) (ବୟସ ୮୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନ କଂଗ୍ରେସ
ଜୀବନ ସାଥୀମୂରଲୀଧର ଜେନା
ବାପା/ବୋଉଗଣେଶ୍ୱର ରାଉତ (ବାପା)
ବୃତ୍ତିରାଜନୀତିଜ୍ଞ

ସତ୍ୟଭାମା ଦେଇ (୩ ଅପ୍ରେଲ ୧୯୩୨ - ୪ ମଇ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ସତ୍ୟଭାମା ଦେଇ ୧୯୩୨ ମସିହାର ଅପ୍ରେଲ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଣେଶ୍ୱର ରାଉତ । ସତ୍ୟଭାମାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା ।[୨] ସେ ମୂରଲୀଧର ଜେନାଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଥିଲେ । ତାଙ୍କ ପତି ମୂରଲୀଧର ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସତ୍ୟଭାମା ଦେଇ ତାଙ୍କ ପତି ମୂରଲୀଧରଙ୍କର ମୃତ୍ୟୁପରେ ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଓଡ଼ିଶା ଜନ କଂଗ୍ରେସର ପ୍ରତିନିଧି ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ସତ୍ୟଭାମା ଦେଇ ୨୦୧୭ ମସିହାର ମଇ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ୧୮ ମଇ ୨୦୧୭ରେ ତାଙ୍କ ପାଇଁ ବିଧାନ ସଭାଗୃହରେ ଶୋକ ପାଳନ କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Late Satyabhama Dei". odishaassembly.nic.in. Odisha Assembly. Retrieved 18 April 2019.
  2. "MLA Satyabhama Dei Profile | DHAMNAGAR Constituency". odishahelpline.com. Retrieved 2019-04-18.
  3. "MLA Satyabhama Dei Profile | DHAMNAGAR Constituency". naveenpatnaik.com. Archived from the original on 2017-10-27. Retrieved 2019-04-18.