ମାନସ ରଞ୍ଜନ ମଲ୍ଲିକ

ଉଇକିପିଡ଼ିଆ ରୁ
Jump to navigation Jump to search
ମାନସ ରଞ୍ଜନ ମଲ୍ଲିକ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା (ଉପ-ନିର୍ବାଚନ)
ଅଫିସରେ
୨୯ ଅପ୍ରେଲ ୧୯୯୦ – ୧୯୯୫
ନିର୍ବାଚନ ମଣ୍ଡଳୀଧାମନଗର
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୦ – ୨୦୦୪
ପୂର୍ବ ଅଧିକାରୀହୃଦାନନ୍ଦ ମଲ୍ଲିକ
ପର ଅଧିକାରୀମାନସ ରଞ୍ଜନ ମଲ୍ଲିକ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮ ଅପ୍ରେଲ ୧୯୫୫(1955-04-18)
ମୃତ୍ୟୁ୯ ଅକ୍ଟୋବର ୨୦୧୨(2012-10-09) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀନିରୂପମା ମଲ୍ଲିକ
ସନ୍ତାନ୨ ପୁଅ, ୧ ଝିଅ
ବାପା/ମା'ହୃଦାନନ୍ଦ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ମାନସ ରଞ୍ଜନ ମଲ୍ଲିକ (୧୮ ଅପ୍ରେଲ ୧୯୫୫ - ୯ ଅକ୍ଟୋବର ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ଉପ-ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପାର୍ଥୀ ଭାବରେ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ମାନସ ରଞ୍ଜନ ମଲ୍ଲିକ ୧୯୫୫ ମସିହାର ଅପ୍ରେଲ ମାସ ୧୮ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ହୃଦାନନ୍ଦ ମଲ୍ଲିକ । ମାନସଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ନିରୂପମା ମଲ୍ଲିକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ମାନସଙ୍କର ବାପା ହୃଦାନନ୍ଦ ମଲ୍ଲିକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ, ୬ଷ୍ଠ, ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ଭାଇ ସଞ୍ଜୀବ ମଲ୍ଲିକ ମଧ୍ୟ ଜଣେ ରାଜନୀତିଜ୍ଞ, ଯିଏକି ୧୬ଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ମାନସ ରଞ୍ଜନ ସକାଳ ନାମକ ଏକ ଓଡ଼ିଆ ଦୈନିକ ଓଡ଼ିଆ ଖବରକାଗଜ ଏବଂ ମାସିକ ପତ୍ରିକାର ପ୍ରକାଶନ କରୁଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ମାନସ ରଞ୍ଜନ ତାଙ୍କ ପିତା ହୃଦାନନ୍ଦ ମଲ୍ଲିକଙ୍କର ମୃତ୍ୟୁ ପରେ ୧୯୯୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୯ ଅପ୍ରେଲ ୧୯୯୦ରୁ ୧୯୯୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।[୩]

ଏହାପରେ ସେ ୨୦୦୦ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପୁଣିଥରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

ମାନସ ରଞ୍ଜନ ୨୦୧୨ ମସିହାର ଅକ୍ଟୋବର ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା । ୨୭ ନଭେମ୍ବର ୨୦୧୨ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "Late Manas Ranjan Mallik". odishaassembly.nic.in. Odisha Assembly. Retrieved 22 April 2019.
  2. "MLA Manas Ranjan Mallik Profile | DHAMNAGAR Constituency". naveenpatnaik.com. Retrieved 2019-04-22.
  3. "MLA Manas Ranjan Mallik Profile | DHAMNAGAR Constituency". www.odishahelpline.com. Retrieved 2019-04-22.