ହାଣ୍ଡିଆ
ହାଣ୍ଡିଆ (ବଡଜ୍ହାଣ୍ଡି, ଇଲି, କୁଷ୍ନା ଓ ଡିଆଙ୍ଗ ଭାବେ ମଧ୍ୟ ପରିଚିତ)[୧] ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଆଦିବାସି ଜନଜାତିମାନେ ବ୍ୟବହାର କରୁଥିବା ଏକ ପ୍ରକାର ମାଦକ ପାନୀୟ । ଭାତକୁ ଏକ ସ୍ୱତନ୍ତ୍ର କିଣ୍ୱନ ପ୍ରଣାଳୀ ଦେଇ ହାଣ୍ଡିଆ ପ୍ରସ୍ତୁତ କରାଯାଇଥାଏ । ଏହା ସାଧାରଣତଃ ନିଶାଯୁକ୍ତ ଏବଂ ପେଟ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ତତସହିତ ଏହା ଶରୀରକୁ ଶକ୍ତି ପ୍ରଦାନ କରିବାରେ ମଧ୍ୟ ସହାୟ ହେଇଥାଏ ।[୨]
ନାମକରଣ
[ସମ୍ପାଦନା]"ହାଣ୍ଡିଆ" ଶବ୍ଦ ଓଡ଼ିଆ ତଥା ଅନ୍ୟାନ୍ୟ ଭାଷାର "ହାଣ୍ଡି" (ମାଟି ଘଡ଼ା) ଶବ୍ଦରୁ ଆନୀତ ।[୩]
ଇତିହାସ
[ସମ୍ପାଦନା]ସିନ୍ଧୁ ସଭ୍ୟତାରେ ଖ୍ରୀ.ପୂ. ୩୦୦୦ରୁ ୨୦୦୦ ମଧ୍ୟରେ ଚାଲକୋଲିଥିକ ଯୁଗରେ ଭାରତରେ କିଣ୍ୱନ ଓ ମଦ ତିଆରି ଅଭିଲେଖିତ ।[୪] ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗ୍ରୀକ ରାଷ୍ଟ୍ରଦୂତ ମେଗାସ୍ତେନେସ ବାର୍ଲି ବଦଳରେ ଚାଉଳରୁ ତିଆରି ମଦ ବାବଦରେ ତାଙ୍କ ଇଣ୍ଡିକା ପୁସ୍ତକରେ ଉଲ୍ଲେଖ କରିଥିଲେ । ସେ ଭାରତୀୟମାନେ କେବଳ ବଳି ଛଡ଼ା ଅନ୍ୟ ସମୟରେ ଚାଉଳରୁ ତିଆରି ମଦ ପିଉନଥିଲେ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ ।[୫][୬]
ପ୍ରସ୍ତୁତି
[ସମ୍ପାଦନା]
ଇଷତ ଖଇରିଆ ରଙ୍ଗର ଉଷୁନା ଚାଉଳକୁ ପ୍ରଥମେ ଅଳ୍ପ ପାଣି ଦେଇ ରନ୍ଧାଯାଏ ଫଳରେ ଭାତ ହେଲାପରେ ପେଜ ନିଗାଡ଼ିବାକୁ ପଡ଼ିନଥାଏ । ଭାତ ହେବା ପରେ ଏହାକୁ ପ୍ଲାଷ୍ଟିକ ଚଟେଇ ଉପରେ ଖରାରେ ଶୁଖିବାକୁ ଛାଡ଼ି ଦିଆଯାଏ । ଏହା ପରେ କିଛି ବଣ୍ୟ ଜାତୀୟ ଗୁଳ୍ମ ଓ ଚେରମୂଳୀକୁ (ସାନ୍ତାଳୀରେ ମୂଳିକା; ଏଥିରେ ଦୁଦୁରା ଚେର, ମଞ୍ଜୁଆତି ଗଛ ଚେର ପଡ଼େ) ଗୁଣ୍ଡ କରି ଭାତ ସହିତ ମିଶାଇ ଦିଆଯାଏ । ଛୋଟ ଛୋଟ ଭାତର ଗୁଳା (ରାନୁ) ମଧ୍ୟ ପ୍ରସ୍ତୁତ କରାଯାଏ ଏବଂ ଚାରି ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ । ଏକ କିଲୋଗ୍ରାମ ଚାଉଳ ପାଇଁ ୩-୪ଟି ରାନୁ ବ୍ୟବହାର କରାଯାଏ । ଭାତ ଗୁଳାଗୁଡ଼ିକୁ ବଡ଼ ମାଟି ହାଣ୍ଡିରେ ରଖି ଶାଳପତ୍ରଦ୍ୱାରା ହାଣ୍ଡିର ମୁହଁ ବନ୍ଦ କରି ଦିଆଯାଏ । ଏହିପରି ଭାବେ କିଣ୍ୱନ ହେବାକୁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଛାଡ଼ିଦିଆଯାଏ । ଶେଷରେ କିଣ୍ୱନ ହୋଇଥିବା ଭାତରୁ ପାଣିକୁ ନିଗାଡ଼ି ଅଲଗା କରିଦେବା ପରେ ତାକୁ ଏକ ଜାଲି ଉପରେ ଘସା ହୁଏ । ଉକ୍ତ ମଣ୍ଡରେ ଦଶ ଗୁଣା ପାଣି ମିଶାଇ ହାଣ୍ଡିଆ ପ୍ରସ୍ତୁତ ହୋଇଥାଏ । ଏହା ନୀରା ନାମରେ ମଧ୍ୟ ପରିଚିତ ।

ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ସାହୁ, ପଦ୍ମନାଭ. "ହାଣ୍ଡିଆ". ପ୍ରଗତିବାଦୀ. Retrieved 27 December 2016.
- ↑ http://handia.jharkhand.org.in/2008/07/handia-adivasi-drink-jharkhand-forum.html
- ↑ "Handia most preferred summer drink". 19 May 2014. Retrieved 7 Aug 2022.
- ↑ "It's high time!". deccanherald. 16 December 2017. Retrieved 7 Aug 2022.
- ↑ "Ancient India as described by Megasthenês and Arrian; being a translation of the fragments of the Indika of Megasthenês collected by Dr. Schwanbeck, and of the first part of the Indika of Arrian". archive.org. p. 69. Retrieved 10 August 2022.
- ↑ Gochberg, Donald S., et al., ed. "World Literature and Thought: Volume I: The Ancient Worlds"; Fort Worth, TX; Harcourt Brace; 1997, pp. 410-416.