ହାଣ୍ଡିଆ

ଉଇକିପିଡ଼ିଆ‌ରୁ

ହାଣ୍ଡିଆ (ବଡଜ୍‌ହାଣ୍ଡି, ଇଲି, କୁଷ୍‌ନା ଓ ଡିଆଙ୍ଗ ଭାବେ ମଧ୍ୟ ପରିଚିତ)[୧] ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶଛତିଶଗଡ଼ରେ ଆଦିବାସି ଜନଜାତିମାନେ ବ୍ୟବହାର କରୁଥିବା ଏକ ପ୍ରକାର ମାଦକ ପାନୀୟ । ଭାତକୁ ଏକ ସ୍ୱତନ୍ତ୍ର କିଣ୍ୱନ ପ୍ରଣାଳୀ ଦେଇ ହାଣ୍ଡିଆ ପ୍ରସ୍ତୁତ କରାଯାଇଥାଏ । ଏହା ସାଧାରଣତଃ ନିଶାଯୁକ୍ତ ଏବଂ ପେଟ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ତତସହିତ ଏହା ଶରୀରକୁ ଶକ୍ତି ପ୍ରଦାନ କରିବାରେ ମଧ୍ୟ ସହାୟ ହେଇଥାଏ ।[୨]

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ଜଣେ ଆଦିବାସୀ ମହିଳା ହାଣ୍ଡିଆ ପ୍ରସ୍ତୁତ କରୁଥିବାର ଦୃଶ୍ୟ
"ରାନୁ" ଗୁଳା
  1. ଇଷତ ଖଇରିଆ ରଙ୍ଗର ଉଷୁନା ଚାଉଳକୁ ପ୍ରଥମେ ଅଳ୍ପ ପାଣି ଦେଇ ରନ୍ଧାଯାଏ, ଯେପରି ଭାତ ହେଲାପରେ ପେଜ ନିଗାଡ଼ିବାକୁ ନ'ପଡ଼େ ।
  2. ଭାତ ହେବା ପରେ ଏହାକୁ ପ୍ଲାଷ୍ଟିକ ଚଟେଇ ଉପରେ ଖରାରେ ଶୁଖିବାକୁ ଛାଡ଼ି ଦିଆଯାଏ ।
  3. ଏହା ପରେ କିଛି ବଣ୍ୟ ଜାତୀୟ ଗୁଳ୍ମ ଓ ଚେରମୂଳୀକୁ (ସାନ୍ତାଳୀ ଭାଷାରେ ମୂଳିକା ଯଥା ଦୁଦୁରା ଚେର, ମଞ୍ଜୁଆତି ଗଛ ଚେର) ଗୁଣ୍ଡ କରି ଭାତ ସହିତ ମିଶାଇ ଦିଆଯାଏ । ଛୋଟ ଛୋଟ ଭାତର ଗୁଳା (ରାନୁ) ମଧ୍ୟ ପ୍ରସ୍ତୁତ କରାଯାଏ ଏବଂ ୪ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ । ଏକ କିଲୋଗ୍ରାମ ଚାଉଳ ପାଇଁ ୩-୪ଟି ରାନୁ ଯଥେଷ୍ଟ ।
  4. ଭାତ ଗୁଳା ଗୁଡ଼ିକୁ ବଡ଼ ମାଟି ହାଣ୍ଡିରେ ରଖି ଶାଳପତ୍ରଦ୍ୱାରା ହାଣ୍ଡିର ମୁହଁ ବନ୍ଦ କରି ଦିଆଯାଏ । ଏହିପରି ଭାବେ କିଣ୍ୱନ ହେବାକୁ ୩-୪ ଦିନ ପର୍ଯ୍ୟନ୍ତ ଛାଡ଼ିଦିଆଯାଏ ।
  5. ଶେଷରେ କିଣ୍ୱନ ହୋଇଥିବା ଭାତରୁ ପାଣିକୁ ନିଗାଡ଼ି ଅଲଗା କରିଦେବା ପରେ ତାକୁ ଏକ ଜାଲି ଉପରେ ଘସା ହୁଏ।ସେଇ ମଣ୍ଡରେ ଦଶ ଗୁଣ ପାଣି ମିଶାଇ ହାଣ୍ଡିଆ ପ୍ରସ୍ତୁତ ହୋଇଥାଏ । ଏହା ନୀରା ନାମରେ ମଧ୍ୟ ପରିଚିତ।
" ହାଣ୍ଡିଆ"

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସାହୁ, ପଦ୍ମନାଭ. "ହାଣ୍ଡିଆ". ପ୍ରଗତିବାଦୀ. Retrieved 27 December 2016.
  2. http://handia.jharkhand.org.in/2008/07/handia-adivasi-drink-jharkhand-forum.html