ଗୀତା ଦାଶ

ଉଇକିପିଡ଼ିଆ‌ରୁ
(Geeta Dashରୁ ଲେଉଟି ଆସିଛି)
ଗୀତା ଦାଶ
ଜନ୍ମ (1962-12-24) ୨୪ ଡିସେମ୍ବର ୧୯୬୨ (ବୟସ ୬୧)
କଟକ
ପେଷାଗାୟିକା
କାର୍ଯ୍ୟକାଳ୧୯୭୭ -

ଗୀତା ଦାଶ ଜଣେ ଓଡ଼ିଆ ଗାୟିକା ।[୧] ସେ ଉଭୟ ମଞ୍ଚ ଓ ପ୍ରଚ୍ଛଦପଟ୍ଟ ଗୀତ ଗାଆନ୍ତି । ସେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି । ହଜାରରୁ ଅଧିକ ମଞ୍ଚରେ ସେ ପରିବେଷଣ କରିଛନ୍ତି । ଓଡ଼ିଆ ଗୀତ ସହ ସେ ମଧ୍ୟ ବଙ୍ଗଳା ଚଳଚ୍ଚିତ୍ର, ହିନ୍ଦୀ ଧାରାବାହିକ, ଏବଂ ଡ଼ିଡ଼ି ମେଟ୍ରୋ ଦିଲ୍ଲୀରେ ସଂଗୀତ ପରିବେଷଣ କରିଛନ୍ତି ।

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗୀତା ଦାଶଙ୍କର ଜନ୍ମସ୍ଥାନ କଟକ । ତାଙ୍କ ପିତାଙ୍କ ପୌତୃକ ଗ୍ରାମ ନୟାଗଡ଼ ଜିଲ୍ଲାର ବିରାଡ଼ିହି । ତାଙ୍କ ପିତାଙ୍କ ନାମ ଥିଲା ହରିହର ମିଶ୍ର ଓ ମାତାଙ୍କ ନାମ ରତ୍ନମଣୀ ମିଶ୍ର । ତାଙ୍କ ବାପା ଚାହୁଁନଥିଲେ ସେ ଜଣେ ଗାୟିକା ହୁଅନ୍ତୁ । ତାଙ୍କ ମାଙ୍କ ପ୍ରୋତ୍ସାହନ ଯୋଗୁ ସେ ଗାୟିକା ହୋଇପାରିଥିଲେ । ବିବାହ ପରେ ତାଙ୍କ ସ୍ୱାମୀ ପ୍ରଦୀପ କୁମାର ଦାଶଙ୍କର ମଧ୍ୟ ତାଙ୍କ ଗୀତ ଗାଇବା ପାଇଁ ସମର୍ଥନ ଥିଲା । ସେ ନିଜ ସ୍ୱାମୀ ଓ ତିନି ଝିଅଙ୍କ ସହିତ ଭୁବନେଶ୍ୱରରେ ରହନ୍ତି ।

ସଙ୍ଗୀତ ଜୀବନ[ସମ୍ପାଦନା]

ଗୀତା ପ୍ରଥମେ ୧୦ ବର୍ଷ ବୟସରେ ସମ୍ବଲପୁର ଆକାଶବାଣୀରୁ ତାଙ୍କ ସଙ୍ଗୀତ ପରିବେଷଣ କରିଥିଲେ । ଗୀତଟି ଥିଲା "ଆଈ ବାଛୁଥିଲା ଖଇ" । କ୍ଷୀରୋଦ ଚନ୍ଦ୍ର ପୋଥାଳ ଏହି ଗୀତଟିକୁ ଲେଖିଥିଲେ । ୧୯୭୭ ମସିହାରେ ଗୀତା ସେତେବେଳର ଲୋକପ୍ରିୟ ମେଲୋଡ଼ି ଦଳ ହବିବ ମେଲୋଡ଼ିରେ ଯୋଗ ଦେଇଥିଲେ । ହବିବ ମେଲୋଡ଼ିରେ ଗୀତ ଗାଇବାପରେ ସେ ଲୋକଲୋଚନକୁ ଆସି ପାରିଥିଲେ ଓ ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କୁ ନିଜ ଗୀତରେ କଣ୍ଠଦାନ କରେଇବା ପାଇଁ ଇଚ୍ଛାପ୍ରକାଶ କରିଥିଲେ ।[୨] ୧୯୮୧ରେ ସେ ଆକାଶବାଣୀ କଟକରେ ଗାଇଥିଲେ । ୧୯୮୨ରେ ସେ ପ୍ରଥମେ ଛଅମାଣ ଆଠ ଗୁଣ୍ଠ ଚଳଚ୍ଚିତ୍ରରେ ପ୍ରଛଦପଟ ଗାୟିକା ଭାବେ କଣ୍ଠଦାନ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର 'ସାତ କଳସ ଆଠ ଦିଗ'ରେ ନିଜ କଣ୍ଠଦାନ କରିଥିଲେ । ୧୯୮୫ରେ ସେ ଦୂରଦର୍ଶନରେ ନିଜ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ସେ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି । ପାଞ୍ଚଥର ନିଜ ସଂଗୀତ ପାଇଁ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଦୁଇ ବର୍ଷ ପାଇଁ ପ୍ରକାଶ ପାଇଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର : ଶ୍ୟାମାମଣୀ ଦେବୀ ଓ ଉପେନ୍ଦ୍ର କୁମାର ପାଣିଗ୍ରାହୀ ପାଇବେ 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ' ସମ୍ମାନ". www.prameyanews7.com/. ପ୍ରମେୟ. Archived from the original on 11 March 2022. Retrieved 11 March 2022.
  2. "ଗୀତ ଗବାକ୍ଷ". No. ସମ୍ବାଦ ରବିବାର ୨୨/୦୫/୨୦୨୧ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 23 May 2022. Retrieved 23 May 2022.
  3. http://www.orissapost.com/epaper/100117/p14.htm
  4. "୨ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର". www.dharitri.com. ଧରିତ୍ରୀ. Archived from the original on 11 March 2022. Retrieved 11 March 2022.

ଅଧିକ ତଥ୍ୟ[ସମ୍ପାଦନା]