ଏଫାଭିରେଞ୍ଜ/ଲାମିଭୁଡିନ/ଟେନୋଫୋଭିର

ଉଇକିପିଡ଼ିଆ‌ରୁ
(Efavirenz/lamivudine/tenofovirରୁ ଲେଉଟି ଆସିଛି)
ଏଫାଭିରେଞ୍ଜ/ଲାମିଭୁଡିନ/ଟେନୋଫୋଭିର
Combination of
EfavirenzNon-nucleoside reverse transcriptase inhibitor
LamivudineNucleoside reverse transcriptase inhibitor
TenofovirNucleoside reverse transcriptase inhibitor
Clinical data
Trade namesTelura
Routes of
administration
By mouth
ATC code

ଏଫାଭିରେଞ୍ଜ/ଲାମିଭୁଡିନ/ଟେନୋଫୋଭିର ବା ଇଏଫଭି/୩ଟିସି/ଟିଡିଏଫ (ଇଂରାଜୀ ଭାଷାରେ Efavirenz/lamivudine/tenofovir ବା EFV/3TC/TDF, ବିକ୍ରୟ ନାମ ଟେଲୁରା) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ଦିଆଯାଏ ।[୧] ଏହି ମିଶ୍ରିତ ଔଷଧରେ ଏଫାଭିରେଞ୍ଜ, ଲାମିଭୁଡିନ, ଓ ଟେନୋଫୋଭିର (tenofovir) ଔଷଧମାନ ଥାଏ ।[୧] ବିକାଶଶୀଳ ଦେଶରେ (developing world) ଏହା ପ୍ରଥମ ଧାଡ଼ିର ପସନ୍ଦ ଔଷଧ ।[୧] ଏହା ପାଟିରେ ଦିଆଯାଏ ।[୧]

ଏହି ଔଷଧ ଯୋଗୁ ଗଣ୍ଠି ଯନ୍ତ୍ରଣା, ନିଦ୍ରାଳୁ କିନ୍ତୁ ନିଦ୍ରା ସମସ୍ୟା, ମୁଣ୍ଡବିନ୍ଧା ଓ ଗଲୁ ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇପାରେ ।[୧] ଅବସାଦ (depression), ସାଇକୋସିସ (psychosis), ବା ଓଷ୍ଟିଓନେକ୍ରୋସିସ (osteonecrosis) ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଇପାରେ ।[୧] ଅପସ୍ମାର (epilepsy) ରୋଗ ଥିଲେ ଅଧିକ ବାତ (seizures) ମାରିପାରେ ।[୧] ପୂର୍ବରୁ ବୃକ୍‌କ ସମସ୍ୟା (kidney problems) ଥିଲେ ଅଧିକ ଯତ୍ନରେ ଚିକିତ୍ସା କରିବା ଆବଶ୍ୟକ ହୁଏ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ଅସ୍ପଷ୍ଟ ଅଛି ।[୧][୨]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୧ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବର୍ଷର କ୍ରୟ ମୂଲ୍ୟ ୧୫୪ ଆମେରିକୀୟ ଡଲାର ଥିଲା ।[୧] ସନ ୨୦୧୪ରେଯୁକ୍ତରାଷ୍ଟ୍ର ଆମେରିକାରେ ଏହି ମିଶ୍ରିତ ଔଷଧ ଆପାତ‌ତଃ ସ୍ୱିକୃତୀ ପାଇଥିଲା ।[୪] ଉପଲବ୍ଧତା ଓ ମହତ୍ୱକୁ ମେଡିସିନ ସାନ୍ସ ଫ୍ରଣ୍ଟିଅର (Medecins Sans Frontieres) ସଂସ୍ଥା ସମର୍ଥନ କରିଛି ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "WHO Model List of Essential Medicines Application" (PDF). WHO. Retrieved 29 June 2017.
  2. "Telura" (PDF). Mylan.in. 2014. Archived from the original (PDF) on 14 December 2017. Retrieved 13 December 2017.
  3. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  4. "HIV/AIDS History of Approvals - HIV/AIDS Historical Time Line 2010 - 2015". FDA (in ଇଂରାଜୀ). Retrieved 13 December 2017.
  5. "Efavirenz/lamivudine/tenofovir disoproxil fumarate fixed-dose combination tablets (600/300/300 mg FDC)" (PDF). WHO. p. 17.