ଏଫାଭିରେଞ୍ଜ
| Clinical data | |
|---|---|
| Pronunciation | e-FAV-irr-enz |
| Trade names | Atripla, Sustiva, others[୧] |
| AHFS/Drugs.com | monograph |
| MedlinePlus | a699004 |
| Pregnancy category |
|
| Routes of administration | By mouth (capsules, tablets) |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 40–45% (under fasting conditions) |
| Protein binding | 99.5–99.75% |
| Metabolism | Hepatic (CYP2A6 and CYP2B6-mediated) |
| Onset of action | 3–5 hours |
| Elimination half-life | 40–55 hours |
| Excretion | Urine (14–34%) and feces (16–61%) |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| NIAID ChemDB | |
| PDB ligand | |
| ECHA InfoCard | 100.149.346 |
| Chemical and physical data | |
| Formula | C14H9ClF3NO2 |
| Molar mass | 315.675 g/mol |
| 3D model (JSmol) | |
| |
| |
| (verify) | |
ଏଫାଭିରେଞ୍ଜ (ଇଂରାଜୀ ଭାଷାରେ Efavirenz ବା EFV, ବିକ୍ରୟ ନାମ ସୁସ୍ଟିଭା) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭିର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହୁଏ । ସାଧାରଣତଃ ଅନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧମାନଙ୍କ ସହିତ ଏହା ଦିଆଯାଏ । ଏହା ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ଓ ସମ୍ଭାବ୍ୟ ସଂକ୍ରମଣର ପ୍ରତିଷେଧ ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ । ଏହି ଔଷଧ ଏକା ଓ ଅନ୍ୟାନ୍ୟ ଔଷଧ ଯେପରିକି ଏଫାଭିରେଞ୍ଜ/ଏମେଟ୍ରିସିଟାବିନ/ଟେନୋଫୋଭିର (efavirenz/emtricitabine/tenofovir) ସହିତ ବିକ୍ରୟ ହୁଏ । ଏହା ଦୈନିକ ଥରେ ପାଟିରେ ଦିଆଯାଏ ।[୧]
ଏଫାଭିରେଞ୍ଜର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ରାସ, ଅଇ (nausea), ମୁଣ୍ଡବଥା, ଥକ୍କାଣ ଓ ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସ୍ଟିଭେନସନ-ଜନସନ (Stevens-Johnson syndrome) ଭଳି ସାଂଘାତିକ ରାସ ମଧ୍ୟ ହୋଇପାରେ । ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଅବସାଦ, ଆତ୍ମହତ୍ୟା ମାନସିକତା (thoughts of suicide), ଯକୃତ ସମସ୍ୟା (liver problems) ଓ ବାତ (seizure) ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ନୁହେଁ । ଏହା ଏକ ନନ୍-ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (non-nucleoside reverse transcriptase inhibitor ବା NNRTI) ଓ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (reverse transcriptase) କାମକୁ ଅବରୋଧ କରି କାର୍ଯ୍ୟ କରେ ।[୧]
ଏଫାଭିରେଞ୍ଜ ଆମେରିକାରେ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ସନ ୨୦୧୫ ସୁଦ୍ଧା ଏହା ଏହା ଜେନେରିକ ଔଷଧ ନାମରେ ମିଳୁନାହିଁ ।[୩] ବିକାଶଶୀଳ ଦେଶମାନଙ୍କରେ developing world ଏହାର ମାସିକ ଖର୍ଚ୍ଚ ପ୍ରାୟ ୩.୨୭ରୁ ୯.୧୫ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଅମେରିକୀୟ ଡଲାର ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Efavirenz". The American Society of Health-System Pharmacists. Retrieved 28 November 2016.
- ↑ "WHO Model List of Essential Medicines (19th)" (PDF). World Health Organization. April 2015. Retrieved 6 December 2016.
- ↑ ୩.୦ ୩.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 62. ISBN 9781284057560.
- ↑ "Efavirenz". International Drug Price Indicator Guide. Retrieved 28 November 2016.[permanent dead link]