Jump to content

ହେମୋଫିଲିଆ ଏ

ଉଇକିପିଡ଼ିଆ‌ରୁ
Haemophilia A
Hemophilia A; classical hemophilia;[] factor VIII deficiency[]
Inherited in an X-linked manner (in majority of cases)
ବିଭାଗHaematology
ଲକ୍ଷଣEasy bruising and bleeding[]
କାରଣGenetic disorder[]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests (aPTT, factor VIII activity level)[]
ସଠିକ ରୋଗ ନିର୍ଣ୍ଣୟVon Willebrand disease, haemophilia B, haemophilia C, vitamin K deficiency]][][][]
ଚିକିତ୍ସାFactor VIII concentrate[]
PrognosisOften decreased life expectancy[]
ପୁନଃପୌନିକ1 in 5,000 newborn males[]

ହେମୋଫିଲିଆ ଏ ହେଉଛି ଏକ ରକ୍ତସ୍ରାବ ଜନିତ ରୋଗ ଯାହା ଜେନେଟିକ ପରିବର୍ତ୍ତନ ହେତୁ ଘଟିଥାଏ ।[] ଏହାର ଲକ୍ଷଣ ମଧ୍ୟରେ ସହଜ କ୍ଷତ ଏବଂ ରକ୍ତସ୍ରାବ ହୋଇପାରେ ।[] ରୋଗ ଜଟିଳ ହେଲେ ଗଣ୍ଠି କିମ୍ବା ମ ମସ୍ତିଷ୍କରେ ରକ୍ତସ୍ରାବ ହୋଇପାରେ ।[] ଗମ୍ଭୀରତା ଉପରେ ନିର୍ଭର କରି ନବଜାତ ଶିଶୁ ଏବଂ ବୟସ୍କ ମଧ୍ୟରେ ଏହି ରୋଗ ସ୍ପଷ୍ଟ ଜଣାଯାଇପାରେ ।[]

ଏହା ସାଧାରଣତଃ ଏକ ଉତ୍ତରାଧିକାରୀ ମ୍ୟୁଟେସନ ପରିବର୍ତ୍ତନ ହେତୁ ଘଟିଥାଏ, ଯାହା ଏକ ଏକ୍ସ- ସଂଯୁକ୍ତ ରିସେସ୍ସିଭ୍ ଢାଞ୍ଚାରେ ଘଟିଥାଏ ।[] ଏହି ନୁଆ ମ୍ୟୁଟେସନ ପରିବର୍ତ୍ତନ ହେତୁ ପ୍ରାୟ ଏକ ତୃତୀୟାଂଶ ମାମଲା ଘଟେ ।[] କ୍ୱଚିତ୍ ଏହା ଫ୍ୟାକ୍ଟର୍ ୮ ବିରୁଦ୍ଧରେ ଆଣ୍ଟିବଡି ଉତ୍ପାଦନ ହେତୁ ପରବର୍ତ୍ତୀ ଜୀବନରେ ହୋଇପାରେ ।[] ଅନ୍ତର୍ନିହିତ ପ୍ରଣାଳୀରେ ଫ୍ୟାକ୍ଟର୍ ୮ର ଅଭାବ ଅନ୍ତର୍ଭୁକ୍ତ ଯାହା କୋଆଗୁଲେସନ୍ କ୍ୟାସକେଡ୍‌ର ଏକ ଅଂଶ ।[] ଏପିଟିଟି ରକ୍ତ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ଫ୍ୟାକ୍ଟର ୮ କାର୍ଯ୍ୟକଳାପ ସକ୍ରିୟତା ସ୍ତର ନିଶ୍ଚିତ କରାଯାଇଥାଏ ।[] ଜଣେ ବ୍ୟକ୍ତିର ଫ୍ୟାକ୍ଟର୍ ସ୍ତର ଉପରେ ନିର୍ଭର କରି ଏହାକୁ ମୃଦୁ, ମଧ୍ୟମ ଏବଂ ଗମ୍ଭୀର, ଏହି ତିନି ଭାଗରେ ବିଭକ୍ତ କରାଯାଇଛି ।[]

ଏହାର ଚିକିତ୍ସାରେ ଫ୍ୟାକ୍ଟର ୮ କନସେଣ୍ଟ୍ରେଟ ସହିତ ରେକମ୍ବିନାଣ୍ଟ ଫ୍ୟାକ୍ଟର୍ ୮ ଉତ୍ପାଦନ ଗୁଡ଼ିକ ପ୍ରାୟ ସୁପାରିଶ କରାଯାଏ ।[] ରକ୍ତସ୍ରାବ ହେଉଥିଲେ ଏଗୁଡ଼ିକ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଇପାରେ ।[] ଡେସମୋପ୍ରେସିନ୍ (DDAVP) କିମ୍ବା ଆମିନୋକାପ୍ରୋଇକ ଏସିଡ ମଧ୍ୟ ବ୍ୟବହାର କରାଯାଇପାରେ ।[] [] ଫ୍ୟାକ୍ଟର୍ ୮ ଉପଲବ୍ଧ ନ ଥିଲେ ଫ୍ରେସ ଫ୍ରୋଜନ ପ୍ଲାଜମା କିମ୍ବା କ୍ରାୟୋପ୍ରେସିପିଟେଟ ବ୍ୟବହାର କରାଯାଇପାରେ ।[] ଯେଉଁମାନେ ଇନହିବିଟର ବିକଶିତ କରନ୍ତି, ରେକମ୍ବିନାଣ୍ଟ ଫ୍ୟାକ୍ଟର୍ ୭ଏ କିମ୍ବା ଏମିସିଜୁମାବ ହେଉଛି ବିକଳ୍ପ ।[] ଚିକିତ୍ସା ଉପଲବ୍ଧତା ସତ୍ତ୍ୱେ ଆୟୁଷ ପ୍ରାୟ ୩୦% କମିଯାଏ ।[]

ହେମୋଫିଲିଆ ଏ ପ୍ରାୟ ୫,୦୦୦ ନବଜାତ ପୁଅଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ ।[] ପୁରୁଷମାନେ ମୁଖ୍ୟତଃ ପ୍ରଭାବିତ ହୁଅନ୍ତି; ଯଦିଓ ଅଳ୍ପ କେତେକ ମହିଳା ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । [] ଏକ୍ସ- ସଂଯୁକ୍ତ ରିସେସ୍ସିଭ୍ ବ୍ୟାଧି ମଧ୍ୟରୁ ଏହା ସବୁଠାରୁ ସାଧାରଣ ଅଟେ ଏବଂ ହେମୋଫିଲିଆ ବି ଠାରୁ ୫ଗୁଣ ଅଧିକ ସାଧାରଣ ଅଟେ ।[] [] ପୁରୁଷମାନଙ୍କ ମଧ୍ୟରେ ଉତ୍ତରାଧିକାରୀ ରକ୍ତସ୍ରାବର ବର୍ଣ୍ଣନା ଅତି କମରେ ୧୦୦ ଦଶକରୁ ଆରମ୍ଭ ହୋଇଥିଲା ।[] ୧୮୦୦ ମସିହାରେ ଭେଷଜ ବର୍ଣ୍ଣନା ହୋଇଥିଲା ଓ ହେମୋଫିଲିଆ ଏ ଏବଂ ବି ଅଲଗା ହେବା ୧୯୪୭ ମସିହାରେ ଘଟିଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Hemophilia A - Symptoms, Causes, Treatment | NORD". rarediseases.org. Archived from the original on 2 May 2023. Retrieved 14 September 2023.
  2. ୨.୦ ୨.୧ ୨.୨ ୨.୩ ୨.୪ "Hemophilia A | NBDF". National Hemophilia Foundation (in ଇଂରାଜୀ). Archived from the original on 5 July 2023. Retrieved 14 September 2023.
  3. Salen, Philip; Babiker, Hani M. (2023). "Hemophilia A". StatPearls. StatPearls Publishing. Archived from the original on 16 September 2023. Retrieved 14 September 2023.
  4. ୪.୦ ୪.୧ ୪.୨ ୪.୩ ୪.୪ "Haemophilia A (Factor VIII Deficiency) information | Patient". Patient. Archived from the original on 27 June 2016. Retrieved 24 June 2016.
  5. ୫.୦ ୫.୧ "Estimating hemophilia prevalence and life expectancy | Canadian Blood Services". www.blood.ca (in ଇଂରାଜୀ). Archived from the original on 5 July 2022. Retrieved 14 September 2023.
  6. ୬.୦ ୬.୧ "Data & Statistics | Hemophilia | NCBDDD | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 1 August 2022. Archived from the original on 12 September 2023. Retrieved 14 September 2023.
  7. ୭.୦ ୭.୧ "History | NBDF". National Hemophilia Foundation (in ଇଂରାଜୀ). Archived from the original on 7 June 2023. Retrieved 14 September 2023.