ଦୀପକ ବାରିକ
ଦୀପକ ବାରିକ | |
---|---|
ଜନ୍ମ | ଦୀପକ ବାରିକ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରା |
ସକ୍ରିୟ ବର୍ଷ | ୨୦୧୧ରୁ-ଏବେଯାଏଁ |
ବୈବାହିକ-ସାଥୀ | ତନୁଜା (୨୦୧୮-ଏବେଯାଏଁ)[୧] |
ଦୀପକ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧] ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍ରେ ଅନେକ ଗୀତରେ ନୃତ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ଦୀପକ ବାରିକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍ର ନାୟକ ଭାରେ ଓଡ଼ିଆ ଆଲବମ୍ରେ ନୃତ୍ୟ କରିଥିଲେ । ଦୀପକ ୨୦୧୮ ମସିହାରେ ତାଙ୍କର ପ୍ରେମିକା ତନୁଜାଙ୍କୁ ବିବାହ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଦୀପକ ଓଡ଼ିଆ ଆଲବମ୍ ଜଗତରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଅନେକ ଲୋକପ୍ରିୟ ଆଲବମ୍ ଗୀତରେ ଦୀପକ ନୃତ୍ୟ କରିଥିଲେ । ସେ ଲିପି, ସୁଇଟ୍ ଭଳି ଅନେକ ଲୋକପ୍ରିୟ ଆଲବମ୍ ତାରକାଙ୍କ ସହ ମଧ୍ୟ ଅଭିନୟ କରିଥିଲେ । ଏହାପରେ ଦୀପକ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨]
ଏହାପରେ ଦୀପକ ଫ୍ୟାମିଲି ନମ୍ବର୍ ୱାନ୍, ଚାନ୍ଦ ନା ତମେ ତାରା, ସପନର ନାୟିକା[୩], ଆଖି ଖୋଲିଲେ ତୁ ତୁ ହି ତୁ, ତମେ ଥିଲେ ସାଥିରେ, ଗଳ୍ପ ନୁହେଁ ଅଳ୍ପ ଦିନର ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୪] ଦୀପକ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ସାର୍ଥକ ଟିଭିରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭ରେ ସାର୍ଥକର କାର୍ଯ୍ୟକ୍ରମ ରଜ କୁଇନ୍ରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୧ | ମନ ମୋର ପ୍ରଜାପତି | ଋଷି | ପ୍ରଥମ ଓଡ଼ିଆ କଥାଚିତ୍ର |
ଫ୍ୟାମିଲି ନମ୍ବର୍ ୱାନ୍ | |||
ମଥାରେ ଦେଇ ପାଟ ଓଢ଼ଣୀ | |||
୨୦୧୨ | ଚାନ୍ଦ ନା ତମେ ତାରା | ବାଦଲ | |
୨୦୧୩ | ସପନର ନାୟିକା | ମୋହନ | |
୨୦୧୪ | ତମେ ଥିଲେ ସାଥିରେ | ବାଦଲ ଦାସ | |
୨୦୧୫ | ଗଳ୍ପ ନୁହେଁ ଅଳ୍ପ ଦିନର | ଦୀପକ ମହାପାତ୍ର | |
୨୦୧୭ | ଆଖି ଖୋଲିଲେ ତୁ ତୁ ହି ତୁ | ||
ଟିକେ ଖରା ଟିକେ ଛାଇ | |||
୨୦୧୯ | ଜୋର୍ କା ଝଟ୍କା | ||
୨୦୨୧ | ମିଷ୍ଟର ରୋମିଓ | ||
ପଲ୍ ପଲ୍ ତତେ ଚାହେଁ | |||
୨୦୨୨ | ପାରିକରିବେ ଭୋଳାଶଙ୍କର | ||
ଯଥା ରାବଣସ୍ୟ ମନ୍ଦୋଦରୀ | |||
ବିଛାଗ୍ୟାଙ୍ଗ୍ | |||
- | ଆଇନା କେବେ ମିଛ କହେନା | ମୁକ୍ତିଲାଭ ଅପେକ୍ଷାରେ | |
ଏଇ ବୋଧେ ଭଲାପାଇବା | |||
କେମିତି ଭୁଲିବି ମୁଁ | |||
ହିଟ୍ଲର୍ | |||
ଅଟୋଗ୍ରାଫ୍ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଦୀପକଙ୍କ ଖୁସି". ସମାଜ. 25 February 2018. Retrieved 25 February 2018.[permanent dead link]
- ↑ "Ollywood Actor "Deepak" Biography & Film Career". ollywoodlife.com. Archived from the original on 4 March 2018. Retrieved 25 February 2018.
- ↑ "'ସପନ' ଯୋଡ଼ି". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା". sambad.in. 30 April 2018. Retrieved 6 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପକ ବାରିକ