Jump to content

ଭୃସଙ୍ଗ ଗଛ

ଉଇକିପିଡ଼ିଆ‌ରୁ
(Curry treeରୁ ଲେଉଟି ଆସିଛି)

ଭୃସଙ୍ଗ ଗଛ
Scientific classification Edit this classification
Kingdom: Plantae
Clade: Tracheophytes
Clade: Angiosperms
Clade: Eudicots
Clade: Rosids
Order: Sapindales
Family: Rutaceae
Genus: Bergera
Species:
B. koenigii
Binomial name
Bergera koenigii
Synonyms[]
  • Camunium koenigii (L.) Kuntze
  • Chalcas koenigii (L.) Kurz
  • Murraya koenigii (L.) Spreng.
  • Bergera siamensis (Craib) F.J.Mou
  • Chalcas siamensis (Craib) Tanaka
  • Murraya foetidissima Teijsm. & Binn.
  • Murraya siamensis Craib
  • Nimbo melioides Dennst.

ଭୃସଙ୍ଗ ଗଛ ବା ଭୁରୁସଙ୍ଗ ଗଛ ବା ଭୁରୁସୁଙ୍ଗା ଗଛ (Bergera koenigii) ହେଉଛି ରୁଟାସିଆ(Rutaceae) ବର୍ଗର ଏକ କ୍ରାନ୍ତିୟ ବୃକ୍ଷ ଯାହାର ଉତ୍ପତ୍ତିସ୍ଥଳ ଭାରତଶ୍ରୀଲଙ୍କାବୋଲି କୁହାଯାଏ।

ଏହା ଏକ ଋତୁପାତୀ, ସୁବାସିତ କ୍ଷୁଦ୍ର ବୃକ୍ଷ । ଏହା ୪ରୁ ୬ ମିଟର ଯାଏ ବଢ଼ିଥାଏ, କାଣ୍ଡର ପୃଷ୍ଠଭାଗ କୃଷ୍ଣବର୍ଣ୍ଣ । ପତ୍ରଗୁଡ଼ିକ ଯୌଗିକ । ପତ୍ରର ଊର୍ଦ୍ଧ୍ୱଭାଗ ମସୃଣ, ନିମ୍ନଭାଗ ଲୋମଶ ଓ ଗ୍ରନ୍ଥି ଯୁକ୍ତ । ଫୁଲ ଛୋଟ, ଧଳା । ପତ୍ର ସୁଗନ୍ଧଯୁକ୍ତ ଓ ବିଭିନ୍ନ ଭାବରେ ବ୍ୟବହୃତ । ବିଭିନ୍ନ ପ୍ରକାର ଖାଦ୍ୟପ୍ରସ୍ତୁତି କାଳରେ, ବାସନା ଓ ସୁଆଦିଆ କରିବା ପାଇଁ ବଘରା ବଘରୀରେ ଏହି ପତ୍ର ଛୁଙ୍କ ରୂପେ ବ୍ୟବହୃତ ହୋଇଥାଏ । ପତ୍ରଗୁଡ଼ିକ କେତେକାଂଶରେ ନିମ୍ବ ପତ୍ର ପରି ଦିଶୁଥିବାରୁ କେହି କେହି ଏହାକୁ ମିଠା ନିମ୍ବ ବୋଲି ମଧ୍ୟ କହିଥାନ୍ତି ।

ଛୋଟ ଫୁଲ ଗୁଡ଼ିକ ଧଳା ଓ ସୁଗନ୍ଧଯୁକ୍ତ ହୋଇଥାଏ
ପାଚିଲା ଓ କଞ୍ଚା ଫଳ
ଜଳପାଇଗୁଡ଼ି, ପଶ୍ଚିମବଙ୍ଗରୁ ତୋଳାଯାଇଥିବା ଏକ ଫଟୋଚିତ୍ର

ବିଭିନ୍ନ ନାମ

[ସମ୍ପାଦନା]

ଓଡ଼ିଆ ତଥା ବିଭିନ୍ନ ଭାରତୀୟ ଭାଷାରେ ଏହାକୁ ଭୁରୁସୁଙ୍ଗ।, ଭେର୍ସୁଙ୍ଗା ମସଲା ପତ୍ର, କରୀ ପତା, କରିଆ ପତ୍ର, ସୁରଭି, ଗିରି ନିମ୍ବ, କାରିଆ ପେଲା, କାଟିନମ, ବୋବ଼ାଲା, କାରେପେକୁ, କାରି ଭେପାକୁ; ଇଂରାଜୀ - curry tree ।

ଏହାର ନାମ ଉଦ୍ଭିଦ ବିଜ୍ଞାନୀ ଜୋହାନ କୋନିଗ(Johann Gerhard König)ଙ୍କୁ ମନେ ପକାଇଦିଏ।

ଉପଯୋଗ

[ସମ୍ପାଦନା]

ଔଷଧୀୟ

[ସମ୍ପାଦନା]

ଆୟୁର୍ବେଦ ମତରେ ଏହାର ପତ୍ର ଏକ ପ୍ରକାରର ଔଷଧ। ଏଥିରେ ମଧୁମେହ ପ୍ରତିରୋଧକ ଶକ୍ତି ରହିଛି ବୋଲି କୁହାଯାଏ। [][][]

  • କୋଲେଷ୍ଟରଲ କମାଇବାପାଇଁ ଏହାକୁ ରସୁଣ, ଦହି ଓ ମେଥି ସହିତ ପ୍ରୟୋଗ କରାଯାଏ।
  • ଉଚ୍ଚରକ୍ତଚାପ ଓ ମଧୁମେହରେ ଏହାର ଚଟଣୀ କାମରେ ଆସେ

ଅନ୍ୟାନ୍ୟ

[ସମ୍ପାଦନା]

ଭାରତୀୟ ବିଶେଷ କରି ଦକ୍ଷିଣ ଭାରତୀୟ, ପଶ୍ଚିମ ଭାରତୀୟ ଓ ଶ୍ରୀଲଙ୍କାର ରାନ୍ଧଣାରେ ଏହାର ବହୁଳ ପ୍ରୟୋଗ ହୋଇଥାଏ। ତରକାରୀ, ସମ୍ବର,ରସମ, କଢ଼ି, ଚଟଣୀ, ବରା, ପକୁଡ଼ି, ଭାତ ଓ ବିଭିନ୍ନ ଭଜାରେ ଏହା କାମରେ ଲାଗିଥାଏ। ସାଧାରଣତଃ ଏହାର ତଟକା ପତ୍ରକୁ ବ୍ୟବହାର କରାଯାଏ। ଶୁଖିଲା ପତ୍ରର ବାସ୍ନା ନିମ୍ନକୋଟିର ହୋଇଥାଏ।

କାମ୍ପୁଚିଆରେ ଏହାର ପତ୍ରକୁ ଭାଜି ଗୁଣ୍ଡକରି ସୁପ୍ରେ ପକାଇ ମାଜୁ କ୍ରୁଏଂଗ ନାମକ ବ୍ୟଂଜନ ପ୍ରସ୍ତୁତ କରାଯାଏ।

ତୁଳସୀ ପତ୍ର ଅଭାବରେ ଏହାର ପତ୍ରକୁ ହିନ୍ଦୁମାନେ ପୂଜାରେ ବ୍ୟବହାର କରିଥାନ୍ତି।

ଦ୍ରବ୍ୟ ଗୁଣ

[ସମ୍ପାଦନା]

ଭୁରୁସୁଙ୍ଗ। ପତ୍ରରେ ଲୌହ ଓ ଫେ।ଲିକ ଅମ୍ଳ (Folic Acid) ଉତ୍ତମ ପରିମାଣରେ ଥାଏ । ଶରୀର ପୁଷ୍ଟି ପାଇଁ ଏହା ହିତକାରୀ । ଆହୁରି ମଧ୍ୟ, ଏହି ପତ୍ର ଖାଦ୍ୟ ଜୀର୍ଣ୍ଣକାରକ ରୂପେ କାର୍ଯ୍ୟକରିଥାଏ । ଫେ।ଲିକ ଅମ୍ଳ ଗୋଟିଏ ଭିଟାମିନ "ବି" ( ଇ୯) ରହିଥାଏ। ଏହା ରକ୍ତରେ ଲୋହିତ ରକ୍ତ କଣିକା (red blood cells) ଗଠନରେ ସହାୟକ, କେତେକ ପ୍ରକାର କ୍ୟାନସର ରୋଗ ପ୍ରତିରୋଧକ,[] ଗର୍ଭଧାରଣ ପୂର୍ବରୁ ନାରୀର ଓ ମାତୃଗର୍ଭରେ ଭ୍ରୂଣର ଉତ୍ତମ ବୃଦ୍ଧିରେ ସହାୟକ ରୂପେ କାର୍ଯ୍ୟ କରିଥାଏ ।

  1. Plummer, J. (2021). "Curry Leaf, Murayya koenigii": e.T156236806A166564522. doi:10.2305/IUCN.UK.2021-2.RLTS.T156236806A166564522.en. {{cite journal}}: |access-date= requires |url= (help); Cite journal requires |journal= (help)
  2. "Murraya koenigii", Germplasm Resources Information Network (GRIN), Agricultural Research Service (ARS), United States Department of Agriculture (USDA) {{citation}}: Invalid |mode=CS1 (help)
  3. "Bergera koenigii L." Plants of the World Online. Kew Science. Retrieved 17 June 2025.
  4. Arulselvan P, Senthilkumar GP, Sathish Kumar D, Subramanian S (2006). "Anti-diabetic effect of Murraya koenigii leaves on streptozotocin induced diabetic rats". Pharmazie. 61 (10): 874–7. PMID 17069429. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  5. Rashmee Z Ahmed (30 September 2004). "Traditional diabetes remedy offers hope". Archived from the original on 2013-05-13. Retrieved 2013-04-29.
  6. Arulselvan P, Subramanian SP (2007). "Beneficial effects of Murraya koenigii leaves on antioxidant defense system and ultra structural changes of pancreatic beta-cells in experimental diabetes in rats". Chem Biol Interact. 165 (2): 155–64. doi:10.1016/j.cbi.2006.10.014. PMID 17188670. {{cite journal}}: Unknown parameter |month= ignored (help)
  7. Syam, Suvitha; Abdul, Ahmad Bustamam; Sukari, Mohd. Aspollah; Mohan, Syam; Abdelwahab, Siddig Ibrahim; Wah, Tang Sook (2011). "The Growth Suppressing Effects of Girinimbine on Hepg2 Involve Induction of Apoptosis and Cell Cycle Arrest". Molecules. 16 (8): 7155–70. doi:10.3390/molecules16087155. PMID 21862957.{{cite journal}}: CS1 maint: unflagged free DOI (link)

ବାହାର ସ୍ରୋତ

[ସମ୍ପାଦନା]