କ୍ଲୋଫାଜିମିନ
| Clinical data | |
|---|---|
| Trade names | Lamprene |
| Synonyms | N,5-bis(4-chlorophenyl)-3-(1-methylethylimino)-5H-phenazin-2-amine |
| AHFS/Drugs.com | monograph |
| MedlinePlus | a682128 |
| ATC code | |
| Pharmacokinetic data | |
| Elimination half-life | 70 days |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| ECHA InfoCard | 100.016.347 |
| Chemical and physical data | |
| Formula | C27H22Cl2N4 |
| Molar mass | 473.396 g/mol |
| 3D model (JSmol) | |
| |
| |
| | |
କ୍ଲୋଫାଜିମିନ (ଇଂରାଜୀ ଭାଷାରେ Clofazimine, ବିକ୍ରୟ ନାମ ଲାମ୍ପ୍ରିନ/Lamprene) ଏକ ଔଷଧ ଯାହା କୁଷ୍ଠ ରୋଗ ଚିକିତ୍ସା ନିମନ୍ତେ ରିଫାମ୍ପିସିନ ଓ ଡାପ୍ସୋନ୍ ସହିତ ଦିଆଯାଏ ।[୧] ଏହା ବିଶେଷତଃ ମଲ୍ଟିବ୍ୟାସିଲାରି (ଏମବି/MB) କୁଷ୍ଠ ଓ ଏରିଦେମା ନୋଡୋସମ ଲେପ୍ରୋସମ (erythema nodosum leprosum) ରୋଗରେ ବ୍ୟବହାର କରାଯାଏ ।[୨] ଅନ୍ୟାନ୍ୟ ରୋଗମାନଙ୍କରେ ଏହାର ବ୍ୟବହାର ବିଷୟରେ ଯଥେଷ୍ଟ ପ୍ରମାଣ ମିଳୁନି । ଏହା ପାଟିରେ ଦିଆଯାଏ ।[୧]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଗଲୁ, ଶୁଷ୍କ ଚର୍ମ ଓ ଚମର ରଙ୍ଗ ପରିବର୍ତ୍ତନ ଇତ୍ୟାଦି ଲକ୍ଷଣ ଦେଖାଯାଏ । [୧] ଆଉ ମଧ୍ୟ ଅଧିକ ରକ୍ତ ଶର୍କରା (increased blood sugar), ସୂର୍ଯ୍ୟାଲୋକ ପ୍ରତି ସମ୍ବେଦନଶୀଳ ଓ ପରିପାକ ନଳୀର (gastrointestinal tract) ଆସ୍ତରଣ ଫୁଲିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ନୁହେଁ । ଏହା ଏକ ପ୍ରକାର ଫିନାଜିନ ଡାଇ (phenazine dye) ଓ ଡିଏନଏ (DNA) ତିଆରିରେ ବାଧା ସୃଷ୍ଟି କରେ ।[୧]
ସନ ୧୯୮୬ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଚିକିତ୍ସାର କ୍ରୟ ମୂଲ୍ୟ ପ୍ରାୟ ୨୪ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନି, କିନ୍ତୁ ୟୁସ ଡିପାର୍ଟମେଣ୍ଟ ଅଫ ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସେସ (US Department of Health and Human Services) ସଂସ୍ଥାରେ ମିଳେ । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Clofazimine". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 132. ISBN 9789241547659. Retrieved 8 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Clofazimine". International Drug Price Indicator Guide. Retrieved 8 December 2016.[permanent dead link]