କ୍ଲୋଫାଜିମିନ

ଉଇକିପିଡ଼ିଆ‌ରୁ
କ୍ଲୋଫାଜିମିନ
Structural formula of clofazimine
Space-filling model of the clofazimine molecule
Clinical data
Trade namesLamprene
SynonymsN,5-bis(4-chlorophenyl)-3-(1-methylethylimino)-5H-phenazin-2-amine
AHFS/Drugs.commonograph
MedlinePlusa682128
ATC code
Pharmacokinetic data
Elimination half-life70 days
Identifiers
  • N,5-bis(4-chlorophenyl)-3-(propan-2-ylimino)-3,5-dihydrophenazin-2-amine
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.016.347 Edit this at Wikidata
Chemical and physical data
FormulaC27H22Cl2N4
Molar mass473.396 g/mol
3D model (JSmol)
  • CC(C)/N=c/1\cc-2n(c3ccccc3nc2cc1Nc4ccc(cc4)Cl)c5ccc(cc5)Cl
  • InChI=1S/C27H22Cl2N4/c1-17(2)30-24-16-27-25(15-23(24)31-20-11-7-18(28)8-12-20)32-22-5-3-4-6-26(22)33(27)21-13-9-19(29)10-14-21/h3-17,31H,1-2H3 ☒N
  • Key:WDQPAMHFFCXSNU-UHFFFAOYSA-N ☒N
 ☒NcheckY (what is this?)  (verify)

କ୍ଲୋଫାଜିମିନ (ଇଂରାଜୀ ଭାଷାରେ Clofazimine, ବିକ୍ରୟ ନାମ ଲାମ୍ପ୍ରିନ/Lamprene) ଏକ ଔଷଧ ଯାହା କୁଷ୍ଠ ରୋଗ ଚିକିତ୍ସା ନିମନ୍ତେ ରିଫାମ୍ପିସିନଡାପ୍‌ସୋନ୍ ସ‌ହିତ ଦିଆଯାଏ ।[୧] ଏହା ବିଶେଷତଃ ମଲ୍ଟିବ୍ୟାସିଲାରି (ଏମ‌ବି/MB) କୁଷ୍ଠ ଓ ଏରିଦେମା ନୋଡୋସମ ଲେପ୍ରୋସମ (erythema nodosum leprosum) ରୋଗରେ ବ୍ୟବ‌ହାର କରାଯାଏ ।[୨] ଅନ୍ୟାନ୍ୟ ରୋଗମାନଙ୍କରେ ଏହାର ବ୍ୟବ‌ହାର ବିଷୟରେ ଯଥେଷ୍ଟ ପ୍ରମାଣ ମିଳୁନି । ଏହା ପାଟିରେ ଦିଆଯାଏ ।[୧]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଗଲୁ, ଶୁଷ୍କ ଚର୍ମ ଓ ଚମର ରଙ୍ଗ ପରିବର୍ତ୍ତନ ଇତ୍ୟାଦି ଲକ୍ଷଣ ଦେଖାଯାଏ । [୧] ଆଉ ମଧ୍ୟ ଅଧିକ ରକ୍ତ ଶର୍କରା (increased blood sugar), ସୂର୍ଯ୍ୟାଲୋକ ପ୍ରତି ସମ୍ବେଦନଶୀଳ ଓ ପରିପାକ ନଳୀର (gastrointestinal tract) ଆସ୍ତରଣ ଫୁଲିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ନୁହେଁ । ଏହା ଏକ ପ୍ରକାର ଫିନାଜିନ ଡାଇ (phenazine dye) ଓ ଡିଏନଏ (DNA) ତିଆରିରେ ବାଧା ସୃଷ୍ଟି କରେ ।[୧]

ସନ ୧୯୮୬ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଚିକିତ୍ସାର କ୍ରୟ ମୂଲ୍ୟ ପ୍ରାୟ ୨୪ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନି, କିନ୍ତୁ ୟୁସ ଡିପାର୍ଟମେଣ୍ଟ ଅଫ ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସେସ (US Department of Health and Human Services) ସଂସ୍ଥାରେ ମିଳେ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Clofazimine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 132. ISBN 9789241547659. Retrieved 8 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Clofazimine". International Drug Price Indicator Guide. Retrieved 8 December 2016.[permanent dead link]