Jump to content

ଚଉତିଶା

ଉଇକିପିଡ଼ିଆ‌ରୁ
(Chautisaରୁ ଲେଉଟି ଆସିଛି)

ଚଉତିଶା ପୁରାତନ ଭାରତରେ ରଚିତ ଏକ ବିଶେଷ ପ୍ରକାର ଗୀତି କବିତା ସାହିତ୍ୟକୁ ବୁଝାଇଥାଏ । ଏହା ଓଡ଼ିଆ, ଅସିମୀୟା, ମୈଥିଳିବଙ୍ଗଳା ଭାଷାରେ ଅଞ୍ଚଳଭେଦରେ ରଚିତ ହୋଇଥିଲା । ଚଉତିଶା ଶୈଳୀରେ ଗୋଟିଏ ଗୀତରେ ବର୍ଣ୍ଣମାଳାର ୩୪ଟି ଅକ୍ଷରକୁ ୨୪ଟି ପଦ ରଚନା କରାଯାଇଥାଏ । ପ୍ରତ୍ୟେକ ପଦର ସମସ୍ତ ଧାଡ଼ି ଗୋଟିଏ ଅକ୍ଷରରେ ଆରମ୍ଭ ହୋଇଥାଏ ।

ରଚନା ଶୈଳୀ

[ସମ୍ପାଦନା]

କଠାରୁ କ୍ଷ ଯାଏଁ ବ୍ୟଞ୍ଜନ ବର୍ଣ୍ଣରେ ଚଉତିଶା ରଚିତ ହୋଇଥାଏ । ଚଉତିଶାର ଗୋଟିଏ ପଦ ବା ଗୋଟିଏ ପାଦରେ ଆଦି ବର୍ଣ୍ଣ ଗୋଟିଏ କ୍ରମରେ କଠାରୁ କ୍ଷ ପର୍ଯ୍ୟନ୍ତ ବର୍ଣ୍ଣମାଳାରେ ଆବଦ୍ଧ ହୋଇଥାଏ । ତେବେ କେତେକ ଜାଗାରେ ବ୍ୟତିକ୍ରମ ମଧ୍ୟ ଦେଖିବାକୁ ମିଳିଥାଏ । ବେଳେ ବେଳେ ବଦଳରେ କ୍ଷ ବ୍ୟବହାର ହୋଇଥିବାର ନଜିର ମିଳିଥାଏ । ସେହିପରି ବଦଳରେ , ବଦଳରେ କ୍ଷ, , ବଦଳରେ ବ୍ୟବହାର ହୋଇଥାଏ । ପୁରାତନ ଓଡ଼ିଆ ଚଉତିଶାରେ, ପୁଣି , , ବ୍ୟବହାରରେ କିଛି ନିର୍ଦ୍ଦିଷ୍ଟତା ନଥାଏ । କବିମାନେ ନିଜ ମନ ମୁତାବକ ତିନିଗୋଟି ଓ ଦୁଇଗୋଟି ଜର ବ୍ୟବହାର କରିଥାନ୍ତି । ଯେପରି-

ଳଲୋକଙ୍କର ବୋଲି ଧଇଲେ ମୁରାରି ।
କ୍ଷଣକ ଭାବ ତାଙ୍କର ମୁରୁଛି ନପାରି ॥

-କୃଷ୍ଣକଳା ଚଉତିଶା

ଇତିହାସ

[ସମ୍ପାଦନା]

ଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ ।
ରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ ॥
 
ସିପଡୁଛି କି ଆକାଶୁ କି ଏ ଗଙ୍ଗାଯମୁନା ।
ଖୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା ॥

ପୁରାତନ ଓଡ଼ିଆ ଭାଷା ଓ ସାହିତ୍ୟରେ ଅନେକ ଚଉତିଶା ରଚିତ ହୋଇଥିଲା । ଏଯାବତ ଏହାର ସମ୍ଭାର କଳନା କରାଯାଇପାରିନାହିଁ । ଏଥିରୁ ଓଡ଼ିଆ ଗୀତିସାହିତ୍ୟ ଓ ଛାନ୍ଦ ସାହିତ୍ୟର ଉଦ୍ଭବ ହୋଇଛି । ଚଉତିଶା ରଚନା ଏକ ଆଳଙ୍କରିକ ରଚନା । କଠାରୁ କ୍ଷ ପର୍ଯ୍ୟନ୍ତ ୩୪ଟି ବ୍ୟଞ୍ଜନ ବର୍ଣ୍ଣର ଆଦିକ୍ରମରେ ରଚିତ ହୋଇଥିବା କବିତା ଚଉତିଶା ନାମରେ ନାମିତ ।

କେହି କେହି ଓଡ଼ିଆ କବି ଓଲଟ ଚଉତିଶା ମଧ୍ୟ ରଚନା କରିଥିବାର ଦେଖିବାକୁ ମିଳିଥାଏ । ଏହା 'କ୍ଷ'ରୁ ଆରମ୍ଭ ହୋଇ 'କ'ରେ ଶେଷ ହୋଇଥାଏ । ଅନ୍ଧକବି ଭୀମ ଭୋଇ ଏହି ପରି କେତେକଚଉତିଶ ରଚନା କରିଥିଲେ । ପ୍ରାଚୀ ସମିତି ପ୍ରକାଶିତ 'ଚଉତିଶା ମଧୁଚକ୍ର'ରେ ଏହି ପରି କେତେ ଗୋଟି ଚଉତିଶା ଦେଖିବାକୁ ମିଳିଥାଏ । [୨] ବହୁ ଚଉତିଶା ଏଯାବତ ପ୍ରକାଶ ଲାଭ କରିନଥିବାରୁ ଏସବୁ କାଳ ନିରୂପଣ କରାଯାଇପାରିନାହିଁ । ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଚଉତିଶା ଲୋକପ୍ରିୟତା ହାସଲ କରିଥିଲା । ଏମାନଙ୍କ ମଧ୍ୟରେ କଳସା ଚଉତିଶା, କୋଇଲି ଚଉତିଶା ଆଦି ପ୍ରଧାନ । ପ୍ରାଚୀ ଓଡ଼ିଆ କାବ୍ୟମାନଙ୍କରେ ବିଭିନ୍ନ କବିତାର ବାଣୀ ବା ବୃତ୍ତର ବର୍ଣ୍ଣନା ରହିଛି । ଯେପରି ଆଷାଢ଼ ଶୁକ୍ଳ, ମୁନିବର ବାଣୀ ଆଦି, କିନ୍ତୁ ଏହି ସବୁ ରଚନା ଆଜି ଯାଏଁ ମିଳିନାହିଁ । ଏହି ଚଉତିଶାମାନଙ୍କର ସଂଖ୍ୟା ୧୦୦୦ରୁ ଅଧିକ ହେବ ।

ପ୍ରକାର

[ସମ୍ପାଦନା]

ସନ୍ଦେଶମୂଳକ ଚଉତିଶା

[ସମ୍ପାଦନା]

ଓଡ଼ିଆରେ ଅନେକ ଦୂତ ବା ସନ୍ଦେଶମୂଳକ ସାହିତ୍ୟ ରଚିତ ହୋଇଥିଲା । କୋଇଲି ଚଉତିଶା, କାଦମ୍ବିନୀ ଚଉତିଶାଚିଟାଉ ଚଉତିଶା (ଉପେନ୍ଦ୍ର ଭଞ୍ଜ) ଆଦି ଏଥିମଧ୍ୟରୁ ପ୍ରଧାନ ।

ଜଣାଣ ବା ସ୍ତୁତିମୂଳକ ଚଉତିଶା

[ସମ୍ପାଦନା]

ଓଡ଼ିଆରେ ବହୁ ପୁରୁଣା ଜଣାଣ ରହିଛି ଯାହା ଆଧାରରେ ଏବେ ମଧ୍ୟ କବିମାନେ ଜଣାଣ ରଚୁଆଛନ୍ତି । ଏହି ଜଣାଣ ଏବଂ ଚଉତିଶା ମଧ୍ୟରେ ଜଗବନ୍ଧୁ ଜଣାଣ (ସାଧୁ), ରାମଚନ୍ଦ୍ର ଜଣାଣ (ଭୋବନି), ସର୍ପ ଜଣାଣ (କବିସୂର୍ଯ୍ୟ ବଳଦେବ ରଥ) ଓ ଆର୍ତ୍ତତ୍ରାଣ ଚଉତିଶା (ଭକ୍ତକବି ଦୀନକୃଷ୍ଣ) ଆଦି ପ୍ରହନ ଅଟେ । ଉଲ୍ଲେଖଯୋଗ୍ୟ ଯେ ଜଣାଣ ଓ ଚଉତିଶା ଉଭୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି ।

ଶୃଙ୍ଗାର ମିଳନ ଓ ବିରହମୂଳକ ଚଉତିଶା

[ସମ୍ପାଦନା]

ପୁରାତନ ଓଡ଼ିଆ ସାହିତ୍ୟରେ ମିଳନ ଓ ବିରହମୂଳକ ଅନେକ ଚଉତିଶା ଦେଖିବାକୁ ମିଳିଥାଏ । ଏଥିରେ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନା ଦେଖାଯାଇଥାଏ । କାବ୍ୟଯୁଗରେ ଏହି ପରି ଅନେକ ଚଉତିଶା ଲେଖାଯାଇଥିଲା । ରାଧାକୃଷ୍ଣ ମିଲନ ଚଉତିଶା (ସୁଦର୍ଶନ ପଟ୍ଟନାଏକ), ରାଧାବିରହ ଚଉତିଶା (କେଶବ), ଶୀତବିଚ୍ଛେଦ ଚଉତିଶା (ପରମାନନ୍ଦ), ଅନୁରାଗ ରତ୍ନାକର ଚଉତିଶା (ଦୀନକୃଷ୍ଣ ଦାସ), ପ୍ରେମଚିନ୍ତାମଣି (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା), ମଥୁରା ବିଜେ ଚଉତିଶା (ଗୋପୀନାଥ), କୃଷ୍ଣବିରହ ଚଉତିଶା (ଗୋପଜୀବନ) ଓ ଗୋକୁଳ ନରେନ୍ଦ୍ରଙ୍କର କୃଷ୍ଣବିରହ ଚଉତିଶା ଏହି ଶ୍ରେଣୀର ।

ବର୍ଣ୍ଣନାମୂଳକ ଚଉତିଶା

[ସମ୍ପାଦନା]

ଏହୀ ପୌରଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣାର ବର୍ଣ୍ଣନା କରାଯାଇଥାଏ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ୟାମଙ୍କର କୁସୁମିତ ଚୂତ କୁଞ୍ଜ ଚଉତିଶା, ନରସିଂହ ସେଣଙ୍କର କୁସୁମ ସମୟ କାଳେ (ଇନ୍ଦୁମତୀ ସ୍ୱୟମ୍ବର ବର୍ଣ୍ଣନା), ଦନାଇ ଦାସ (ଜନାର୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ୱିଜ ଶ୍ରୀଧରଙ୍କର ଗୁଣ୍ଡିଚାବିଜେ ଚଉତିଶା ଆଦି ପ୍ରଧାନ ।

ଆଳଙ୍କାରିକ ଚଉତିଶା

[ସମ୍ପାଦନା]

ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଅଳଙ୍କାରିକ ତଥା କାବ୍ୟତତ୍ତ୍ୱ ନାନାଦି ବିଷୟକୁ ନେଇ ଚଉତିଶା ଲେଖାଯାଇଅଛି । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀମାନଙ୍କର ନାନା ବିଭାଗରେ ସ୍ୱାଧିନଭର୍ତ୍ତୃକା, ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକାମାନଙ୍କ କଥା ବଖଣାଯାଇଅଛି । ଲୋକନାଥ ଦାସଙ୍କ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏହି ଶ୍ରେଣୀର ।

ଶ୍ଳୋକ ବା ବିଳାପମୂଳକ ଚଉତିଶା

[ସମ୍ପାଦନା]

ଏହି ପ୍ରକାରର ଚଉତିଶାର ସଂଖ୍ୟା ଅନେକ । ଏହି ସବୁ କରୁଣ ରସ ପ୍ରଧାନ ଓ ଓଡ଼ିଶାର ଗାଉଁଲି ଜୀବନ ଓ ସାହିତ୍ୟରେ ପ୍ରଧାନ ସାହିତ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିଅଛି । କବି ରଘୁନାଥଙ୍କର କୌଶଲ୍ୟା ବିଳାପ ଚଉତିଶା, ହଋମାତଙ୍କର କାନ୍ଦି କହେ ନନ୍ଦରାଣୀ ଓ ମୁକୁନ୍ଦ ରଚିତ କରେ କୋଦଣ୍ଡ ଚଉତିଶା ଏହି ଶ୍ରେଣୀର ରଚନା ଅଟେ ।

ବ୍ରହ୍ମଜ୍ଞାନମୂଳକ ଚଉତିଶା

[ସମ୍ପାଦନା]

ଓଡ଼ିଶାରେ ଜ୍ଞାନମିଶ୍ର ସନ୍ଥକବିମାନେ ଅନେକ ବ୍ରହ୍ମଜ୍ଞାନ ମୂଳକ ଚଉତିଶା ଲେଖିଯାଇଅଛନ୍ତି । ଗାଁ ଗହଳିରେ ଅତି ସାଧାରଣ ସ୍ତରରେ ଶରୀର ଭେଦ ବା ବ୍ରହ୍ମଜ୍ଞାନମୂଳକ ଚଉତିଶାଗୁଡ଼ିକ ଭଜନ ମାଧ୍ୟମରେ ଗୀତ ଓ ଆଲୋଚିତ ହୋଇଥାଏ । ଏହି ସବୁ ଚଉତିଶା ଶରୀର ଭେଦ ଚଉତିଶା ନାମରେ କଥିତ । ଶିଶୁବେଦ ଚଉତିଶା (ଅଜଣା କବି), ଦ୍ୱରିକ ଦାସଙ୍କ ବାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା, ଜଗନ୍ନାଥ ଦାସଙ୍କ କମଳ କେଶର ଚଉତିଶା, ହଋଦାସଙ୍କର ଗୋପୀଜ୍ଞାନ ଚଉତିଶା, ନନ୍ଦା ଅରକ୍ଷିତଙ୍କର ରସବ୍ରହ୍ମ ଚଉତିଶା, ପରସୁରମ ଦାସଙ୍କର କହୁଅଛି ମୁଁ ଯେ ମନକୁ ଆଦି ଚଉତିଶା ଏହି ଶ୍ରେଣୀର ।

ବୈରାଗମୂଳକ ଚଉତିଶା

[ସମ୍ପାଦନା]

ନଶ୍ୱରତା ଓ ବୈରାଗ ପରାୟଣତାକୁ ନେଇ ପ୍ରାଚୀନ ସାହିତ୍ୟରେ ଅନେକ ଛୋଟ ବଡ଼ କବିତା ରଚିତ ହୋଇଥିଲା । ଏହିପ୍ରକାର ଚଉତିଶା ଭିତରୁ ଭକ୍ତଚରଣ ଦାସଙ୍କ ମନବୋଧ ଚଉତିଶା ପ୍ରଧାନ । ହରିଦାସଙ୍କର କହିଲି ମତେ ନ ବୁଝିଲୁ ମାନଦୀ ଏହି ଶ୍ରେଣୀର ।

ଏହି ସବୁ ପ୍ରଧାନ ବିଭାଗକୁ ଛାଡ଼ି ଆହୁରି ଅନେକ ବିଷୟରେ ଅନେକ ବିଷୟରେ ଚଉତିଶା ଲେଖାଯାଇଛି । ପୁରାତନ ଓଡ଼ିଆ ଗଣିତଶାସ୍ତ୍ରରେ ଅନେକ ଗଣିତସୂତ୍ର, ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗଣନା ସମ୍ବନ୍ଧୀୟ ବର୍ଣ୍ଣନା, କାମଶାସ୍ତ୍ର, ବୈଦ୍ୟଶାସ୍ତ୍ରରେ ଅନେକ ବିଷୟ ଚଉତିଶା ଭାବରେ ଲେଖାଯାଇଥିଲା । ଏହା ଛଡ଼ା ଶାଶୁବୋହୁ ଛଟା ଓ ଉପଦେଶମୂଳକ ଅନେକ ଚଉତିଶା ରଚିତ ହୋଇଥିଲା । ପୁରାତନ ଓଡ଼ିଆ ସାହିତ୍ୟରେ ଚଉତିଶାକୁ ପୁରୋଭାଗରେ ରଖାଯାଇଥାଏ । ଏହା ଏକ ବିଶାଳ ଗୀତିସାହିତ୍ୟ ଅଟେ । ଚଉତିଶାର ସମକକ୍ଷ ସାହିତ୍ୟ ହେଉଛି ଚଉପଦୀ ।