କାପେସାଇଟାବିନ
Clinical data | |
---|---|
Pronunciation | /kæpɪˈsaɪtəbin/ |
Trade names | Xeloda, others |
AHFS/Drugs.com | monograph |
MedlinePlus | a699003 |
Pregnancy category | |
Routes of administration | by mouth |
Drug class | chemotherapy agent |
ATC code | |
Legal status | |
Legal status | |
Pharmacokinetic data | |
Bioavailability | Extensive |
Protein binding | < 60% |
Metabolism | liver, to 5'-DFCR, 5'-DFUR (inactive); neoplastic tissue, 5'-DFUR to active fluorouracil |
Elimination half-life | 38–45 minutes |
Excretion | kidney (95.5%), faecal (2.6%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.112.980 |
Chemical and physical data | |
Formula | C15H22FN3O6 |
Molar mass | 359.35 g/mol |
3D model (JSmol) | |
| |
| |
(verify) |
କାପେସାଇଟାବିନ (ଇଂରାଜୀ ଭାଷାରେ Capecitabine, ବିକ୍ରୟ ନାମ ଜେଲୋଡା/Xeloda) ଏକ କେମୋଥେରାପି ଔଷଧ (chemotherapy medication) ଯାହା ସ୍ତନ କର୍କଟ, ପାକସ୍ଥଳୀ କର୍କଟ (gastric cancer) ଓ ବୃହଦନ୍ତ୍ର-ମଳାଶୟ କର୍କଟ ।[୧] ସ୍ତନ କର୍କଟ ରୋଗରେ ଏହା ସହିତ ଡୋସେଟାକସେଲ (docetaxel) ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ ।[୨]
କାପେସାଇଟାବିନର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ପେଟ ଯନ୍ତ୍ରଣା, ବାନ୍ତି, ତରଳ ଝାଡ଼ା, ଦୂର୍ବଳତା ଓ ରାସ ଭଳି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions), ହୃତ୍ପିଣ୍ଡ ସମସ୍ୟା ଓ ସ୍ୱଳ୍ପ ରକ୍ତ କଣିକା (low blood cell counts) ହୋଇପାରେ । ବୃକ୍କ ସମସ୍ୟା (kidney problems) ଥିବା ଲୋକଙ୍କୁ ଏହା ଦେବା ସମିଚୀନ ନୁହେଁ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । ଦେହରେ କାପେସାଇଟାବିନ ପରିବର୍ତ୍ତିତ ହୋଇ ୫-ଫ୍ଲୋରୋୟୁରାସିଲ (5-fluorouracil ବା 5-FU) ହେବା ପରେ କାର୍ଯ୍ୟକ୍ଷମ ହୁଏ । [୨]
କାପେସାଇଟାବିନ ସନ ୧୯୯୨ରେ ପେଟେଣ୍ଟ ହେବାପରେ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ନିର୍ଦ୍ଦିଷ୍ଟ ସମୟ ଅବଧି ଡୋଜର ହୋଲସେଲ ମୂଲ୍ୟ ୧୨୨.୬୪ରୁ ୧୯୫.୬୬ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହି ଅବଧିର ଔଷଧ ମୂଲ୍ୟ ପ୍ରାୟ ୨୧୦.୬୭ ପାଉଣ୍ଡ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ମୂଲ୍ୟ ପ୍ରାୟ ୧,୮୯୬.୦୦ ଆମେରିକୀୟ ଡଲାର ଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ British national formulary : BNF 69 (69 ed.). British Medical Association. 2015. p. 585, 588. ISBN 9780857111562.
- ↑ ୨.୦ ୨.୧ "Capecitabine". The American Society of Health-System Pharmacists. Retrieved 8 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 511. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Capecitabine". International Drug Price Indicator Guide. Archived from the original on 25 January 2020. Retrieved 8 December 2016.
- ↑ "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 19 December 2016.