ଡୋସେଟାକସେଲ
| Clinical data | |
|---|---|
| Trade names | Taxotere, Docecad, others |
| AHFS/Drugs.com | monograph |
| MedlinePlus | a696031 |
| Pregnancy category |
|
| Routes of administration | IV |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | NA |
| Protein binding | >98% |
| Metabolism | Hepatic |
| Elimination half-life | 86 hours |
| Excretion | Biliary |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.129.246 |
| Chemical and physical data | |
| Formula | C43H53NO14 |
| Molar mass | 807.879 g/mol |
| 3D model (JSmol) | |
| |
| |
| | |
ଡୋସେଟାକସେଲ (ଇଂରାଜୀ ଭାଷାରେ Docetaxel, ବିକ୍ରୟ ନାମ ଟାକ୍ସୋଟିଅର/Taxotere) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗର ଚିକିତ୍ସାରେ ଦିଆଯାଏ ।[୧] ଉକ୍ତ ରୋଗମାନଙ୍କର ନାମ ଯଥାକ୍ରମେ ସ୍ତନ କର୍କଟ, ମୁଣ୍ଡ ଓ ବେକ କର୍କଟ, ପାକସ୍ଥଳୀ କର୍କଟ, ପ୍ରୋସ୍ଟେଟ କର୍କଟ ଓ ନନ୍ ସ୍ମଲ-ସେଲ ଫୁସଫୁସ କର୍କଟ (non small-cell lung cancer) । [୨] ଏହି ଔଷଧ ଏକକ ଭାବରେ ବା ଅନ୍ୟ କେମୋଥେରାପି ଔଷଧ ସହିତ ଦିଆଯାଇପାରେ । ଏହା ଶିରାଭ୍ୟନ୍ତର ଧୀର ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[୧]
ଡୋସେଟାକସେଲର ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ (hair loss), ସାଇଟୋପିନିଆ (low blood cell counts), କାଲୁଆ ଅନୁଭବ, ଅଣନିଶ୍ୱାସୀ, ବାନ୍ତି (vomiting) ଓ ପେଶୀ ଯନ୍ତ୍ରଣା ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଭବିଷ୍ୟତରେ କର୍କଟ ରୋଗ ହୋଇପାରେ । ଯକୃତ ସମସ୍ୟା (liver problems) ଥିବା ରୋଗୀଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହେବା ସମ୍ଭାବବା ଅଧିକ ଥାଏ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁପ୍ରତି ହାନୀକାରକ ହୋଇପାରେ ।[୧] ଏହା ଟାକସେନ (taxane) ଶ୍ରେଣୀର ଏକ ଔଷଧ ।[୩] ମାଇକ୍ରୋଟ୍ୟୁବ୍ୟୁଲର (microtubules) ସାଧାରଣ କର୍ମରେ ବାଧା ସୃଷ୍ଟି କରି ଏହା ଜୀବକୋଷ ବିଭାଜନକୁ (cell division) ବନ୍ଦ କରିଦେଇ କାର୍ଯ୍ୟକ୍ଷମ ହୁଏ ।[୧]
ସନ ୧୯୮୬ରେ ଡୋସେଟାକସେଲ ପେଟେଣ୍ଟ ହେଲା ପରେ ସନ ୧୯୯୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଡୋସେଟାକସେଲ ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୮୦ ମି:ଗ୍ରା: ଭାଏଲର ମୁଲ୍ୟ ୧୫.୫୩ରୁ ୮୭.୩୭ ଆମେରିକୀୟ ଡଲାର ।[୬] ଏହି ପରିମାଣର ଔଷଧର ମୂଲ୍ୟ ୪୫୪.୫୩ ପାଉଣ୍ଡ । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Docetaxel". The American Society of Health-System Pharmacists. Retrieved 8 December 2016.
- ↑ "FDA Approval for Docetaxel". National Cancer Institute. Archived from the original on 21 December 2016. Retrieved 21 December 2016.
- ↑ ୩.୦ ୩.୧ British national formulary : BNF 69 (69 ed.). British Medical Association. 2015. p. 622. ISBN 9780857111562.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 512. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Docetaxel". International Drug Price Indicator Guide. Retrieved 8 December 2016.[permanent dead link]