ବିରାଜ ଦାଶ
ବିରାଜ ଦାଶ | |
---|---|
ଜନ୍ମ | |
ମୃତ୍ୟୁ | ୨୫ ମଇ ୨୦୨୨ | (ବୟସ ୬୨)
ମୃତ୍ୟୁର କାରଣ | କର୍କଟ |
ବୃତ୍ତି(ସମୂହ) | ଅଭିନେତା (ଓଡ଼ିଆ) କାହାଣୀକାର |
ସକ୍ରିୟ ବର୍ଷ | ୧୯୭୯ - ୨୦୨୨ |
ବୈବାହିକ-ସାଥୀ | ବିନିତା ତ୍ରିପାଠୀ |
ବିରାଜ ଦାଶ (୧୫ ଜୁନ ୧୯୫୯ - ୨୫ ମଇ ୨୦୨୨) ଜଣେ ଓଡ଼ିଆ ଅଭିନେତା ଥିଲେ ଯିଏକି ଓଡ଼ିଆ ନାଟକ, ରେଡିଓ ନାଟକ, ଧାରାବାହିକ, ଟେଲିଫିଲ୍ମ ଏବଂ କଥାଚିତ୍ରରେ ଅଭିନୟ କରୁଥିଲେ । ସେ କିଛି ହିନ୍ଦୀ ଧାରାବାହିକ ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ସେ ମଞ୍ଚ ନାଟକରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା ଭାଗବତ ଟୁଙ୍ଗୀ, ଯାହାକି ଦୂରଦର୍ଶନ ସମ୍ବଲପୁରଦ୍ୱାରା ପ୍ରସାରିତ ହୋଇଥିଲା । ପରବର୍ତ୍ତୀ ସମୟର ସେ ମା’ ପରି କିଏ ହେବ, ଯା’ଦେବୀ ସର୍ବଭୂତେଷୁ’, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର, ଗୋଲାମ ଗିରି ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିରାଜ ଦାଶ ୧୯୫୯ ମସିହାର ଜୁନ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ମୁମ୍ବାଇରେ ମ୍ୟାନେଜ୍ମେଣ୍ଟ୍ ପଢ଼ିବା ପରେ ଅଭିନୟ କରିବା ସହିତ ବ୍ୟାଙ୍କରେ ଚାକିରି କରିଥିଲେ । ସେ ବିନିତା ତ୍ରିପାଠୀଙ୍କୁ ବିବାହ କରିଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ବିରାଜ ଦାଶ ୧୯୭୯ ମସିହାରେ ପ୍ରଥମେ ଦୂରଦର୍ଶନ ନାଟକ ଭାଗବତ ଟୁଙ୍ଗୀରେ ଅଭିନୟ କରିଥିଲେ, ଯାହାର ପ୍ରଯୋଜନା କରିଥିଲେ ଅକ୍ଷୟ ମହାନ୍ତି । ପରବର୍ତ୍ତୀ ସମୟରେ ସେ ଦେଖ ବର୍ଷା ଆସୁଛି, ଝରା ବଉଳ, କପଟ ପାଶ, ବୋହୂ କଟକିଆଣି ଆଦିରେ ଅଭିନୟ କରିଥିଲେ ।[୩] ବୋହୂ କଟକିଆଣି ନାଟକର ରଚନା ମଧ୍ୟ ସେ ନିଜେ କରିଥିଲେ, ଯାହାକି ଟି-ସିରିଜ୍ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସାଇ ବାବା, ଆତତାୟୀ, ନାଗଫାଶ ଆଦିରେ ସେ ଖଳନାୟକ ଭାବରେ କାର୍ଯ୍ୟ କରିଥିଲେ ।[୪]
୧୯୮୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ବଗୁଲା ବଗୁଲୀ । ପରେ ପରେ ସେ ଗୋଲାମ ଗିରି, ମା’ ପରି କିଏ ହେବ, ଯା ଦେବୀ ସର୍ବ ଭୂତେଷୁ, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ ବଙ୍ଗଳା କଥାଚିତ୍ର ନ୍ୟାୟଚକ୍ରରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ନନ୍ଦ ।[୫]
ଚାକିରୀ ପାଇଁ ସେ ଅଭିନୟଠାରୁ ୧୬ ବର୍ଷ ଦୂରେଇ ଯାଇଥିଲେ ଏବଂ ୨୦୧୯ ମସିହାରେ ଅବସର ନେବା ପରେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ୨୦୨୧ ମସିହାରେ ମନ ମୋ ନେଇଗଲୁ ରେ କଥାଚିତ୍ରରେ ସେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କିଛି କଥାଚିତ୍ର ଏବଂ ୱେବ୍ ସିରିଜ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୮୬ | ବଗୁଲା ବଗୁଲୀ | ପ୍ରଥମ ଓଡ଼ିଆ କଥାଚିତ୍ର | |
୧୯୮୭ | ଗୋଲାମଗିରି | ||
୧୯୮୯ | ଯା ଦେବୀ ସର୍ବ ଭୂତେଷୁ | ||
ନ୍ୟାୟଚକ୍ର | ବଙ୍ଗଳା କଥାଚିତ୍ର | ||
୧୯୯୫ | ମୋ ଭାଇ ଜଗା | ||
୧୯୯୯ | ପ୍ରେମ ବନ୍ଧନ | ଝରଣାର ବାପା | |
ପୁଅ ଭାଙ୍ଗିଦେଲା ସୁନା ସଂସାର | |||
ମା ପରି କିଏ ହେବ | ନଟ | ||
୨୦୨୧ | ମନ ମୋ ନେଇଗଲୁ ରେ |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
---|---|---|---|
କଲିକତି ଚେଙ୍କ | ଡିଡି ଓଡ଼ିଆ | ||
ଦୁନିଆ | ଡିଡି ଓଡ଼ିଆ | ||
ସମ୍ପର୍କ | ଡିଡି ଓଡ଼ିଆ | ||
ଆକାଶ କଇଁଆ ଚିଲିକା ମାଛ | ଡିଡି ଓଡ଼ିଆ | ||
ସୁନା କାଇଁଚ | ଡିଡି ଓଡ଼ିଆ | ||
ମୂଲିଆ | ଡିଡି ଓଡ଼ିଆ | ||
ତମସାତୀରେ[୬] | ଡିଡି ଓଡ଼ିଆ |
ରଚିତ ନାଟକ
[ସମ୍ପାଦନା]- ବୋହୂ କଟକିଆଣୀ
- ଜୟ ବେକାରୀ ଜୟ ଭିକାରୀ
ମୃତ୍ୟୁ
[ସମ୍ପାଦନା]ବିରଜ ଦାଶ ୨୦୨୨ ମସିହାର ମଇ ୨୫ ତାରିଖରେ କର୍କଟ ରୋଗରେ ପୀଡ଼ିତ ହୋଇ କଟକର ଏକ ଘରୋଇ ଚକିତ୍ସାଳୟରେ ମୃତ୍ୟବରଣ କରିଥିଲେ ।[୬][୭] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ MOHAPATRA, RAJENDRA PRASAD (25 May 2022). "Veteran actor Biraj Dash passes away" (in English). Archived from the original on 26 May 2022. Retrieved 26 May 2022.
{{cite news}}
: CS1 maint: unrecognized language (link) - ↑ "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.
{{cite news}}
: CS1 maint: unrecognized language (link) - ↑ Das, Haraprasad (26 May 2022). "Odia actor Biraj Das passes away". Pragativadi (in English). Bhubaneswar. Archived from the original on 26 May 2022. Retrieved 26 May 2022.
{{cite news}}
: CS1 maint: unrecognized language (link) - ↑ "Odia Tele-Actor Biraj Dash no more". Prameya English (in English). Bhubaneswar. 25 May 2022. Archived from the original on 26 May 2022. Retrieved 26 May 2022.
{{cite news}}
: CS1 maint: unrecognized language (link) - ↑ "ବରିଷ୍ଠ ଅଭିନେତା ବିରାଜ ଦାଶଙ୍କ ଦେହାନ୍ତ, ୬୩ ବର୍ଷ ବୟସରେ ପରଲୋକ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.
- ↑ ୬.୦ ୬.୧ ମିଶ୍ର, ସତ୍ୟେନ୍ଦୁ ଶେଖର (26 May 2022). "ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ". ଓଟିଭି ଖବର. otvkhabar.in. Archived from the original on 26 May 2022. Retrieved 26 May 2022.
- ↑ ଲେଙ୍କା, ହେମନ୍ତ (25 May 2022). "ଚାଲିଗଲେ ଅଭିନେତା ବିରାଜ ଦାସ". Odisha Reporter. ଭୁବନେଶ୍ୱର. Archived from the original on 26 May 2022. Retrieved 26 May 2022.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିରାଜ ଦାଶ