Jump to content

ବିକ୍ରମ କେଶରୀ ଦେଓ

ଉଇକିପିଡ଼ିଆ‌ରୁ
(Bikram Keshari Deoରୁ ଲେଉଟି ଆସିଛି)
ବିକ୍ରମ କେଶରୀ ଦେଓ
ସାଂସଦ, ୧୨ଶ, ୧୩ଶ, ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-11-26)୨୬ ନଭେମ୍ବର ୧୯୫୨
କଳାହାଣ୍ଡି, ଓଡ଼ିଶା
ମୃତ୍ୟୁ୭ ଅକ୍ଟୋବର ୨୦୦୯(2009-10-07) (ବୟସ ୫୬)
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀନୟନଶ୍ରୀ ଦେବୀ
ସନ୍ତାନଅର୍କ କେଶରୀ ଦେଓ
ଘରକଳାହାଣ୍ଡି, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର:

ବିକ୍ରମ କେଶରୀ ଦେଓ (୨୬ ନଭେମ୍ବର ୧୯୫୨ – ୭ ଅକ୍ଟୋବର ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ, ୧୩ଶ ଏବଂ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]

ହୃଦ୍‌ରୋଧ ଯୋଗୁଁ ତାଙ୍କର ୭ ଅକ୍ଟୋବର ୨୦୦୯ରେ ମୃତ୍ୟୁ ହୋଇଥିଲା ।[୪]

ପରିବାର

[ସମ୍ପାଦନା]

ବିକ୍ରମ କେଶରୀ ଦେଓ କଳାହାଣ୍ଡିର ରାଜା ପ୍ରତାପ କେଶରୀ ଦେଓଙ୍କ ପୁଅ ।[୫] ବିକ୍ରମଙ୍କର ପୁଅ ଅର୍କ କେଶରୀ ଦେଓ ବାପାଙ୍କର ମୃତ୍ୟୁପରେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ।[୬]

ରାଜନୀତି

[ସମ୍ପାଦନା]

ବିକ୍ରମ ୧୯୮୫ରୁ ୧୯୯୮ ଯାଏଁ ଜୁନାଗଡ଼ ବିଧାନ ସଭା ଆସନରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ପ୍ରଥମେ ସେ ଜନତା ପାର୍ଟି ତରଫରୁ ଏବଂ ପରେ ଦୁଇଥର ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

  1. ↑ "Biographical Sketch of Member of 12th Lok Sabha". parliamentofindia.nic.in. 2001. Retrieved 14 May 2012. Election Result of Kalahandi Lok Sabha Constituency
  2. ↑ "Biographical Sketch of Member of 13th Lok Sabha". parliamentofindia.nic.in. 2001. Retrieved 14 May 2012. Election Result of Kalahandi Lok Sabha Constituency
  3. ↑ "Kalahandi | Orissa Lok Sabha Constituency Elections Results 2009 Kalahandi | Orissa MP Elections Results Kalahandi 2009 | Candidate of Kalahandi Lok Sabha". indiaelections.co.in. 2012. Archived from the original on 11 September 2014. Retrieved 14 May 2012. Updated Election Results Details of Kalahandi
  4. ↑ "Senior Orissa BJP leader, ex-MP B.K. Deo dead - Thaindian News". thaindian.com. 2012. Archived from the original on 6 October 2012. Retrieved 14 May 2012. leader and former Lok Sabha MP Bikram Keshari Deo died
  5. 1 2 3 "ଏଥର ଜୁନାଗଡ଼ିଆ ବ୍ୟାନରକୁ ନେଇ ଚର୍ଚ୍ଚା". DailyHunt (in ଇଂରାଜୀ). ଧରିତ୍ରୀ. 21 September 2018. Archived from the original on 20 August 2019. Retrieved 14 January 2019.
  6. ↑ "Arka Keshari Deo joins BJD". Time of India. Retrieved 18 May 2014.

ବାହାର ଆଧାର

[ସମ୍ପାଦନା]