ଆଟୋପିକ ଡର୍ମାଟାଇଟିସ

ଉଇକିପିଡ଼ିଆ‌ରୁ
(Atopic dermatitisରୁ ଲେଉଟି ଆସିଛି)
ଆଟୋପିକ ଡର୍ମାଟାଇଟିସ
କହୁଣିର ଭିତର ଭାଙ୍ଗରେ ଆଟୋପିକ ଡର୍ମାଟାଇଟିସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିDermatology
ଆଇସିଡ଼ି-୧୦L20.
ଆଇସିଡ଼ି-୯-ସିଏମ୍691.8
ଓଏମ୍‌ଆଇଏମ୍603165
ରୋଗ ଡାଟାବେସ4113
ମେଡ଼ିସିନ-ପ୍ଲସ000853
ଇ-ମେଡ଼ିସିନemerg/130 derm/38 ped/2567 oph/479
MeSHD003876

ଆଟୋପିକ ଡର୍ମାଟାଇଟିସ (ଏଡି), ବା ଆଟୋପିକ ଏକଜିମା, ଏକ ପ୍ରକାର ଚର୍ମ ପ୍ରଦାହ ରୋଗ । ଏହି ରୋଗରେ ଚମ ଗଲୁ ହୁଏ, ଲାଲ ଦେଖାଯାଏ, ଫୁଲିଯାଏ ଓ ଚମ ଫାଟିଯାଏ । ପ୍ରଭାବିତ ସ୍ଥାନରୁ ପରିସ୍କାର ତରଳ ପଦାର୍ଥ ବାହାରେ ଓ ସମୟକ୍ରମେ ଏହି ଚର୍ମ ମୋଟା ହୋଇଯାଏ । [୧] ପିଲାଦିନେ ଏ ରୋଗ ଆରମ୍ଭ ହୁଏ ଓ ସମୟକ୍ରମେ ପରିବର୍ତ୍ତିତ ହୁଏ । [୧][୨] ଏକ ବର୍ଷ ବୟସରୁ କମ ପିଲାଙ୍କର ଦେହର ବଡ଼ ଭାଗ ପ୍ରଭାବିତ ହୋଇପାରେ । ବୟସ ବଢ଼ିଲେ ଆଣ୍ଠୁ ପଛପଟ ଓ କ‌ହୁଣୀ ସାମନାପାଖରେ ରାସ ହୁଏ । ଯୁବକମାନଙ୍କର ହାତ ଓ ପାଦରେ ରୋଗ ହୁଏ । [୨] କୁଣ୍ଡେଇଲେ ଲକ୍ଷଣ ଖରାପ ଆଡ଼କୁ ଯାଏ ଓ ପରିଶେଷରେ ଚର୍ମ ସଂକ୍ରମଣ ହୁଏ । ଏହି ରୋଗୀମାନଙ୍କର ଆଲର୍ଜିକ ନାକ ପ୍ରଦାହ ବା ଆଜମା ହୋଇପାରେ । [୧]

ଏହାର କାରଣ ଜଣାଯାଇ ନ ଥିଲେ ମଧ୍ୟ ଜେନେଟିକ, ପରିବେଶ ପ୍ରଭାବ, ଚର୍ମର ପରମିଏବିଲିଟି ଅସୁବିଧା ଓ ଇମ୍ମ୍ୟୁନ ସିସ୍ଟମ ଅପକର୍ମ ଥିବା ବିଶ୍ୱାସ କରାଯାଏ । [୧][୨] ଯମ‌ଜ ପିଲାଙ୍କ ମଧ୍ୟରୁ ଜଣକର ରୋଗ ଥିଲେ ଆଉ ଜଣକର ଏହି ରୋଗ ହେବା ସମ୍ଭାବନା ୮୫ % ଥାଏ । [୩] ସ‌ହରରେ ଓ ଶୁଷ୍ଲ ଜଳବାୟୁରେ ଅବସ୍ଥାନ କରୁଥିବା ଲୋକଙ୍କର ଅଧିକ ରୋଗ ହୁଏ । ବାରମ୍ବାର ହାତ ଧୋଇବା ଓ ରାସାୟନିକ ଦ୍ରବ୍ୟ ପ୍ରଭାବ ଏହି ରୋଗ ଲକ୍ଷଣ ଅଧିକ ଖରାପ ଦିଗକୁ ନିଏ । ମାନସିକ ଚାପ ଏହାକୁ ଗମ୍ଭୀର କଲେ ମଧ୍ୟ ଏହା କାରଣ ନୁହେଁ । ଏହା ଏକ ଛୁଆଁ ରୋଗ ନୁହେଁ । [୧] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ତିମ ରୋଗ ନିର୍ଣ୍ଣୟ ପୂର୍ବରୁ କଣ୍ଟାକ୍ଟ ଡର୍ମାଟାଇଟିସ, ସୋରିଆସିସସେବୋରିକ ଡର୍ମାଟାଇଟିସ ରୋଗ ଇତ୍ୟାଦି ରୋଗ ଉପସ୍ଥିତି ବର୍ଜନ କରିବାକୁ ହୁଏ । [୨]

ରୋଗ ସୃଷ୍ଟିକାରୀ ଜିନିଷକୁ ଏଡ଼େଇବା, ଦୈନନ୍ଦିନ ଗାଧୋଇବା ପରେ ମଏଶ୍ଚରାଇଜିଙ୍ଗ କ୍ରିମ ଲଗେଇବା, ରୋଗ ଅଧିକ ହେଲେ ସ୍ଟିରଏଡ କ୍ରିମ ଲଗେଇବା ଓ ଗଲୁ ନିମନ୍ତେ ଆବଶ୍ୟକ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । [୨] ଏହି ରୋଗକୁ ଗମ୍ଭୀର କରୁଥିବା ଜିନିଷ ମଧ୍ୟରେ ଉଲ୍ ପୋଷାକ, ସାବୁନ, ପରଫ୍ୟୁମ, କ୍ଲୋରିନ, ଧୂଳି ଓ ସିଗାରେଟ ଧୁଆଁ ନାମ ଉଲ୍ଲେଖ‌ଯୋଗ୍ୟ । ଫିଜିଓଥେରାପି କିଛି ଲୋକଙ୍କୁ ସାହାଯ୍ୟ କରେ । କୌଣସି ଔଷଧ କାମ ନ କଲେ ସ୍ଟିରଏଡ ବଟିକା ଦିଆଯାଇପାରେ । [୧] ସଂକ୍ରମଣ ହୋଇଥିଲେ ଆଣ୍ଟିବାୟୋଟିକ ଦରକାର ହୁଏ । [୨] ଖାଦ୍ୟ ଆଲର୍ଜି ଥିଲେ ଖାଦ୍ୟର ପରିବର୍ତ୍ତନ ଆବଶ୍ୟକ ହୁଏ । [୧]

ଜୀବନର ଯେ କୌଣସି ସମୟରେ ୨୦% ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ରୋଗ ହୁଏ । [୧][୪] ଅଳ୍ପ ବୟସର ପିଲାଙ୍କୁ (younger children) ଏହି ରୋଗ ସାଧାରଣତଃ ହୁଏ । [୨] ପୁରୁଷ ଓ ମହିଳା ଉଭୟ ସମ‌ପରିମାଣରେ ରୋଗ ଭୋଗନ୍ତି । [୧] ଅନେକ ଲୋକଙ୍କର ଏହା ଉପଶମ ହୋଇଯାଏ । [୨] ବେଳେ ବେଳେ ଏହି ରୋଗକୁ ଏକଜିମା କ‌ହ‌ନ୍ତି ଯାହା ଏକ ବଡ଼ ଚର୍ମ ରୋଗର ଦଳର ନାମ । [୧] ଏହି ରୋଗର ଅନ୍ୟ ପ୍ରତିଶବ୍ଦ: ଇନଫାଣ୍ଟାଇଲ ଏକଜିମା, ଫ୍ଲେକସୁରାଲ ଏକଜିମା, ପ୍ରୁରାଇଗୋ ବେସନିଅର, ଆଲର୍ଜିକ ଏକଜିମା ଓ ନିଉରୋଡର୍ମାଟାଇଟିସ । [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Handout on Health: Atopic Dermatitis (A type of eczema)". National Institute of Arthritis and Musculoskeletal and Skin Diseases. May 2013. Retrieved 19 June 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Tollefson, MM; Bruckner, AL; SECTION ON, DERMATOLOGY; SECTION ON, DERMATOLOGY (December 2014). "Atopic dermatitis: skin-directed management". Pediatrics. 134 (6): e1735-44. doi:10.1542/peds.2014-2812. PMID 25422009.
  3. Williams, Hywel (2009). Evidence-Based Dermatology. John Wiley & Sons. p. 128. ISBN 9781444300178.
  4. Thomsen, SF (2014). "Atopic dermatitis: natural history, diagnosis, and treatment". ISRN allergy. 2014: 354250. PMID 25006501.
  5. Williams, Hywel C. (2000). The epidemiology of atopic dermatitis. New York: Cambridge University Press. p. 10. ISBN 9780521570756.