ଆଲର୍ଜିକ ନାକ ପ୍ରଦାହ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଲର୍ଜିକ ନାକ ପ୍ରଦାହ
Misc pollen.jpg
ବିହିନ୍ନ ଗଛର ପରାଗ ରେଣୁ ୫୦୦ ଗୁଣ ଓ ଚଉଡ଼ା 0.୪ ମିମି ଅଭିବର୍ଦ୍ଧିତ ହୋଇ ଦେଖାଯାଉଛି ।
ICD-10J30.
ICD-9477
OMIM607154
DiseasesDB31140
MedlinePlus000813
eMedicineent/194 med/104, ped/2560
MeSHD012221

ଆଲର୍ଜିକ ନାକ ପ୍ରଦାହ, (ଇଂରାଜୀ ଭାଷାରେ ଆଲର୍ଜିକ ରାଇନାଇଟିସ ବା ହେ ଫିଭରପଲିନୋସିସ ଯଥାକ୍ରମେ allergic rhinitis ବା hay fever ବା pollinosis), ରୋଗ ହୁଏ ଯେତେବେଳେ ବାୟୁରେ ଥିବା ଆଲର୍ଜେନ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତ୍ୟଧିକ ପ୍ରତିକ୍ରିୟା କରେ । [୧] ଏହାର ଚିହ୍ନ ଓ ଲକ୍ଷଣ: ନାକରୁ ତରଳ ପଦାର୍ଥ ବୋହିବା, ଛିଙ୍କ, ନାମ ଲାଲ ଦେଖାଯିବା, ଗଲୁ କରିବା ଓ ଆଖି ଲୋତକରେ ଭରିଯିବା । [୨] ନାକରୁ ବୋହୁଥିବା ତରଳ ପଦାର୍ଥ ପରିଷ୍କାର ଥାଏ । ଆଲର୍ଜେନ ସଂସ୍ପର୍ଶରେ ଆସିବାର କିଛି ମିନିଟ ମଧ୍ୟରେ ଆରମ୍ଭ ହୋଇ ନିଦ୍ରା, କାର୍ଯ୍ୟରେ ବ୍ୟାଘାତ କରାଏ ସ୍କୁଲରେ ଓ ଏକାଗ୍ରତା ଭଙ୍ଗ କରାଏ । [୩] ପରାଗ ରେଣୁ ଯୋଗୁ ହେଉଥିବା ଲକ୍ଷଣ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଦେଖାଯାଏ । [୪] ଏହି ରୋଗ ଭୋଗୁଥିବା ଆନେକ ଲୋକଙ୍କର ଆଜମା, ଆଲର୍ଜିକ କଞ୍ଜକ୍‌ଟିଭାଇଟିସ ବା ଆଟପିକ ଡର୍ମାଟାଇଟିସ ହୁଏ । [୩]

ପରାଗ ରେଣୁ, ପୋଷା ଯନ୍ତୁର ରୁମ, ଧୂଳି ଇତ୍ୟାଦି ବାୟୁମଣ୍ଡଳିୟ ଆଲର୍ଜେନ ଯୋଗୁ ଆଲର୍ଜିକ ନାକ ପ୍ରଦାହ ହୁଏ । ବଂଶଗତ ଜେନେଟିକ ଓ ପରିବେଶ ପ୍ରଭାବ ଏହି ରୋଗ ହେବାରେ ସାହାଯ୍ୟ କରନ୍ତି । [୪] କ୍ଷେତ ଘରେ ବଢ଼ୁଥିଲେ ଓ ଅଧିକ ପିଲାପିଲି ଥିଲେ ଏହି ରୋଗ ସଙ୍କଟ କମିଯାଏ । ଆଇଜିଇ ଆଣ୍ଟିବଡି ଆଲର୍ଜେନ ସ‌ହିତ ସଂଯୁକ୍ତ ହେଲେ ମାସ୍ଟସେଲରୁ ପ୍ରଦାହକାରୀ ରାସାୟନିକ ପଦାର୍ଥ ହିସ୍‌ଟାମିନ ନିର୍ଗତ ହୁଏ । [୩] ରୋଗ ଇତିହାସ, ସ୍କିନ ପ୍ରିକ ଟେଷ୍ଟ ଓ ଆଲର୍ଜେନ-ନିଶ୍ଚିତ ଆଇଜିଇ ଆଣ୍ଟବଡି ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ବେଳେ ବେଳେ ଏହି ପରୀକ୍ଷାରେ ମିଛ ଯୁକ୍ତାତ୍ମକ ଫଳ ମିଳେ । [୫] ଏହି ରୋଗର ଲକ୍ଷନ ସାଧାରଣ ଥଣ୍ଡା ରୋଗ ସ‌ହ ସାମଞ୍ଜସ୍ୟ ଥିଲେ ମଧ୍ୟ ଏହା ୨ ସପ୍ତାହରୁ ଅଧିକ ସମୟ ରହେ ଓ ଜ୍ୱର ହୁଏ ନାହିଁ । [୪]

ପଶୁ ସଂସ୍ପର୍ଶରେ ପିଲାଦିନୁ ଆସିଲେ ଆଲର୍ଜି ସଙ୍କଟ ଟଳିଯାଏ । [୪] ନାକରେ ଦିଆଯାଉଥିବା ସ୍ଟିରଏଡ, ଆଣ୍ଟିହିସ୍ଟାମିନ ଯେପରିକି ଡାଇଫେନହାଇଡ୍ରାମିନ, କ୍ରୋମୋଲିନ ସୋଡ଼ିଅମଲିଉକୋଟ୍ରିଏନ ରିସେପ୍ଟର ଆଣ୍ଟାଗୋନିସ୍ଟ ଯେପରିକି ମୋଣ୍ଟେଲୁକାସ୍ଟ[୬] ଏହା ନିମନ୍ତେ ଔଷଧ ଯଥେଷ୍ଟ ନୁହେଁ ଓ ବିଭିନ୍ନ ପାର୍ଶ୍ୱପ୍ରତିକ୍ରିୟା ଥାଏ । [୩] ଅଧିକରୁ ଅଧିକ ଆଲର୍ଜେନ ସଂସ୍ପର୍ଶରେ ଅନେକ ସମୟରେ ଉପକାରୀ ସିଦ୍ଧ ହୁଏ ଯାହାକୁ ଆଲର୍ଜେନ ଇମ୍ମ୍ୟୁନୋଥେରାପି କୁହାଯାଏ । ଚର୍ମ ତଳେ ଏହି ଇଞ୍ଜେକସନ ଦିଆଯାଏ ବା ଜିଭ ତଳେ ରଖିବାକୁ ଉପଦେଶ ଦିଆଯାଏ । ଚିକିତ୍ସା ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଚାଲେ ଓ ତାପରେ ଦୀର୍ଘକାଳୀନ ଉପକାର ମିଳିପାରେ । [୧]

ଆଲର୍ଜିକ ନାକ ପ୍ରଦାହ ସର୍ବାଧିକ ଆଲର୍ଜି ରୋଗ ଯାହା ଲୋକଙ୍କୁ ଆକ୍ରମଣ କରେ । [୭] ପାଶ୍ଚାତ୍ୟ ଦେଶମାନଙ୍କରେ ବାର୍ଷିକ ୧୦ରୁ ୩୦ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ । [୩][୮] କୋଡ଼ିଏରୁ ଚାଳିଶ ବର୍ଷ ବୟସ ମଧ୍ୟରେ ଏହି ରୋଗ ସାଧାରଣତଃ ଦେଖାଯାଏ । [୩] ରାଜେସ (Rhazes) ୧୦ମ ଶତାବ୍ଦୀରେ ଏହି ରୋଗ ସଠିକ ବିବରଣୀ ବର୍ଣ୍ଣନା କରିଥିଲେ । [୯] ଚାର୍ଲସ୍ ବ୍ଲାକଲେ ସନ ୧୮୫୯ରେ ଏହି ରୋଗର କାରଣରୂପେ ପରାଗ ରେଣୁକୁ ଚିହ୍ନଟ କରିଥିଲେ । [୧୦] କ୍ଲେମେନ୍ସ ଭନ ପିର୍କେଟ ସନ ୧୯୦୬ରେ ଏହି ରୋଗର କାର୍ଯ୍ୟକାରୀତା ବିଷୟ ଲେଖିଥିଲେ । [୭] ପୂର୍ବରୁ ଏକ ଭୂଲ ଥିଓରି ଅନୁସାରେ ନୁଆ ନଡ଼ା ଆଘ୍ରାଣ କଲେ ଏହା ହୁଏ, ଏହା କାରଣ ରୂପେ ଧରାଯାଉଥିଲେ । [୧୧][୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Immunotherapy for Environmental Allergies". NIAID. May 12, 2015. Retrieved 19 June 2015.
  2. "Environmental Allergies: Symptoms". NIAID. April 22, 2015. Retrieved 19 June 2015.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Wheatley, LM; Togias, A (29 January 2015). "Clinical practice. Allergic rhinitis". The New England journal of medicine. 372 (5): 456–63. PMID 25629743.
  4. ୪.୦ ୪.୧ ୪.୨ ୪.୩ "Cause of Environmental Allergies". NIAID. April 22, 2015. Retrieved 17 June 2015.
  5. "Environmental Allergies: Diagnosis". NIAID. May 12, 2015. Retrieved 19 June 2015.
  6. "Environmental Allergies: Treatments". NIAID. April 22, 2015. Retrieved 17 June 2015.
  7. ୭.୦ ୭.୧ Fireman, Philip (2002). Pediatric otolaryngology vol 2 (4 ed.). Philadelphia, Pa.: W. B. Saunders. p. 1065. ISBN 9789997619846.
  8. Dykewicz MS, Hamilos DL; Hamilos (February 2010). "Rhinitis and sinusitis". The Journal of Allergy and Clinical Immunology. 125 (2 Suppl 2): S103–15. doi:10.1016/j.jaci.2009.12.989. PMID 20176255.
  9. Colgan, Richard (2009). Advice to the young physician on the art of medicine. New York: Springer. p. 31. ISBN 9781441910349.
  10. Justin Parkinson (1 July 2014). "John Bostock: The man who 'discovered' hay fever". BBC News Magazine. Retrieved 19 June 2015.
  11. "Dr. Marshall Hall on Diseases of the Respiratory System; III. Hay Asthma". The Lancet: 245. May 19, 1838. With respect to what is termed the exciting cause of the disease, since the attention of the public has been turned to the subject an idea has very generally prevailed, that it is produced by the effluvium from new hay, and it has hence obtained the popular name of hay fever. [...] the effluvium from hay has no connection with the disease.
  12. History of Allergy. Karger Medical and Scientific Publishers. 2014. p. 62. ISBN 9783318021950.