Jump to content

ଆଟାଜାନାଭିର/ରିଟୋନାଭିର

ଉଇକିପିଡ଼ିଆ‌ରୁ
(Atazanavir/ritonavirରୁ ଲେଉଟି ଆସିଛି)
ଆଟାଜାନାଭିର/ରିଟୋନାଭିର
Combination of
ଆଟାଜାନାଭିରProtease inhibitor
ରିଟୋନାଭିରପ୍ରୋଟିଏଜ ଇନହିବିଟର (Protease inhibitor and pharmacokinetic booster)
Clinical data
SynonymsAnzavir-R, ritonavir/atazanavir[]
Routes of
administration
ପାଟିରେ ଦିଆଯାଏ[]

ଆଟାଜାନାଭିର/ରିଟୋନାଭିର ବା ଏଟିଭି/ଆର (ଇଂରାଜୀ ଭାଷାରେ Atazanavir/ritonavir/ ATV/r) ଏକ ସ୍ଥିରିକୃତ ମାତ୍ରାର ମିଶ୍ରିତ ଔଷଧ (combination medication) ଯାହା ଏଚଆଇଭି/ଏଡସ ରୋଗ ଚିକିତ୍ସାରେ ଦିଆଯାଏ ।[] ଏହି ଔଷଧରେ ଆଟାଜାନାଭିରରିଟୋନାଭିର ଔଷଧଦ୍ୱୟ ଥାଆନ୍ତି ।[] ଲୋପିନାଭିର/ରିଟୋନାଭିର ବଦଳରେ ଏହା ଦିଆଯାଇପାରେ ।[] ରୋଗୀର ପାଟିରେ ଏହା ଦିଆଯାଏ ।[]

ଆଟାଜାନାଭିର/ରିଟୋନାଭିର ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ବ‌ହୁତ କମ ହୁଏ ।[] ଉଦର ଯନ୍ତ୍ରଣା, ତରଳ ଝାଡ଼ା, କାମଳ, ମାଂସପେଶୀ ଯନ୍ତ୍ରଣା ଓ ମୁଣ୍ଡବଥା ହୋଇପାରେ । yellowish skin[] ଯକୃତ ସମସ୍ୟା (liver problems) ଥିବା ଲୋକଙ୍କୁ ଏହା ସାବଧାନତା ସ‌ହକାରେ ଦିଆଯାଏ ।[] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ।[] ଆଟାଜାନାଭିର ଏକ ପ୍ରୋଟିଏଫ ଇନହିବିଟର (protease inhibitor) ଓ ରିଟୋନାଭିର ଏହି ଆଟାଜାନାଭିର ସ୍ତର ବୃଦ୍ଧି କରେ । []

ଭାରତରେ ଏହି ଔଷଧ ବ୍ୟବ‌ହାର ନିମନ୍ତେ ସନ ୨୦୧୨ରେ ସ୍ୱୀକୃତିପ୍ରାପ୍ତ ହୋଇଛି ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସୀକୃତି ନିମନ୍ତେ ଅପେକ୍ଷା କରିଛି । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୨ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବର୍ଷ ଡୋଜର କ୍ରୟ ମୂଲ୍ୟ ୨୮୧ ଆମେରିକୀୟ ଡଲାର ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Atazanavir/ritonavir - Mylan Laboratories - AdisInsight". adisinsight.springer.com (in ଇଂରାଜୀ). Retrieved 29 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "WHO Model List of Essential Medicines Application" (PDF). WHO. Retrieved 29 June 2017.
  3. "Atazanavir/Ritonavir in Pregnancy". hivinsite.ucsf.edu (in ଇଂରାଜୀ). Archived from the original on 29 January 2018. Retrieved 10 December 2017.
  4. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.