ଆଟାଜାନାଭିର/ରିଟୋନାଭିର

ଉଇକିପିଡ଼ିଆ‌ରୁ
ଆଟାଜାନାଭିର/ରିଟୋନାଭିର
Combination of
ଆଟାଜାନାଭିରProtease inhibitor
ରିଟୋନାଭିରପ୍ରୋଟିଏଜ ଇନହିବିଟର (Protease inhibitor and pharmacokinetic booster)
Clinical data
SynonymsAnzavir-R, ritonavir/atazanavir[୧]
Routes of
administration
ପାଟିରେ ଦିଆଯାଏ[୧]

ଆଟାଜାନାଭିର/ରିଟୋନାଭିର ବା ଏଟିଭି/ଆର (ଇଂରାଜୀ ଭାଷାରେ Atazanavir/ritonavir/ ATV/r) ଏକ ସ୍ଥିରିକୃତ ମାତ୍ରାର ମିଶ୍ରିତ ଔଷଧ (combination medication) ଯାହା ଏଚଆଇଭି/ଏଡସ ରୋଗ ଚିକିତ୍ସାରେ ଦିଆଯାଏ ।[୧] ଏହି ଔଷଧରେ ଆଟାଜାନାଭିରରିଟୋନାଭିର ଔଷଧଦ୍ୱୟ ଥାଆନ୍ତି ।[୧] ଲୋପିନାଭିର/ରିଟୋନାଭିର ବଦଳରେ ଏହା ଦିଆଯାଇପାରେ ।[୨] ରୋଗୀର ପାଟିରେ ଏହା ଦିଆଯାଏ ।[୧]

ଆଟାଜାନାଭିର/ରିଟୋନାଭିର ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ବ‌ହୁତ କମ ହୁଏ ।[୨] ଉଦର ଯନ୍ତ୍ରଣା, ତରଳ ଝାଡ଼ା, କାମଳ, ମାଂସପେଶୀ ଯନ୍ତ୍ରଣା ଓ ମୁଣ୍ଡବଥା ହୋଇପାରେ । yellowish skin[୨] ଯକୃତ ସମସ୍ୟା (liver problems) ଥିବା ଲୋକଙ୍କୁ ଏହା ସାବଧାନତା ସ‌ହକାରେ ଦିଆଯାଏ ।[୨] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ।[୩] ଆଟାଜାନାଭିର ଏକ ପ୍ରୋଟିଏଫ ଇନହିବିଟର (protease inhibitor) ଓ ରିଟୋନାଭିର ଏହି ଆଟାଜାନାଭିର ସ୍ତର ବୃଦ୍ଧି କରେ । [୨]

ଭାରତରେ ଏହି ଔଷଧ ବ୍ୟବ‌ହାର ନିମନ୍ତେ ସନ ୨୦୧୨ରେ ସ୍ୱୀକୃତିପ୍ରାପ୍ତ ହୋଇଛି ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସୀକୃତି ନିମନ୍ତେ ଅପେକ୍ଷା କରିଛି । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୧୨ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବର୍ଷ ଡୋଜର କ୍ରୟ ମୂଲ୍ୟ ୨୮୧ ଆମେରିକୀୟ ଡଲାର ଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Atazanavir/ritonavir - Mylan Laboratories - AdisInsight". adisinsight.springer.com (in ଇଂରାଜୀ). Retrieved 29 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "WHO Model List of Essential Medicines Application" (PDF). WHO. Retrieved 29 June 2017.
  3. "Atazanavir/Ritonavir in Pregnancy". hivinsite.ucsf.edu (in ଇଂରାଜୀ). Retrieved 10 December 2017.
  4. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.