ରିଟୋନାଭିର
| Clinical data | |
|---|---|
| Trade names | Norvir |
| AHFS/Drugs.com | monograph |
| MedlinePlus | a696029 |
| Pregnancy category | |
| Routes of administration | oral |
| ATC code | |
| Legal status | |
| Legal status | |
| Pharmacokinetic data | |
| Protein binding | 98-99% |
| Metabolism | Hepatic |
| Elimination half-life | 3-5 hours |
| Excretion | mostly fecal |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| NIAID ChemDB | |
| ECHA InfoCard | 100.125.710 |
| Chemical and physical data | |
| Formula | C37H48N6O5S2 |
| Molar mass | 720.946 g/mol |
| 3D model (JSmol) | |
| |
| |
| | |
ରିଟୋନାଭିର, ବିକ୍ରୟ ନାମ ନର୍ଭିର, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଯାହା ଅନ୍ୟ କେତେକ ଔଷଧ ସହିତ ମିଶେଇ ଏଚଆଇଭି/ଏଡସ ରୋଗରେ ଦିଆଯାଏ ।[୧] ଏହି ମିଶ୍ରିତ ଚିକିତ୍ସାକୁ ହାଇ ଆକ୍ଟିଭ ଆଣ୍ଟିରେଟ୍ରୋଭାଇରାଲ ଥେରାପି (ଏଚଏଏଆରଟି) ନାମରେ ଜଣାଶୁଣା । ଅଧିକାଂଶ ସମୟରେ ଏହା ସ୍ୱଳ୍ପ ଡୋଜ ସହିତ ଅନ୍ୟ ପ୍ରୋଟିଏଜ ଇନହିବିଟର ଔଷଧ ମିଶେଇ ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]
ଅଇ, ବାନ୍ତି, କ୍ଷୁଧାହାନୀ, ତରଳ ଝାଡ଼ା ଓ ହାତ ତଥା ପାଦ କାଲୁଆ ହେବା ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ଆଲର୍ଜି ଓ ଆରିଦମିଆ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନ୍ୟ କେତେକ ଔଷଧ ଯେପରିକି ଆମୋଓଡାରୋନ ଓ ସିମଭାସ୍ଟାଟିନ ସାଥିରେ ଦେଲେ ଏହାର ସାଙ୍ଘାତିକ ପ୍ରତିକ୍ରିୟା ହୁଏ ।[୧] ଗର୍ଭାବସ୍ଥାରେ ଅଳ୍ପ ଡିଜ ଦେଲେ ଏହା ନିରାପଦ ହୁଏ ।[୨] ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଔଷଧ ।[୧] କେତେକ ଅନ୍ୟ ପ୍ରୋଟିଏଜ ଇନହିବିଟର ମେଟାବୋଲାଇଜ କରୁଥିବା ଏନଜାଇମକୁ ଅବରୋଧ କରିବାକୁ ଏହା ଅନେକ ସମୟରେ ଦିଆଯାଏ । ତେଣୁ ଉକ୍ତ ଔଷଧ ସ୍ତର ଏହାଦ୍ୱାରା ବଢ଼ିଯାଏ ।[୩]
ରିଟୋନାଭିର ସନ ୧୯୯୬ରେ ପ୍ରଥମେ ବ୍ୟବହାର କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] କ୍ୟାପସୁଲ ଓ ବଟିକାର କାର୍ଯ୍ୟକ୍ଷମତା ସମାନ ନୁହେଁ ।[୧] ପୃଥିବୀରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୦୭ରୁ ୨.୨୦ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ଦୈନିକ ପ୍ରାୟ ୯.୨୦ରୁ ୫୫ ଡଲାର ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ritonavir". The American Society of Health-System Pharmacists. Retrieved Oct 23, 2015.
- ↑ "Ritonavir Pregnancy and Breastfeeding Warnings". drugs.com. Retrieved 23 October 2015.
- ↑ British National Formulary 69 (69 ed.). Pharmaceutical Pr. March 31, 2015. p. 426. ISBN 9780857111562.
- ↑ Hacker, Miles (2009). Pharmacology principles and practice. Amsterdam: Academic Press/Elsevier. p. 550. ISBN 9780080919225.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Ritonavir". International Drug Price Indicator Guide. Archived from the original on 10 May 2017. Retrieved 23 October 2015.