ଅଞ୍ଜନା ମିଶ୍ର ଧର୍ଷଣ ମାମଲା

ଉଇକିପିଡ଼ିଆ ରୁ
(Anjana Mishra rape case ରୁ ଲେଉଟି ଆସିଛି)
Jump to navigation Jump to search

ଅଞ୍ଜନା ମିଶ୍ର ଧର୍ଷଣ ମାମଲା ୧୯୯୯ ମସିହାରେ ଓଡ଼ିଶାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଅପରାଧିକ ମାମଲା । ଅଞ୍ଜନା ମିଶ୍ର ନାମ୍ନୀ ଜନୈକ ବନ ସେବା ଅଧିକାରୀଙ୍କ ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ୯ ଜାନୁଆରୀ ୧୯୯୯ରେ ଧର୍ଷଣର ଶିକାର ହୋଇଥିଲେ ଏବଂ ଏହି ଦୁଃଖଦ ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା ।[୧] ଏପରିକି, ଉକ୍ତ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ତାଙ୍କ ଆସନ ହରାଇବାକୁ ପଡିଲା ଏବଂ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ ଉକ୍ତ ପଦବୀ ଲାଭ କଲେ ।

ଘଟଣା ସଂପର୍କରେ[ସମ୍ପାଦନା]

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କରି ଜନୈକା ସାମ୍ବାଦିକା ବାନ୍ଧବୀଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥରୋଧ କରିବା ସହ ବାନ୍ଧବୀଙ୍କ ସାମନାରେ ଅଞ୍ଜନାକୁ ଗଣଧର୍ଷଣ କରିଥିଲେ ।[୨] ଏ ଘଟଣା ପ୍ରଘଟ ହେବା ପରେ ପୋଲିସ ତତ୍ପରତାର ସହ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ଘଟଣାକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରି ବ୍ୟୁରୋଦ୍ୱାରା ହେବା ନିମିତ୍ତ ଆଦେଶ ଦେଲେ ।[୩]

ମାମଲାର ବିଚାର[ସମ୍ପାଦନା]

ଘଟଣା ପୂର୍ବ ଧର୍ଷଣ ଉଦ୍ୟମ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Mishra, Anjana. "My story". Retrieved 8 July 2017.
  2. "Anjana Mishra allegedly gang raped". Retrieved 8 July 2017.
  3. "FROM THE FRYING PAN INTO THE FIRE". Retrieved 8 July 2017.