ଆମୋକ୍ସିସିଲିନ/କ୍ଲାଭୁଲାନିକ ଏସିଡ
| Combination of | |
|---|---|
| ଆମୋକ୍ସିସିଲିନ | ପେନିସିଲିନ ଆଣ୍ଟିବାୟୋଟିକ (Penicillin antibiotic) |
| କ୍ଲାଭୁଲାନିକ ଏସିଡ | ବିଟା-ଲାକ୍ଟାମେଜ ଇନହିବିଟର (Beta-lactamase inhibitor) |
| Clinical data | |
| Trade names | ବ୍ୟବସାୟୀକ ନାମ - ଅଗମେଣ୍ଟିନ (Augmentin), କ୍ଲାଭୁଲିନ (Clavulin), ଇତ୍ୟାଦି ।[୨] |
| AHFS/Drugs.com | monograph |
| MedlinePlus | a685024 |
| data | |
| Pregnancy category | |
| Routes of administration | by mouth, intravenous[୧] |
| ATC code | |
| Legal status | |
| Legal status | |
| Identifiers | |
| CAS Number | |
| PubChem CID | |
| ChemSpider | |
| ChEMBL | |
| | |
ଆମୋକ୍ସିସିଲିନ/କ୍ଲାଭୁଲାନିକ ଏସିଡ (ଇଂରାଜୀ ଭାଷାରେ Amoxicillin/clavulanic acid, ଅନ୍ୟ ନାମ କୋ-ଆମୋକ୍ସିକ୍ଲାଭ/co-amoxiclav ଏକ ଆଣ୍ଟିବାୟୋଟିକ ଯାହା ଅନେକ ସଂକ୍ରମଣର (bacterial infections) ଚିକିତ୍ସାରେ ଦିଆଯାଏ । ଏହି ଔଷଧଟି ତିନୋଟି ଔଷଧର ମିଶ୍ରଣ ଯଥା:- ଆମୋକ୍ସିସିଲିନ, ବିଟା-ଲାକ୍ଟମ ଆଣ୍ଟିବାୟୋଟିକ (β-lactam antibiotic) ଓ ପଟାସିଅମ କ୍ଲାଭୁଲାନେଟ (potassium clavulanate, ଯାହା ଏକ ବିଟା-ଲାକ୍ଟାମେଜ ଇନହିବିଟର (β-lactamase inhibitor) । ଆମୋକ୍ସିସିଲିନ/କ୍ଲାଭୁଲାନିକ ଏସିଡ ଦିଆଯାଉଥିବା ନିର୍ଦ୍ଦିଷ୍ଟ ରୋଗମାନଙ୍କ ନାମ ମଧ୍ୟକର୍ଣ୍ଣ ପ୍ରଦାହ, ସ୍ଟେପଥ୍ରୋଟ, ନିମୋନିଆ, ସେଲ୍ୟୁଲାଇଟିସ୍, ମୂତ୍ରନଳୀ ସଂକ୍ରମଣ, ପଶୁ କାମୁଡ଼ା ଓ ଯକ୍ଷ୍ମା ଇତ୍ୟାଦି ।[୩] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୩] ଏହି ଔଷଧ ଯୋଗୁ ଇସ୍ଟ ସଂକ୍ରମଣ (yeast infections), ମୁଣ୍ଡବଥା ଓ ରକ୍ତ ଜମାଟ ସମସ୍ୟା (blood clotting problems) ଅଧିକ ହୋଇପାରେ ।[୧][୪] ପେନିସିଲିନ ଆଲର୍ଜି (penicillin allergy) ଇତିହାସ ଥିବା ଲୋକଙ୍କୁ ଏହା ଦେବାକୁ ମନା କରାଯାଏ ।[୧] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । [୩]
ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୪ରେ ଆମୋକ୍ସିସିଲିନ/କ୍ଲାଭୁଲାନିକ ଏସିଡ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ଦିନକୁ ପ୍ରାୟ ୦.୧୮ରୁ ୧.୧୪ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ WHO Model Formulary 2008 (PDF). World Health Organization. 2009. p. 102. ISBN 9789241547659. Retrieved 8 December 2016.
- ↑ ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 97. ISBN 9781284057560.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Amoxicillin and Clavulanate Potassium". The American Society of Health-System Pharmacists. Retrieved 8 December 2016.
- ↑ Gillies, M; Ranakusuma, A; Hoffmann, T; Thorning, S; McGuire, T; Glasziou, P; Del Mar, C (17 November 2014). "Common harms from amoxicillin: a systematic review and meta-analysis of randomized placebo-controlled trials for any indication". Canadian Medical Association Journal. 187: E21-31. doi:10.1503/cmaj.140848. PMID 25404399.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Amoxicillin + Clavulanic Acid". International Drug Price Indicator Guide. Retrieved 8 December 2016.[permanent dead link]