ଇନ୍ଦ୍ରମାରିଷ
ଦେଖଣା
(Acalypha indicaରୁ ଲେଉଟି ଆସିଛି)
ଇନ୍ଦ୍ରମାରିଷ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms]] |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Malpighiales |
କୁଳ: | Euphorbiaceae |
ପ୍ରଜାତି: | Acalypha |
ଜାତି: | A. indica |
ବାଇନୋମିଆଲ ନାମ | |
Acalypha indica |
ଇନ୍ଦ୍ରମାରିସ (ଭଦ୍ଭିଦିକ ନାମ Acalypha indica) ହେଉଛି ଏକ ଗୁଳ୍ମଜାତୀୟ ସପୁଷ୍ପକ ଉଦ୍ଭିଦ। ଏହି ଗୁଳ୍ମ ଭାରତର ସମତଳ ଭୂମି ଅଞ୍ଚଳରେ ବିଶେଷକରି ପଡ଼ିଆ, ରାସ୍ତାପାଖ ଓ ଘରର ଆଖପାଖ ଅଞ୍ଚଳରେ ଦେଖାଯାଏ ।
ବିବିଧ ଭାଷାରେ ନାମ
[ସମ୍ପାଦନା]ଭାଷା | ନାମ |
---|---|
ଓଡ଼ିଆ | ଇନ୍ଦ୍ର ମାରିସ |
ସଂସ୍କୃତ | ହରି ମଞ୍ଜରୀ |
ହିନ୍ଦୀ | କୁପ୍ପି, ଖୋକଲୀ |
କନ୍ନଡ଼ | କୁପ୍ପିଗିଡ଼ା |
ଗୁଜରାଟୀ | ବେଂଛକିଂଟୋ, ଚରରଜୀ-ଝାଡ, ରୁଂଛାଡୋ-ଦାଦରୀ |
ତାମିଲ | କୁପ୍ପେମଣୀ[୧] |
ତେଲୁଗୁ | କୁପ୍ପେମଣୀ |
ବଙ୍ଗଳା | ମୁକ୍ତଝୁରି, ମୁକ୍ତବର୍ଷି |
ମରାଠି | ଖୋକଲୀ |
ମାଲୟାଲମ | କୁପ୍ପାମଣି |
ଫରାସୀ | Ricinelle des Indes, oreille de chatte, herbe chatte[୨] |
ଇଂରାଜୀ | Indian acalypha, Indian nettle, three-seeded mercury |
ଭୌଗୋଳିକ ବ୍ୟାପ୍ତି
[ସମ୍ପାଦନା]ଇନ୍ଦ୍ରମାରିସ କ୍ରାନ୍ତିୟ ଅଞ୍ଚଳରେ ସାରା ପୃଥିବୀରେ ଦେଖିବାକୁ ମିଳେ। ପଶ୍ଚିମ ଆଫ୍ରିକାର ନାଇଜେରିଆ ଓ ଭାରତ ମହାସାଗରୀୟ ଅଞ୍ଚଳ, ଭାରତ, ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ପଶ୍ଚିମ ଏସିଆ, ପାକିସ୍ଥାନ, ୟେମେନ ଆଦି ଅଞ୍ଚଳରେ ମଧ୍ୟ ଏହା ପରିଦୃଷ୍ଟ ହୋଇଥାଏ । [୨]
ପ୍ରୟୋଗ
[ସମ୍ପାଦନା]ଅନ୍ୟାନ୍ୟ ପ୍ରୟୋଗ
[ସମ୍ପାଦନା]ଦକ୍ଷିଣ ଆଫ୍ରିକାରେ ଏହାର ପତ୍ରକୁ ଲୋକେ ପରିବା ଆକାରରେ ଉପଯୋଗ କରିଥାନ୍ତି । ଗୋ ମହିଷାଦି ପଶୁମାନଙ୍କର ମଧ୍ୟ ଏହା ଆହାର୍ଯ୍ୟ । [୩] ଏହାର ପତ୍ର ଏହାର ଚେରଠାରୁ ଅଧିକ ସ୍ୱାଦିଷ୍ଠ ।
ଔଷଧୀୟ
[ସମ୍ପାଦନା]- ପାରମ୍ପରିକ ତାମିଲ ସିଦ୍ଧ ଚିକିତ୍ସା ଶାସ୍ତ୍ର ଅନୁସାରେ ଏହା ଶରୀରକୁ ନବଯୌବନ ପ୍ରଦାନ କରୁଥିବା ଏକ ଔଷଧ ।[୧]ଛାଞ୍ଚ:Rs
- ଏଇ ଗଛରେ ଫୁଲ ଆସିଲେ ଏହାକୁ ସମୂଳେ ଉପାଡ଼ିନେଇ ଖରାରେ ଶୁଖାଯାଏ । ଏହି ସର୍ବାଂଗକୁ ଔଷଧୀ ରୂପରେ ବ୍ୟବହାର କରାଯାଏ । ଏହା ବ୍ରୋଂକାଇଟିସ (ଶ୍ୱାସ ନଳୀର ଫୁଲା), ଶ୍ୱାସରୋଗ, ଦମା, ନିମୁନିଆ ଓ ଗଣ୍ଠିବାତ ଆଦିରେ ଉପଯୋଗୀ ।
- ଏହାର ପତ୍ରର ରସ ବାନ୍ତି କରାଏ ।
- ଏହାର ତାଜା ପତ୍ରକୁ ଦଳି ଘା’ରେ ଲଗାଯାଏ ।
ଆଉମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ Dr.J.Raamachandran, HERBS OF SIDDHA MEDICINES-The First 3D book on HERBS
- ↑ ୨.୦ ୨.୧ Schmelzer, G.H.; A. Gurib-Fakim (2007). "Acalypha indica L." PROTA (Plant Resources of Tropical Africa / Ressources végétales de l’Afrique tropicale). Wageningen, Netherlands: Prota Foundation. Archived from the original ([Internet] Record from Protabase) on 27 July 2011. Retrieved 29 March 2011.
- ↑ Schmelzer, G.H. & Gurib-Fakim, A. (2008). Plant Resources of Tropical Africa 11(1). Medicinal plants 1. PROTA Foundation, Wageningen, Netherlands.